ଧ୍ୱଂସସ୍ତୂପରୁ ଜୀବନ ବଞ୍ଚେଇ ଫେରିଛନ୍ତି ଶାଶ୍ୱତ

ସୋର, ୮ା୩(ଡି.ଏନ.ଏ) ରୁଷିଆ ବୋମାମାଡ଼ରେ ଧ୍ୱଂସବିଧ୍ୱଂସ୍ତ ହୋଇପଡିଥିବା ୟୁକ୍ରେନର ପ୍ରମୁଖ ସହର ଖର୍କିଭରୁ ଜୀବନ ବଞ୍ଚେଇ ୭ ଦିନ ପରେ ଘରେ ପହଞ୍ଚିଛନ୍ତି ବାଲେଶ୍ୱର ଜିଲା ସୋରର ଶାଶ୍ୱତ। ୧୧ଦିନ ହେଲା ପୁଅର ଫେରିବା ବାଟକୁ ଚାହଁି ରହିଥିବା ପରିବାର ଲୋକେ ଏବେ ଶାଶ୍ୱତକୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ପୌରପରିଷଦ ବଡ଼ଖୁରୀ ଗ୍ରାମର ଅଧ୍ୟାପକ ଲକ୍ଷ୍ମଣ ପଣ୍ଡାଙ୍କ ପୁଅ ଶାଶ୍ୱତ ୨୦୨୦ ଡିସେମ୍ବରରେ ଭି.ଏନ୍‌.ଖର୍କିଭ ନ୍ୟାଶନାଲ ୟୁନିଭରସିଟିରେ ମେଡ଼ିକାଲ ପଢ଼ିବା ପାଇଁ ଯାଇଥିଲେ। ସେ କୁହନ୍ତି, ଗତ ଫେବୃଆରୀ ୨୫ ତାରିଖରେ ତାଙ୍କର କିଭ୍‌ରୁ ଫ୍ଲାଇଟ ଟିକେଟ ହୋଇଥିଲା। ୨୪ ତାରିଖ ସକାଳେ ଖର୍କିଭରୁ କିଭ୍‌ ବାହାରିବା କଥା। ମାତ୍ର ଭୋର ୫ଟାରୁ ଆରମ୍ଭ ହୋଇଥିଲା ବୋମାମାଡ଼। ପରେ ଜଣାପଡିଲା ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଦେଇଛି। ସେଠାରୁ ଋଷିଆ ବଡର୍ର୍ର ମାତ୍ର ୩୦ କି.ମି.। ସେମାନେ ରହୁଥିବା ଆଲେକ୍ସଭିସାରେ ୪୦୦ ପାଖାପାଖି ଝିଅପୁଅ କିଛି କିଛି ଖାଦ୍ୟ ଆଣି ୪ଫୁଟ ଉଚ୍ଚର ବଙ୍କର ଭିତରକୁ ଚାଲିଗଲୁ। ମଝିରେ ମଝିରେ ସୁପରମାର୍କେଟ ଖୋଲିବା ମାତ୍ରେ କିଛି ଖାଇବା ଜିନିଷ ପାଣି ଆଣି ୪ ଦିନ ରହିଲୁ। ୧ ତାରିଖରେ ସେଠାରୁ ୧୪ କି.ମି. ବାଟ ଚାଲି ଚାଲି, ଲୁଚିଛପି ୭୦/୮୦ ଜଣ ପିଲା ଖକର୍ର୍ିଭ ଷ୍ଟେଶନରେ ପହଞ୍ଚିଥିଲୁ। ମଝିରେ ମଝିରେ କିଛି ଦୂରରେ ବୋମା ପଡ଼ୁଥିବା ସେ ଦେଖୁଥିଲେ। ସେଠାରୁ ଟ୍ରେନରେ ଛିଡ଼ାହେଇ ଲଭିଭରେ ପହଞ୍ଚତ୍ବା ପରେ ଭୟ କମିଯାଇଥିଲା। ସେଠାରୁ ୪ କି.ମି. ଚାଲି ବସ୍‌ରେ ୧୦୦ଡଲାର ଦେଇ ୮୦ କି.ମି. ଯିବା ପରେ ପୋଲାଣ୍ଡ ବଡ଼ର୍ର୍ରରେ ପହଞ୍ଚିିଥିଲେ। ସେଠାରେ କିଛି ସମୟ ଭିସା ପାଇଁ ଅପେକ୍ଷା କରିବାକୁ ପଡ଼ିଲା। ଭାରତ ସରକାରଙ୍କ ତରଫରୁ ପୋଲାଣ୍ଡରେ ଏକ ହୋଟେଲରେ ରଖି ଖାଇବା ପାଇଁ ଦେବା ପରେ ତାଙ୍କ ଦେହରେ ଜୀବନ ପଶିଲା। ଅବଶ୍ୟ ୟୁକ୍ରେନ ପୋଲିସ ରାସ୍ତାରେ କେବଳ ଯାଞ୍ଚ କରିବା ବ୍ୟତୀତ କିଛି ଖରାପ ବ୍ୟବହାର କରି ନ ଥିଲା। ସେଠାରୁ ଭାରତ ସରକାରଙ୍କ ତରଫରୁ ଫ୍ଲାଇଟରେ ଦିଲ୍ଲୀ ଅଣାଗଲା। ଓଡ଼ିଶା ଭବନରେ ରହିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଭୁବନେଶ୍ୱର ଆସିଲେ। ଏଥିପାଇଁ ଭାରତ ତଥା ଓଡ଼ିଶା ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଶାଶ୍ୱତଙ୍କ ସହିତ ଅନନ୍ତପୁରର ବିଚିତ୍ରାନନ୍ଦ ମିଶ୍ର ମଧ୍ୟ ସୋରରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri