‘ଭୟ, ଆଶଙ୍କାରେ ବିତୁଥିଲା ପ୍ରତିଟି ମୁହୂର୍ତ୍ତ’

ବାଲିଆପାଳ, ୬।୩(ସ୍ବ.ପ୍ର.): ପଦେ ପଦେ ଥିଲା ଜୀବନ ପ୍ରତି ବିପଦ। ବଙ୍କର ମଧ୍ୟରେ ୭ଦିନ ବିତାଇବାକୁ ପଡିଥିଲା। ରୁଷିଆ ପକ୍ଷରୁ ଗ୍ରେନେଡ୍‌ଗୁଡ଼ିକ ସେମାନଙ୍କର ବଙ୍କରଠାରୁ ମାତ୍ର ୩ଶହ ମିଟର ଦୂରରେ ମାଡ଼ ହେଉଥିବାରୁ ପ୍ରତିଟି ମୁହୂର୍ତ୍ତ କଟୁଥିଲା ଭୟ ଓ ଆଶଙ୍କା ମଧ୍ୟରେ। ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭୀଷିକା ଏତେ ଭୟଙ୍କର ଥିଲା ଯେ, ଜନ୍ମମାଟିକୁ ଫେରିବାର ଆଶା ମଉଳି ଯାଇଥିଲା। ଏଭଳି ଲୋକଟାଙ୍କୁରା ଅନୁଭୂତି ବଖାଣିଛନ୍ତି ୟୁକ୍ରେନରୁ ଫେରିଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ଗ୍ରାମର ବିବେକାନନ୍ଦ ପାତ୍ର ଓ ବସ୍ତା ବ୍ଲକ କାଏଣ୍ଡା ଗ୍ରାମର ଆକାଶ ପରିଡା। ଶନିବାର ସନ୍ଧ୍ୟାରେ ସେମାନେ ନିଜ ଜନ୍ମ ମାଟିରେ ପହଞ୍ଚତ୍ବା ପରେ ତାଙ୍କ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଥିଲେ। ଆକାଶ ୪ର୍ଥ ବର୍ଷ ଓ ବିବେକାନନ୍ଦ ୩ୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ର। ଗତ ଫେବୃୟାରୀ ୨୪ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରେ ସବୁ କିଛି ବଦଳିଯାଇଥିଲା। ଜୀବନ ବିକଳରେ ବଙ୍କର ମଧ୍ୟରେ ଆଶ୍ରୟ ନେବାକୁ ପଡିଥିଲା। ପ୍ରତି ମୁହୂର୍ତ୍ତ ପରିବାରର ସମସ୍ତଙ୍କ ମୁହଁ ଆଖିରେ ନାଚି ଉଠୁଥିଲା ବୋଲି ଉଭୟ କୋହଭରା କଣ୍ଠରେ କହିଥିଲେ। ୭ଦିନ ପରେ ଖର୍କିଭ୍‌ରୁ ବହୁ କଷ୍ଟରେ ଟ୍ୟାକ୍ସି ଯୋଗେ ପ୍ଲାଟଫର୍ମରେ ପହଞ୍ଚତ୍ବା ପରେ ସେଠାରୁ ଟ୍ରେନ୍‌ ଯୋଗେ ହଙ୍ଗେରୀ ବର୍ଡ଼ର ବୁଦ୍ଧାପେଷ୍ଟରେ ପହଞ୍ଚତ୍ଥିଲେ। ସେଠାରୁ ଗଙ୍ଗା ମିଶନରେ ଦିଲ୍ଲୀ ଆସିବା ପରେ ଜନ୍ମ ମାଟିରେ ପହଞ୍ଚତ୍ବାର ଆଶା ଅଙ୍କୁରୋଦଗମ୍‌ ହୋଇଥିଲା ଉଭୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri