ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ୍ତ ହେଲେ ୧୦୦ ଆବେଦନକାରୀ

ବାଲେଶ୍ୱର ଅଫିସ/ରୂପସା, ୫ ।୩ (ଡି.ଏନ.ଏ.) ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଆଦର୍ଶ ବିଦ୍ୟାଳୟ ପାଇଁ ଶୁକ୍ରବାର ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରୁ ବାଲେଶ୍ୱର ଜିଲାରେ ପାଖାପାଖି ୧୦୦ଛାତ୍ରୀଛାତ୍ର ବଞ୍ଚିତ୍ତ ହୋଇଛନ୍ତି।
ବାଲେଶ୍ୱର ଜିଲାର ପ୍ରତ୍ୟେକ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରବେଶ ପାଇଁ ଶୁକ୍ରବାର ପ୍ରବେଶିକା ପରୀକ୍ଷା ହୋଇଥିଲା। ପୂର୍ବରୁ ବିଜ୍ଞାପନ ଅନୁସାରେ ଛାତ୍ରୀଛାତ୍ର ଅନଲାଇନ୍‌ରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ ଆଡମିଟ୍‌ କାର୍ଡ଼ ଅନଲାଇନ୍‌ରେ ଉପଲବ୍ଧ ହେବା ପରେ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ଜିଲାରେ ଥିବା ୧୨ଟି ବ୍ଲକର ୧୨ଟି ଆଦର୍ଶ ବିଦ୍ୟାଳୟର ଲାଟେରାଲ ଏଣ୍ଟ୍ରି (ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ଫାଙ୍କା ଥିବା ସିଟ୍‌ରେ ସିଧାସଳଖ ଭାବେ ପ୍ରବେଶ କରିବା ପରୀକ୍ଷା) ପାଇଁ ପାଖାପାଖି ୧୦୦ ଛାତ୍ରୀଛାତ୍ର ଆବେଦନ କରିଥିଲେ। କେବଳ ନୀଳଗିରି, ରେମୁଣା ଓ ଔପଦାକୁ ଛାଡ଼ିଦେଲେ ଅନ୍ୟ ୯ଟି ବ୍ଲକର ଏହି ଆବେଦନକାରୀ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାରୁ ବଞ୍ଚତ୍ତ କରାଯାଇଛି। କିନ୍ତୁ ପଞ୍ଚମ ଶ୍ରେଣୀ ପାସ୍‌ କରି ଷଷ୍ଠରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାରେ ସୁଯୋଗ ମିଳିଥିଲା। ବିଶେଷ କରି ବସ୍ତା ବ୍ଲକ ଜାମଶୁଳୀସ୍ଥିତ ଜୟଚନ୍ଦ୍ର ନୋଡ଼ାଲ ହାଇସ୍କୁଲରେ ହୋଇଥିବା ପ୍ରବେଶିକା ପରୀକ୍ଷାର ଲାଟେରାଲ ଏଣ୍ଟ୍ରି ପାଇଁ ଆବେଦନ କରିଥିବା ୨୧ଜଣ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରୁ ବଞ୍ଚତ୍ତ କରାଯାଇଛି। ଫଳରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଏ ବିଷୟରେ ଅଭିଭାବକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ କୈଫୟତ ମାଗିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରୁ ବଞ୍ଚତ୍ତ ହେବା ପରେ ଛାତ୍ରୀଛାତ୍ର ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ସିଂଲା ଥାନା ପୋଲିସ ଏବଂ ବାଲେଶ୍ୱର ଜିଲା ଅତିରିକ୍ତ ଶିକ୍ଷାଧିକାରୀ ଧରଣୀଧର ପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର କହିଛନ୍ତି, ଜିଲାରେ ୧୨ଟି ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞାପନ ଦିଆଯାଇଥିଲା। ସେଥିମଧ୍ୟରୁ ରେମୁଣା, ନୀଳଗିରି ଓ ଔପଦା ୩ଟି ବ୍ଲକର ଆଦର୍ଶ ବିଦ୍ୟାଳୟ ପୂର୍ବରୁ ଚାଲୁ ହୋଇସାରିଥିବା ବେଳେ ଲାଟେରାଲ ଏଣ୍ଟ୍ରି ପରୀକ୍ଷା ଦେବାର ସୁଯୋଗ ପାଇଛନ୍ତି। ଅନ୍ୟଗୁଡ଼ିକରେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କୁ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। କିନ୍ତୁ ସମସ୍ତ ଲାଟେରାଲ ଏଣ୍ଟ୍ରି ପାଇଁ କେବଳ ୩ଟି ବ୍ଲକ ଜାଗାରେ ଅନ୍ୟ ସମସ୍ତ ବ୍ଲକରେ ହେବାରେ ବିଜ୍ଞାପନ କରାଯାଇ ନ ଥିଲେ ମଧ୍ୟ ବିଭାଗୀୟ ସଫ୍ଟୱେରରେ କାର୍ଯ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟି ପାଇଁ ଆଜି ଏଭଳି ଅବସ୍ଥା ଦେଖାଦେଇଥିଲା। ଲାଟେରାଲ ଏଣ୍ଟ୍ରି ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ଆଡମିଟ୍‌ କାର୍ଡ଼ ଅନଲାଇନ୍‌ରେ ଇସ୍ୟୁ ହେବା ପରେ ଗତ ଗୁରୁବାର ମଧ୍ୟାହ୍ନରେ କର୍ତ୍ତୃପକ୍ଷ ତାଙ୍କୁ ଜଣାଇଥିଲେ ଏବଂ ପାଖାପାଖି ୧୦୦ ଛାତ୍ରୀଛାତ୍ରଙ୍କ ରିଜେକ୍ସନ ତାଲିକା ପଠାଇଥିଲେ। ଏହି କାରଣରୁ ସେମାନଙ୍କୁ ପରୀକ୍ଷାରୁ ବଞ୍ଚତ୍ତ କରାଯାଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?