ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ, ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଫେବୃୟାରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ନେପାଳ ପୋଖରାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରଥମ ଦକ୍ଷିଣ ଏସୀୟ ଟେନିସ୍‌ କ୍ରିକେଟ୍‌ ଚାମ୍ପିୟନଶିପରେ ଭାରତ ପାଇଁ ଗଠିତ ଟିମ୍‌ରେ ଓଡ଼ିଶାର ୪ ଖେଳାଳିଙ୍କ ମଧ୍ୟରେ ପଦ୍ମାବତୀ ଚୟନ ହୋଇଥିଲେ। ଏଥିରେ ନେପାଳ ଚାମ୍ପିୟନ ହୋଇଥିବା ବେଳେ ଭାରତ ରନର୍ସଅପ୍‌ ହୋଇଛି।
ବାପା ହାଡ଼ିବନ୍ଧୁ ଓ ମା’ ମଞ୍ଜୁ ଦିନମଜୁରିଆ କାମ କରି ଘର ଚଳାନ୍ତି। ତାଙ୍କର ଆଉ ୩ ଭଉଣୀଭାଇ ଅଛନ୍ତି। ପଦ୍ମାବତୀ ରେମୁଣା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରି ବାରିପଦା ମା’ ଦ୍ୱାରଶୁଣୀ କଲେଜରେ ଯୁକ୍ତ ୨ ପଢିଥିଲେ। ଏବେ ସେ ଡିଭାଇନ୍‌ କଲେଜରେ ଡିପ୍ଲୋମା (ଇଲେକ୍ଟ୍ରିକାଲ ଟ୍ରେଡ୍‌)ର ତୃତୀୟ ବର୍ଷ ଛାତ୍ରୀ। ପିଲାଟି ଦିନରୁ ତାଙ୍କର କ୍ରିକେଟ୍‌ ପ୍ରତି ରୁଚି ରହିଥିଲା। ଟେନିସ୍‌ ବଲ୍‌ରେ ଖେଳିବା ସହିତ ଡ୍ୟୁଜ୍‌ ବଲ୍‌ରେ ବି କ୍ରିକେଟ୍‌ ଖେଳ ଅଭ୍ୟାସ ଜାରି ରଖିଥିଲେ। ସ୍କୁଲ ଓ କଲେଜସ୍ତରରେ କ୍ରିକେଟ୍‌ ସହିତ ବିଭିନ୍ନ ଖେଳରେ ଭାଗ ନେଇ ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ପଦ୍ମାବତୀ ଜାତୀୟସ୍ତରରେ ଖେଳି ବ୍ରୋଞ୍ଜ ମେଡ଼ାଲ ଜିତିଛନ୍ତି। ସେଭଳି ରାଜ୍ୟସ୍ତରରେ ଡ୍ୟୁଜ୍‌ ବଲ୍‌ରେ କ୍ରିକେଟ୍‌ ବି ଖେଳିଛନ୍ତି। ପଦ୍ମାବତୀଙ୍କ ଦକ୍ଷତାକୁ ଦେଖି ଭୁବନେଶ୍ୱର ଟେନିସ୍‌ କ୍ରିକେଟ୍‌ ଆସୋସିଏଶନ୍‌ର ସମ୍ପାଦକ ରାଗିଣୀ ମିତ୍ରା ତାଙ୍କୁ ବହୁ ସହଯୋଗ କରିଥିବା କଥା ସେ କୁହନ୍ତି। ସେହିପରି ବାଲେଶ୍ୱର ଡ୍ୟୁଜ୍‌ ବଲ୍‌ର କୋଚ୍‌ ଜଗତରଞ୍ଜନ ଦାସଙ୍କଠାରୁ ପଦ୍ମାବତୀ ପ୍ର୍ରଶିକ୍ଷଣ ନେଉଛନ୍ତି।
ପଦ୍ମାବତୀ କହନ୍ତି, ସେ ପ୍ରଥମେ ଆଥଲେଟିକ୍‌ ଖେଳୁଥିଲେ। ରେମୁଣା ହାଇସ୍କୁଲରେ ପଢୁଥିବା ବେଳେ ଆଥଲେଟିକ୍‌ ଛାଡ଼ି କ୍ରିକେଟ୍‌ ଖେଳିବା ଆରମ୍ଭ କଲେ। ବ୍ଲକରୁ ଜିଲାସ୍ତରରେ କ୍ରିକେଟ୍‌ ଖେଳିବା ପରେ ରାଜ୍ୟରେ ଖେଳିବାର ସୁଯୋଗ ମିଳିବା କଷ୍ଟକର ଥିଲା। କଲେଜରେ ପଢ଼ିବା ବେଳେ ପୁଣି କ୍ରିକେଟ୍‌ ଖେଳ ଆରମ୍ଭ କରିଥିଲେ। ବାରିପଦାର ଖେଳାଳି ସଞ୍ଜିତା ଦାସ, ଅଞ୍ଜନା ମୁଖି, ଝିଲି ମହାନ୍ତଙ୍କ ସହ ଦେଖାହେବା ପରେ ତାଙ୍କର ପରାମର୍ଶ ନେଇ ବୟସ କମ୍‌ ଥିବାରୁ କ୍ରିକେଟ୍‌ ଖେଳିଥିଲେ। ପ୍ରଥମେ ସେ ମୟୂରଭଞ୍ଜ ତରଫରୁ ଜିଲାସ୍ତରରେ ଖେଳିଥିଲେ। ସେଠାରେ ଭୁବନେଶ୍ୱର ଟେନିସ୍‌ କ୍ରିକେଟ୍‌ ଆସୋସିଏଶନ୍‌ର ସମ୍ପାଦକ ରାଗିଣୀ ମିତ୍ରାଙ୍କ ସହ ସାକ୍ଷାତ୍‌ ହୋଇଥିଲା। ଖେଳ ଦେଖି ସେ ମୋତେ ଜାତୀୟସ୍ତର ପାଇଁ ଚୟନ କରିଥିଲେ। ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବାରୁ ଜାତୀୟରୁ ଅନ୍ତର୍ଜାତୀୟ ସ୍ତରରେ ଟେନିସ୍‌ କ୍ରିକେଟ୍‌ ଖେଳିବା ପାଇଁ ଚୟନ ହେବା ସହ ଦଳର ଉପଅଧିନାୟକ ଦାୟିତ୍ୱ ମିଳିଥିଲା। ବହୁ ଅର୍ଥ ଆବଶ୍ୟକ ଥିବାରୁ ଦେଇପାରି ନ ଥିଲେ। କିନ୍ତୁ ରାଗିଣୀ ମାଡାମ୍‌ଙ୍କ ସହାୟତାରେ ନେପାଳ ଖେଳିବାକୁ ଯାଇଥିଲି। ସେଠାରେ ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳ ସହ ଖେଳ ହୋଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ରନର୍ସଅପ୍‌ ହୋଇଥିଲୁ। ତେବେ ଏହି ଖେଳରେ ରୁଚି ରହିଥିଲେ ବି ସେଭଳି କିଛି ସହଯୋଗ ନାହଁି। ଡ୍ୟୁଜ୍‌ ବଲ୍‌ରେ ଯେମିତି ବିଭିନ୍ନ ଚାମ୍ପିଅନ୍‌ଶିପ୍‌ ରହିଛି, କ୍ରିକେଟ୍‌ ଟେନିସ୍‌ ବଲ୍‌ରେ ସେମିତି ପ୍ରତିଯୋଗିତା ଅନୁଷ୍ଠିତ ହେଉନାହଁି। ତେଣୁ ମହିଳା କ୍ରିକେଟ୍‌ ଟେନିସ୍‌ ପାଇଁ ଯଦି ବିଭିନ୍ନ ଚାମ୍ପିୟନଶିପ୍‌ର ବ୍ୟବସ୍ଥା ହୋଇପାରନ୍ତା ବହୁ ଖେଳାଳି ଏଥିରେ କ୍ୟାରିୟର୍‌ କରିପାରନ୍ତେ। ତଥାପି ସେ ଦୁଇଟି (ଟେନିସ୍‌ ଓ ଡ୍ୟୁଜ୍‌ ବଲ୍‌)ରେ ଖେଳ ଅଭ୍ୟାସ ସେ ଜାରି ରଖିଛନ୍ତି। ଭବିଷ୍ୟତରେ ଖେଳ ସହିତ ସେନାରେ ଯିବାକୁ ଇଚ୍ଛା ରଖିଥିବା ପଦ୍ମାବତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ...

ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ମୁଣ୍ଡରେ ଟ୍ରଲି ବ୍ୟାଗ୍‌ ରଖି ଦୌଡିଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

କେପ୍‌ଟାଉନ୍‌,୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି। ବିମାନବନ୍ଦରରେ...

ଚୌକା-ଛକା ବର୍ଷା କଲେ ଗମ୍ଭୀର

ନୂଆଦିଲ୍ଲୀ,୭।୧୨: କିମ୍ବଦନ୍ତୀ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଏଲିମିଟର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ ୧୨ ରନ୍‌ରେ ଗୁଜରାଟ ଜିଆଣ୍ଟସ ଦଳକୁ ପରାସ୍ତ କରିଛି॥ ପ୍ରଥମେ ବ୍ୟାଟିଂ କରିବାକୁ...

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ...

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା...

ଏଥର ଆଇପିଏଲ୍‌ରେ ଏହି ୫ ଖେଳାଳିଙ୍କୁ କିଣି ନ ପାରନ୍ତି କୌଣସି ଦଳ: ଲିଷ୍ଟ୍‌ରେ ସାମିଲ ଅଛନ୍ତି ପର୍ପଲ କ୍ୟାପ୍‌ ବିଜେତା

ନୂଆଦିଲ୍ଲୀ,୭।୧୨:ଆଇପିଏଲ୍‌ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଆସନ୍ତା ୧୯ରେ ଆୟୋଜିତ ହେବ। ଏଥର ଦୁବାଇରେ ନିଲାମ ଅନୁଷ୍ଠିତ ହେବ। ଐଥର ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ...

ନ୍ୟୁଜିଲାଣ୍ଡର ଅବସ୍ଥା ଦୟନୀୟ କରିଦେଲା ବାଂଲାଦେଶ

ମୀରପୁର,୬ା୧୨:ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡର ପରିସ୍ଥିତି ଖରାପ କରିଦେଇଛି ବାଂଲାଦେଶ। ମୀରପୁରରେ ଖେଳା ଯାଇଥିବା ମ୍ୟାଚ୍‌ରେ...

ମ୍ୟାକ୍ସଓ୍ବେଲଙ୍କ ଆଇପିଏଲ୍‌ ପ୍ରେମ: ଚାଲିପାରୁଥିବା ଯାଏ ଖେଳିବି ଆଇପିଏଲ୍‌

ମେଲବୋର୍ନ,୬ା୧୨: ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଆଇପିଏଲ୍‌ ପ୍ରତି ଥିବା ଭଲପାଇବା ଦର୍ଶାଇଛନ୍ତି। ଯେତେବେଳ ଯାଏ ଚାଲିପାରୁଥିବି ସେ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିବି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri