ଜଳେଶ୍ୱର ପୌରପାଳିକା: ୧୭ ୱାର୍ଡରେ ୨୦, ୦୫୯ ଭୋଟର

ଜଳେଶ୍ୱର, ୧୦ା୩(ଡି.ଏନ.ଏ.)  ଆସନ୍ତା ପୌରପାଳିକା ନିର୍ବାଚନରେ ବାଲେଶ୍ୱର ଜିଲା ଜଳେଶ୍ୱରର ୧୭ଟି ୱାର୍ଡର ୨୦, ୦୫୯ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିବେ। ଏଥିରେ ୯୯୯୫ ପୁରୁଷ ଓ ୧୦୦୬୨ ମହିଳା ଭୋଟର ଅଛନ୍ତି ା ୧ନଂ. ୱାର୍ଡର ଭୋଟକେନ୍ଦ୍ର ଝାଡେଶ୍ୱରପୁର ଉପ୍ରା ବିଦ୍ୟାଳୟ, ୨ନଂ. ୱାର୍ଡର ଭୋଟକେନ୍ଦ୍ର ଅବକାରୀ କାର୍ଯ୍ୟାଳୟ, ୩ନଂ. ୱାର୍ଡର ଭୋଟକେନ୍ଦ୍ର ଶେଖବାର୍ଡ ଉ.ପ୍ରା. ବିଦ୍ୟାଳୟ ସ୍ଥିର ହୋଇଛି ା ୪ନଂ. ୱାର୍ଡ ଲାଗି ଭୋଟକେନ୍ଦ୍ର ପଥରପୁରା ଉ.ପ୍ରା. ବିଦ୍ୟାଳୟ, ୫ନଂ. ୱାର୍ଡ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ୬ନଂ. ୱାର୍ଡ ଜଳେଶ୍ୱର ମଇ ବିଦ୍ୟାଳୟ, ୭ନଂ. ୱାର୍ଡ ବିଦ୍ୟାଧରପୁର ଉ.ପ୍ରା. ବିଦ୍ୟାଳୟ, ୮ନଂ. ୱାର୍ଡ ପଞ୍ଚୁଘଣ୍ଟା ୟୁଜିଏମ୍‌ଇରେ ଭୋଟ ଗ୍ରହଣ ହେବାର ବ୍ୟବସ୍ଥା ହୋଇଛି। ୯ନଂ. ୱାର୍ଡର ମଙ୍ଗଳାତଳା ଉ.ପ୍ରା. ବିଦ୍ୟାଳୟ, ୧୦ନଂ. ୱାର୍ଡ ଶାନ୍ତିଆ ଉ.ପ୍ରା. ବିଦ୍ୟାଳୟ, ୧୧ନଂ. ୱାର୍ଡ ଜଳେଶ୍ୱର ମଇ ବିଦ୍ୟାଳୟ, ୧୨ନଂ. ୱାର୍ଡ ଜଳେଶ୍ୱର ଉଚ୍ଚ ବିଦ୍ୟାଳୟ, ୧୩ନଂ. ୱାର୍ଡ ନନ୍ଦିକା ଉ.ପ୍ରା. ବିଦ୍ୟାଳୟ, ୧୪ନଂ. ୱାର୍ଡ ଚୂଡାମଣିପୁର ଉ.ପ୍ରା. ବିଦ୍ୟାଳୟରେ ଭୋଟ ଦେବାର ବ୍ୟବସ୍ଥା ହୋଇଛି ା ସେହିପରି ୧୫ନଂ. ୱାର୍ଡ ନହଞ୍ଜରାସ୍ଥିତ ଗୟାସୁର ନୋଡାଲ ବିଦ୍ୟାଳୟ, ୧୬ନଂ. ୱାର୍ଡ ଅଲାଲପୁର ମହାବିଦ୍ୟାଳୟ ଓ ୧୭ନଂ. ୱାର୍ଡ ଚକବିଷ୍ଣୁ ଉପ୍ରା ବିଦ୍ୟାଳୟରେ ମତଦାନ ହେବାର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri