ଫିନାଇଲ୍‌ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ୮ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ମଧ୍ୟାହ୍ନଭୋଜନ ରୋଷେଇ ବେଳେ ରୋଷେୟାଙ୍କ ଅସାବଧାନତାରୁ ଡାଲିରେ ଫିନାଇଲ ପଡ଼ି ଯାଇଥିଲା। ଡାଲିକୁ ସେ ଧୋଇ ରାନ୍ଧି ଥିଲେ। ମେସ୍‌ରେ ଥିବା ଛାତ୍ରୀମାନେ ମଧ୍ୟାହ୍ନଭୋଜନରେ ସେହି ଡାଲିକୁ ଖାଇଥିଲେ। ତେବେ କିଛିସମୟ ପରେ ୧୭ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ପେଟ ବ୍ୟଥା ହେବାରୁ ସେମାନଙ୍କୁ ମେଡିକାଲ ନିଆଯାଇଥିଲା। ମୁଖ୍ୟ ରୋଷେୟା ଶୁକ୍ରବାର ଛୁଟିରେ ଘରକୁ ଯାଇଥିଲେ। ଅନ୍ୟ ଜଣେ ମହିଳା ସହାୟିକା ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁ ଏଭଳି ଅଘଟଣ ଘଟିଥିବା ଏବଂ ଚିକିତ୍ସା ପରେ ଛାତ୍ରୀମାନେ ସୁସ୍ଥ ଥିବା କଲେଜ ଅଧ୍ୟକ୍ଷା ମିନତୀରାଣୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ବାହାରିଲେ ୯ ପଜିଟିଭ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ଗୋଟିଏ ଦିନରେ ୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି...

ବାଲେଶ୍ୱର ଏମ୍‌ସରେ ଓପିଡି ସେବା

ବାଲେଶ୍ୱର ଅଫିସ, ୧୬।୪ : ବାଲେଶ୍ୱର ଏମ୍‌ସ ସାଟେଲାଇଟ ସେଣ୍ଟର ଶନିବାର ଲୋକାର୍ପିତ ହୋଇଯାଇଛି। ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଓପିଡି ସ୍ବାସ୍ଥ୍ୟସେବା...

ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ...

ସ୍ମାର୍ଟ ହୋଇପାରୁନି ଶିକ୍ଷାଦାନ

ବଇଣ୍ଡା,୩।୧୨(ଡି.ଏନ.ଏ.) ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ ଚାଲିଛି। ଭିତ୍ତିଭୂମି, ଶିକ୍ଷାଦାନକୁ ସ୍ମାର୍ଟ କରାଯିବାର ବ୍ୟବସ୍ଥା ହେଉଛି। ଇତିମଧ୍ୟରେ ଅନୁଗୋଳ ଜିଲାର ୯୦ଟି ବିଦ୍ୟାଳୟକୁ ସ୍ମାର୍ଟ ବୋଲି ଘୋଷଣା...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତ

ଭାପୁର, ୧ା୮(ଡି.ଏନ.ଏ.) – ରାସ୍ତା ନ ଥିବାରୁ ଗାଁରେ ପଶି ପାରି ନ ଥିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି...

ପାଣିଟାଙ୍କିରେ ମାଛଚାଷ

ବୈପାରିଗୁଡା,୯।୧୧ (ଡି.ଏନ୍‌.ଏ):  ଚାଷୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି ା ମାତ୍ର ସେସବୁ ଦୁର୍ଗମ ଆଦିବାସୀ ଅଞ୍ଚଳରେ ପହଞ୍ଚତ୍ପାରୁନି। ମାଛଚାଷ ହେଉଛି ଏହାର...

ରାଜରାସ୍ତାରେ ୨୪ ଟିକିଆ ହାତୀପଲ, ଅଟକିଲା ଗାଡ଼ି

କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍‌ଏଚ...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ (ଡି.ଏନ୍‌.ଏ.),୧୯।୫: କିଛି ଦିନର ନିରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି। ଜିଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ...

Advertisement
Archives

Model This Week