ଗଙ୍ଗାସାଗରରେ ୭ଲକ୍ଷ ଶ୍ରଦ୍ଧାଳୁଙ୍କ ମକରବୁଡ଼
ଭୋଗରାଇ, ୧୬।୧(ଡି.ଏନ.ଏ.) ପଶ୍ଚିମବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ଶୁକ୍ରବାର ନିଶିବସାନ ମହେନ୍ଦ୍ର ବେଳାରେ ୭ଲକ୍ଷରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ସମୁଦ୍ରରେ ମକରବୁଡ଼ ଦେଇଛନ୍ତି। ଲକ୍ଷାଧିକ ତୀର୍ଥଯାତ୍ରୀ ଗଙ୍ଗାସାଗରରେ ସ୍ନାନ କରି ପ୍ରସିଦ୍ଧ କପିଳମୁନି ମନ୍ଦିରରେ ପୂଜାର୍ଚ୍ଚନା...
‘ଯୁଗସ୍ରଷ୍ଟା ଥିଲେ ଫକୀରମୋହନ’
ବାଲେଶ୍ୱର ଅଫିସ, ୧୪।୧ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସ ବିହାର ପରିସରରେ ଗୁରୁବାର ଫକୀର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗୁରୁବାର ବିଶ୍ୱବିଦ୍ୟାଳୟ ପ୍ରବେଶପଥରେ ଥିବା ଫକୀର ମୋହନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ...
ସରିଲା ଗଣତି, ଡଲଫିନ୍ ଦେଖାମିଳିଲାନି
ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ଜିଲାରେ ଡଲଫିନ ଗଣନା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ଡଲଫିନ୍ର ସନ୍ଧାନ ମିଳି ନ ଥିବା ଜିଲା ବନ ବିଭାଗ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା...
ଗରୁଡ଼ ପକ୍ଷୀ ଉଦ୍ଧାର, ପୂଜାର୍ଚ୍ଚନା କଲେ ଗ୍ରାମବାସୀ
ବାଲେଶ୍ୱର ଅଫିସ,୧୩ା୧: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନାଚିନ୍ଦl ଗ୍ରାମରେ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି। ଏହି ପକ୍ଷୀଟି ଦେଖିବାକୁ ଠିକ ଗରୁଡ଼ ଭଳି ହୋଇଛି। ପୁରାଣରେ ଉଲ୍ଲେଖିତ ଅଛି ବିଷ୍ଣୁଙ୍କ ବାହନ ହେଉଛି ଗରୁଡ଼ ପକ୍ଷୀ। ସେଥିପାଇଁ...
ନିଷିଦ୍ଧାଞ୍ଚଳରେ ପାରା ଉଡ଼ାଣ ପରୀକ୍ଷଣ
ବାହାନଗା,୧୨ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଡିଆର୍ଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ ସରି ନ ଥିବା ବେଳେ ସମୁଦ୍ର ଉପକୂଳ ନିଷିଦ୍ଧାଞ୍ଚଳରେ ଅନ୍ୟ ରାଜ୍ୟର ଦୁଇ ଯୁବକ ପାରା ଉଡ଼ାଇ ପରୀକ୍ଷଣ କରିବା ଚର୍ଚ୍ଚାର ବିଷୟ ହୋଇଛି। ଜିଲା...
ଶେଷ ହେଲା ଗଣତି: ଗୋଟିଏ ବି ଡଲଫିନ୍ଙ୍କ ଦେଖା ନାହିଁ
ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲାରେ ଡ଼ଲଫିନ ଗଣନା ଶେଷ ହୋଇଛି। ମାତ୍ର ଗୋଟିଏ ବି ଡଲଫିନର ସନ୍ଧାନ ମିଳି ନ ଥିବା ବାଲେଶ୍ୱର ଜିଲା ବନାଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା କାର୍ଯ୍ୟ ପାଇଁ...
ଦୟନୀୟ ଅବସ୍ଥାରେ ଅସହାୟ ଦମ୍ପତି
ଭୋଗରାଇ, ୧୧।୧(ଡି.ଏନ.ଏ.) ତିନି ଓଳି ପେଟପୁରା ଖାଇବାକୁ ଦାନା ନାହିଁ, ଖଣ୍ଡେ ଭଲ ପିନ୍ଧିବା ପାଇଁ ବସ୍ତ୍ର ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଏଭଳି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ଏକ ଅସହାୟ ଦମ୍ପତି। କବାଟ...
୨ଦିନ ପରେ ବସ୍ ଚଳାଚଳ ସ୍ବାଭାବିକ
ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍ ଚଳାଚଳ ବନ୍ଦ ଥିଲା। ସୋମବାର ଉଭୟ ଆର୍ଟିଓ, ବସ୍ ମାଲିକ ସଂଘ, ପୋଲିସ ମିଳିତ ଭାବେ ଆଲୋଚନା କରି...
ରାତିରେ ଚାଲିଥିଲା ପଞ୍ଚାୟତ ଅଫିସ କାର୍ଯ୍ୟ, ସବୁ ଖାଇଯିବେ ଭାବି ଘେରିଗଲେ ଲୋକେ
ବାଲେଶ୍ୱର ଅଫିସ,୧୦।୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଛୁଟିଦିନରେ ରାତି ଅଧିଆ ଅଫିସ କାର୍ଯ୍ୟ ଚାଲୁଥିବା ନେଇ ଲୋକଙ୍କ ମନରେ ସନ୍ଦେହ ଆସିଥିଲା। ପରେ ସେମାନେ ଏହାକୁ ବିରୋଧ କରିଥିଲେ।...
ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ
ବାଲେଶ୍ୱର ଅଫିସ,୧୦।୧: ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ରବିବାରଠାରୁ ଆସନ୍ତା ଫେବୃୟାରୀ ୧ତାରିଖ ପର୍ଯ୍ୟନ୍ତ ଜିଲାରେ ଥିବା ସମସ୍ତ ମନ୍ଦିର, ମସଜିଦ୍ ଓ ଗୁରୁଦ୍ୱାଜ...
ବାଲେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
ବାଲେଶ୍ୱର ଅଫିସ, ୯।୧: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ବର ଜିଲାରେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହାକୁ ନଜରରେ ରଖି ଜିଲାର...
ଗଙ୍ଗାସାଗର ମେଳାକୁ ଅନୁମତି
ଭୋଗରାଇ, ୯।୧(ଡି.ଏନ.ଏ.) କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପ ଗଙ୍ଗାସାଗର ମେଳାକୁ କୋଲକାତା ଉଚ୍ଚ ନ୍ୟାୟାଳୟ ସର୍ତ୍ତାଧୀନ ଅନୁମତି ପ୍ରଦାନ କରିଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟସୁରକ୍ଷା ପାଇଁ ଚଳିତବର୍ଷ ଏହି ମେଳାକୁ ବନ୍ଦ...
Archives


