ବିଜେଡିକୁ ଭୟ କ୍ରସ୍‌ ଭୋଟିଂ

ବାହାନଗା, ୮ା୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରସ୍ତୁତି। ଆସନ୍ତା ୧୨ ତାରିଖରେ ହେବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ବିଜେଡିକୁ କ୍ରସଭୋଟିଂ ଭୟ ଦେଖାଦେଇଛି। ସେଥିପାଇଁ ଘୋଡା ବେପାର ଆରମ୍ଭ ହୋଇଛି। ତେବେ ଶାସକ ଦଳର ଅଧିକ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷ ହେବା ପାଇଁ ଆଶାୟୀମାନଙ୍କର ଲମ୍ବା ତାଲିକା ହେଲାଣି। ଯାହାକି ବିଧାୟକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।
ବାହାନଗା ବ୍ଲକର ୨୪ ପଞ୍ଚାୟତ ମଧ୍ୟରୁ ୨୩ପଞ୍ଚାୟତରେ ସମିତିସଭ୍ୟ ନିର୍ବାଚନ ହୋଇଥିଲା ା ୨୩ ସମିତିସଭ୍ୟଙ୍କ ମଧ୍ୟରୁ ବିଜେଡି ସମର୍ଥତ୍ତ ସଭ୍ୟ ହେଲେ ୧୫। ଭାଜପା ସମର୍ଥତ୍ତ ସମିତିସଭ୍ୟ ୮ଜଣ ବିଜୟୀ ହୋଇଛନ୍ତି ା ତେବେ ବ୍ଲକ ଅଧ୍ୟକ୍ଷ ପଦରେ ବସିବାକୁ ହେଲେ ଜଣେ ସଭ୍ୟଙ୍କୁ ୧୨ଜଣଙ୍କ ସମର୍ଥନ ଆବଶ୍ୟକ। ସେହି ଅନୁଯାୟୀ ବିଜେଡି ନିର୍ଦ୍ୱନ୍ଦ୍ୱରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାରେ ସଫଳ ହେବା କଥା। ଆଶାୟୀମାନଙ୍କୁ ସନ୍ତୁଷ୍ଟ କରାଇପାରିଲେ ଯାଇ ବିଜେଡି ନିର୍ଦ୍ୱନ୍ଦ୍ୱରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ପାରିବ। ବିଜେଡିର ଆଶାୟୀମାନଙ୍କ ମଧ୍ୟରୁ ସର୍ବାଗ୍ରେ ପୂର୍ବତନ ଅଧ୍ୟକ୍ଷ ଇଂ. ଶରତ ଚନ୍ଦ୍ର ରାଜ, ଗୋପାଳପୁର ସମିତିସଭ୍ୟ ଯୋଗେଶ ଚନ୍ଦ୍ର ପତି, ନୂଆପୁର ସମିତିସଭ୍ୟ ଉଦୟ ନାରାୟଣ ମହାପାତ୍ରଙ୍କ ସମେତ ମହିଳା ସମିତିସଭ୍ୟା ରାଶେଶ୍ୱରୀ ମହାପାତ୍ର ପ୍ରମୁଖ ଆଶାୟୀ ଥିବା ଜଣାପଡିଛି। ସେହିପରି ଭାଜପା ଗୋଳିଆପାଣିରୁ ଶେଉଳ ଧରିବା ଲକ୍ଷ୍ୟ ନେଇ ରଣନୀତି ଆରମ୍ଭ କରିଛି। ଭାଜପା ସମର୍ଥତ୍ତ ୮ଜଣ ସମିତିସଭ୍ୟ ଥିଲେ ମଧ୍ୟ ଦଳ ପକ୍ଷରୁ ଜଣଙ୍କୁ ବ୍ଲକ ଅଧ୍ୟକ୍ଷ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ନିଷ୍ପତ୍ତି ନେଇଛି ା କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ରାଜଙ୍କ ପାଇଁ ବିଜେଡି ଏବେ ଅଡୁଆରେ ପଡିଛି। ୨୦୧୭ ନିର୍ବାଚନରେ ବିଜେଡିର ୧୧ଜଣ ସମିତିସଭ୍ୟ ଥାଇ ମଧ୍ୟ ଅଧ୍ୟକ୍ଷ କରିପାରି ନ ଥିଲେ। ତେବେ ଭାଜପାର ୩ ଜଣ ସମିତିସଭ୍ୟ ଥାଇ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହାତେଇ ନେଇଥିଲେ। ମ୍ୟାଜିକ ନମ୍ବରଠାରୁ ଅଧିକ ସମିତିସଭ୍ୟ ଥାଇ ମଧ୍ୟ ବିଜେଡିକୁ କ୍ରସଭୋଟିଂ ଭୟ ଘାରିଛି ା ବିଜେଡିର ୪ଜଣ ସମିତି ସଭ୍ୟଙ୍କ ଉପରେ ନଜର। ଦୁଇ ଦୁଇ ଥର ଶରତ ରାଜ ଭାଜପାକୁ ସାହାଯ୍ୟ କରିଥିବାରୁ ସେହି ଅନୁଯାୟୀ ଭାଜପା ଚଳିତ ଅଧ୍ୟକ୍ଷ ନିର୍ବାଚନରେ ୮ ଜଣ ସମିତି ସଭ୍ୟଙ୍କ ସାହାଯ୍ୟରେ କିପରି ଶରତ ରାଜ ବ୍ଲକ ଅଧ୍ୟକ୍ଷ ହେବେ ସେଥିପାଇଁ ଜୋରଦାର ଉଦ୍ୟମ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଶରତ ରାଜଙ୍କୁ ଅଧ୍ୟକ୍ଷ କରିବା ପାଇଁ ବିଜେଡିର କିଛି ସମିତିସଭ୍ୟ ବିରୋଧ କରୁଥିବା ଜାଣି ନିଜେ ଶରତ ରାଜ ବିଜେଡିରୁ ବାହାରି ସ୍ବାଧୀନ ଭାବେ ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିବେ କିମ୍ବା ଭାଜପାରେ ସାମିଲ ହୋଇ ବିଜେଡିରୁ ୪ ଜଣ ଓ ଭାଜପାର ୮ ସମିତି ସଭ୍ୟଙ୍କ ସମର୍ଥନରେ ଅଧ୍ୟକ୍ଷ ହୋଇପାରନ୍ତି। ଫଳରେ ବିଜେଡିର ୧୫ଜଣ ସଭ୍ୟ ଥାଇ ମଧ୍ୟ ବ୍ଲକ ଅଧ୍ୟକ୍ଷ ହେବାର ଆଶା ମଉଳିଯିବ। ଫଳରେ ସବୁଦଳର ସମିତି ସଭ୍ୟମାନେ ଅଜ୍ଞାତବାସରେ ଅଛନ୍ତି। ଅଜ୍ଞାତବାସରେ ଥିଲେ ମଧ୍ୟ କ୍ରସଭୋଟିଂକୁ ଏଡାଇ ଦେଇ ହେବ ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?