ଯେଉଁଠି ପ୍ରକୃତି କୁହେ କଥା

ନୀଳଗିରି, (ପ୍ରଶାନ୍ତ ବିଶ୍ୱାଳ)୧।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପାଗ ଅନୁକୂଳ ଥିବାରୁ ଶନିବାର ଓ ରବିବାର ଭଳି ଛୁଟି ଦିନରେ ବାଲେଶ୍ୱର ଜିଲା ନୀଳଗିରିକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗହଳଚହଳରେ ଚଳଚଞ୍ଚଳ ହୋଇଉଠିଛି ସୌନ୍ଦର୍ଯ୍ୟର ଗନ୍ତାଘର ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଓ ସବୁଜ ବନାନୀ କୁଲଡ଼ିହା ଅଭୟାରଣ୍ୟ। ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଏହି ଦୁଇ ସ୍ଥାନକୁ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ ପ୍ରାକୃତିକ ପରିବେଶ ଉପଭୋଗ ସାଙ୍ଗକୁ ବଣଭୋଜି, ଶୈବପୀଠ ଦର୍ଶନ ପାଇଁ ଆସିଥାନ୍ତି। ଅନ୍ୟଦିନ ତୁଳନାରେ ଶୀତ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ଏଠାରେ ପ୍ରକୃତି କଥା କହେ ବୋଲି ପ୍ରକୃତିକୁ ଅତି ନିକଟରୁ ଅନୁଭବ କରୁଥିବା ପର୍ଯ୍ୟଟକମାନେ ଅନୁଭୂତିରେ ବଖାଣିଥାନ୍ତି।
ନୀଳଗିରି ନିକଟରେ ବହୁ ବର୍ଷ ପୂର୍ବରୁ ଦେବଗିରି ପର୍ବତମାଳାର ଏକ ଚିରସ୍ରୋତା ଝରଣାର ପଥରଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ଟି ଲିଙ୍ଗଙ୍କୁ ଦର୍ଶନ କରିବା ଲାଗି ଭକ୍ତ ଓ ପର୍ଯ୍ୟଟକ ୨୬୩ ପାହାଚ ଅତିକ୍ରମ କରିଥାନ୍ତି। ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ପାଦଦେଶରେ ବଣଭୋଜିର ମଜା ନେଇ ଫେରିଥାନ୍ତି। ସେଠାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟନ ବିଭାଗ ପାନ୍ଥନିବାସ, ଏକାଧିକ ଘରୋଇ ନିବାସୀ ସୁବିଧା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ବାଲେଶ୍ୱର ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରୁ ଆସିବା ରାସ୍ତାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର, ଇମାମୀ ଜଗନ୍ନାଥ ମନ୍ଦିର, ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ସହିତ ନୀଳଗିରିର ଐତିହାସିକ ରାଜବାଟି ଓ ନୀଳଗିରିରୁ ମାତ୍ର ୪ କି.ମି. ଦୂର ସଜନାଗଡ଼ ସେଠାରେ ଶହ ଶହ ବର୍ଷ ପୂର୍ବେ ପ୍ରତିଷ୍ଠିତ ମା’ ଭୂଧାରଚଣ୍ଡୀଙ୍କ ପୀଠ ସମେତ ଏକାଧିକ ପର୍ଯ୍ୟଟନସ୍ଥଳୀ ରହିଛି।
କୁଲଡିହା ଅଭୟାରଣ୍ୟରେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ପକ୍ଷରୁ ଗୋହିରାଭୋଳଠାରେ ରାତ୍ରିରହଣୀ ନିମନ୍ତେ ‘ରିଷୟା ପ୍ରକୃତି ନିବାସ’ରେ ୯ଟି ତମ୍ବୁଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକ ବ୍ୟବସ୍ଥା ରହିଛି। ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମ୍‌ରେ ବୋଟିଂ ବ୍ୟବସ୍ଥା ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି। ତେବେ ଏଠାରେ ମାଦକଦ୍ରବ୍ୟ ଓ ମାଂସ ଉପରେ କଟକଣା ରହିଛି। ବଣପାହାଡ଼ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ୍‌, ୫ଟି ୱାଚ୍‌ ଟାୱାର ଅତି ନିକଟରୁ ପଶୁପକ୍ଷୀଙ୍କୁ ଦେଖିବା ବ୍ୟବସ୍ଥା ରହିଛି। ଅଭୟାରଣ୍ୟକୁ ଲାଗି ରହିଥିବା ଡ୍ୟାମ୍‌ ସାତଘାଟି, ରିଷିଆ, ଜଡ଼ାଚୁଆ ଅଞ୍ଚଳରେ ଆସିଥିବା ପର୍ଯ୍ୟଟକ ବିଭିନ୍ନ ବନ୍ୟଜନ୍ତୁ ସମେତ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଅବାଧ ବିଚରଣ ରୋମାଞ୍ଚକର ଅନୁଭୂତି ନେଇଥାନ୍ତି। ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟ ପୂର୍ବାହ୍ନ ସାଢ଼େ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିଛି। ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ ହଜାର ୯୦୦ ଟଙ୍କା ଧାର୍ଯ୍ୟ ସହ ଅନ୍‌ଲାଇନରେ ବୁକିଂ ଓ ୱେବ୍‌ସାଇଟ୍‌ ଖୋଲାଯାଇଛି। କୁଲଡ଼ିହା ଅଭୟାରଣ୍ୟ ଭିତରେ ବଣଭୋଜିର ଅନୁମତି ନ ଥିବାରୁ କେହି କେହି ରିଷିୟା ଡ୍ୟାମ ନିକଟରେ ବଣଭୋଜିର ମଜା ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?