ଋଣ ଚିନ୍ତାରେ ବିଷ ପିଇଲେ ଚାଷୀ

ଜଳେଶ୍ୱର, ୧୬।୧୧(ଡି.ଏନ.ଏ.): ଚକଡ଼ା ପୋକ ଲାଗି ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ। ମୃତ ଚାଷୀ ହେଲେ ଲକ୍ଷ୍ମୀନାରାୟଣ ଜେନା(୬୮)।
ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରତିକୂଳ ପାଗ ଓ ଲଘୁଚାପ ଜନିତ ମାତ୍ରାଧିକ ବର୍ଷା ସତ୍ତ୍ୱେ ସେ ୧ଲକ୍ଷ ଟଙ୍କା ଋଣ କରି ୪ଏକର ଖରିଫ ଧାନଚାଷ କରିଥିଲେ। ନିଜ ଜମିରେ ଚକଡ଼ା ପୋକ ଲାଗି ଫସଲ ଉଜୁଡ଼ିଯାଇଥିବା ଦେଖି ସେ ମାନସିକ ଚିନ୍ତାରେ ଥିଲେ। ଋଣ ଶୁଝି ନ ପାରିବା ଭୟରେ ସୋମବାର ଲକ୍ଷ୍ମୀନାରାୟଣ ଘାସମରା ଔଷଧ କିଣି ଜମିରେ ପିଇ ଦେଇଥିଲେ। କିଛି ସମୟ ପରେ ସେ ସେଠାରେ ପଡ଼ିଯାଇଥିଲେ। ଅନ୍ୟ ଜମିରେ କାମ କରୁଥିବା ଜଣେ ଚାଷୀ ତାଙ୍କ ପାଖକୁ ଦୌଡ଼ି ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ ପ୍ରଥମେ ଜଳେଶ୍ୱର ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ମଙ୍ଗଳବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା। ଲକ୍ଷ୍ମୀନାରାୟଣଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ତାଙ୍କ ବିଧବା ସ୍ତ୍ରୀ, ଜଣେ ପୁତ୍ର ଓ କନ୍ୟାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନାଁରେ ଟଙ୍କା ମାଗି ଯୁବକ ଗିରଫ

ପୁରୀ ଅଫିସ,୨୩।୯: ପୋଲିସ ପରିଚୟ ଦେଇ ଟଙ୍କା ଦାବି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସୋମବାର କୁମ୍ଭାରପଡ଼ା ପୋଲିସ ସମ୍ପୃକ୍ତ ଯୁବକ ଆଶିଷ କୁମାର...

ପଣ୍ୟ ପରିବହନରେ ରେଳପଥର ରିହାତି ଘୋଷଣା

ଭୁବନେଶ୍ୱର,୧୦।୭ (ବ୍ୟୁରୋ): ପଣ୍ୟ ପରିବହନ କ୍ଷେତ୍ରରେ ପ୍ରୋତ୍ସାହନ ଦେବାକୁ ଭାରତୀୟ ରେଳପଥ ପକ୍ଷରୁ ରିହାତି ଘୋଷଣା କରାଯାଇଛି। ସ୍ବଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ...

ପୁଣି 10 ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା

ଖୋର୍ଦ୍ଧା ଅଫିସ,୫।୪ : ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଧର୍ମସଭା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗି ଚିନ୍ତାର କାରଣ ପାଲଟିଛି। ଏହି ସମାବେଶରେ ଖୋର୍ଦ୍ଧା...

ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ଯାଜପୁର ଅଫିସ,୨୪ା୬: ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା, ବାଲିଚନ୍ଦ୍ରପୁର, ବୈରୀ ଓ ବଡ଼ଚଣା ଥାନା ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ପାଇଁ ନିର୍ଦ୍ଦିଷ୍ଟ କେତେକ...

ଭାଙ୍ଗିଲେ ଘର, ପନିପରିବା ଚାଷ ଛାଡ଼ିଲେ ନାହିଁ

ପାଟଣା,୧୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍‌ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ୭ ଜଣିଆ ହାତୀପଲ ପଶି ଉପଦ୍ରବ...

ରାଜ୍ୟରେ ପୁଣି ୬୪୪ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭୫...

ମଦ ସହ ୪ ବାଇକ ଜବତ, ୩ ଗିରଫ

ଖଲ୍ଲିକୋଟ,୧୪ା୪(ଡି.ଏନ୍‌.ଏ.)- ଖଲ୍ଲିକୋଟ ପୋଲିସ ଗୁଣ୍ଡୁରିପଲି ମାଳ ଅଞ୍ଚଳରେ ଚଢ଼ାଉ କରି ୬୦୦ ଲିଟର ଦେଶୀ ମଦ ସହ ୪ ବାଇକ ଜବତ କରି ମଦ ବିକ୍ରି...

ମିଳିଲାନି ଆଇସିୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ; ମହିଳା କର୍ମଚାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ) କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଫାଙ୍କା ନ ଥିବାରୁ ତାଙ୍କୁ ଓ୍ବାର୍ଡରେ ରଖି...

Advertisement
Archives

Model This Week