ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ୍ତ ହେଲେ ୧୦୦ ଆବେଦନକାରୀ

ବାଲେଶ୍ୱର ଅଫିସ/ରୂପସା, ୫ ।୩ (ଡି.ଏନ.ଏ.) ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଆଦର୍ଶ ବିଦ୍ୟାଳୟ ପାଇଁ ଶୁକ୍ରବାର ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରୁ ବାଲେଶ୍ୱର ଜିଲାରେ ପାଖାପାଖି ୧୦୦ଛାତ୍ରୀଛାତ୍ର ବଞ୍ଚିତ୍ତ ହୋଇଛନ୍ତି।
ବାଲେଶ୍ୱର ଜିଲାର ପ୍ରତ୍ୟେକ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରବେଶ ପାଇଁ ଶୁକ୍ରବାର ପ୍ରବେଶିକା ପରୀକ୍ଷା ହୋଇଥିଲା। ପୂର୍ବରୁ ବିଜ୍ଞାପନ ଅନୁସାରେ ଛାତ୍ରୀଛାତ୍ର ଅନଲାଇନ୍‌ରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ ଆଡମିଟ୍‌ କାର୍ଡ଼ ଅନଲାଇନ୍‌ରେ ଉପଲବ୍ଧ ହେବା ପରେ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ଜିଲାରେ ଥିବା ୧୨ଟି ବ୍ଲକର ୧୨ଟି ଆଦର୍ଶ ବିଦ୍ୟାଳୟର ଲାଟେରାଲ ଏଣ୍ଟ୍ରି (ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ଫାଙ୍କା ଥିବା ସିଟ୍‌ରେ ସିଧାସଳଖ ଭାବେ ପ୍ରବେଶ କରିବା ପରୀକ୍ଷା) ପାଇଁ ପାଖାପାଖି ୧୦୦ ଛାତ୍ରୀଛାତ୍ର ଆବେଦନ କରିଥିଲେ। କେବଳ ନୀଳଗିରି, ରେମୁଣା ଓ ଔପଦାକୁ ଛାଡ଼ିଦେଲେ ଅନ୍ୟ ୯ଟି ବ୍ଲକର ଏହି ଆବେଦନକାରୀ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାରୁ ବଞ୍ଚତ୍ତ କରାଯାଇଛି। କିନ୍ତୁ ପଞ୍ଚମ ଶ୍ରେଣୀ ପାସ୍‌ କରି ଷଷ୍ଠରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାରେ ସୁଯୋଗ ମିଳିଥିଲା। ବିଶେଷ କରି ବସ୍ତା ବ୍ଲକ ଜାମଶୁଳୀସ୍ଥିତ ଜୟଚନ୍ଦ୍ର ନୋଡ଼ାଲ ହାଇସ୍କୁଲରେ ହୋଇଥିବା ପ୍ରବେଶିକା ପରୀକ୍ଷାର ଲାଟେରାଲ ଏଣ୍ଟ୍ରି ପାଇଁ ଆବେଦନ କରିଥିବା ୨୧ଜଣ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରୁ ବଞ୍ଚତ୍ତ କରାଯାଇଛି। ଫଳରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଏ ବିଷୟରେ ଅଭିଭାବକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ କୈଫୟତ ମାଗିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରୁ ବଞ୍ଚତ୍ତ ହେବା ପରେ ଛାତ୍ରୀଛାତ୍ର ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ସିଂଲା ଥାନା ପୋଲିସ ଏବଂ ବାଲେଶ୍ୱର ଜିଲା ଅତିରିକ୍ତ ଶିକ୍ଷାଧିକାରୀ ଧରଣୀଧର ପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର କହିଛନ୍ତି, ଜିଲାରେ ୧୨ଟି ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞାପନ ଦିଆଯାଇଥିଲା। ସେଥିମଧ୍ୟରୁ ରେମୁଣା, ନୀଳଗିରି ଓ ଔପଦା ୩ଟି ବ୍ଲକର ଆଦର୍ଶ ବିଦ୍ୟାଳୟ ପୂର୍ବରୁ ଚାଲୁ ହୋଇସାରିଥିବା ବେଳେ ଲାଟେରାଲ ଏଣ୍ଟ୍ରି ପରୀକ୍ଷା ଦେବାର ସୁଯୋଗ ପାଇଛନ୍ତି। ଅନ୍ୟଗୁଡ଼ିକରେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କୁ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। କିନ୍ତୁ ସମସ୍ତ ଲାଟେରାଲ ଏଣ୍ଟ୍ରି ପାଇଁ କେବଳ ୩ଟି ବ୍ଲକ ଜାଗାରେ ଅନ୍ୟ ସମସ୍ତ ବ୍ଲକରେ ହେବାରେ ବିଜ୍ଞାପନ କରାଯାଇ ନ ଥିଲେ ମଧ୍ୟ ବିଭାଗୀୟ ସଫ୍ଟୱେରରେ କାର୍ଯ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟି ପାଇଁ ଆଜି ଏଭଳି ଅବସ୍ଥା ଦେଖାଦେଇଥିଲା। ଲାଟେରାଲ ଏଣ୍ଟ୍ରି ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ଆଡମିଟ୍‌ କାର୍ଡ଼ ଅନଲାଇନ୍‌ରେ ଇସ୍ୟୁ ହେବା ପରେ ଗତ ଗୁରୁବାର ମଧ୍ୟାହ୍ନରେ କର୍ତ୍ତୃପକ୍ଷ ତାଙ୍କୁ ଜଣାଇଥିଲେ ଏବଂ ପାଖାପାଖି ୧୦୦ ଛାତ୍ରୀଛାତ୍ରଙ୍କ ରିଜେକ୍ସନ ତାଲିକା ପଠାଇଥିଲେ। ଏହି କାରଣରୁ ସେମାନଙ୍କୁ ପରୀକ୍ଷାରୁ ବଞ୍ଚତ୍ତ କରାଯାଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri