ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋମାଂସ, ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଧରିଲେ ଲୋକେ

ବାହାନଗା,୫ା୧୨(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଟ୍ରକ୍‌ ଶେରଗଡ ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଉକ୍ତ ଟ୍ରକ୍‌କୁ ବାଲେଶ୍ୱର ସଦର ଥାନା ନିକଟରୁ ବଜରଙ୍ଗ ଦଳର କର୍ମୀ ଓ କିଛି ସ୍ଥାନୀୟ ଲୋକେ ଅଟକାଇ ଖନ୍ତାପଡ଼ା ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହି ଟ୍ରକ୍‌ (ନଂ.ୟୁପି ୭୫ଏମ୪୪୭୮) ଯାଜପୁରରୁ ପଶ୍ଚିମବଙ୍ଗ ଯାଉଥିଲା।
ଟ୍ରକ୍‌ରେ ଗୋମାଂସ ଚାଲାଣ ହେଉଥିବା ନେଇ ବଜରଙ୍ଗ ଦଳର କର୍ମୀ ଖବର ପାଇଥିଲେ। ସେମାନେ ଶେରଗଡ଼ ଟୋଲଗେଟ ନିକଟରେ ମାଲ ବୋଝେଇ ଟ୍ରକ୍‌କୁ ଅଟକାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଗୋମାଂସ ବୋଝେଇ ଟ୍ରକ୍‌ ଡ୍ରାଇଭର ଟୋଲଗେଟ ନିକଟରେ ନ ଅଟକି ଗେଟ୍‌ ଭାଙ୍ଗି ପଳାଇଥିଲେ। ଲୋକେ ଗୋଡ଼ାଇ ଗୋଡ଼ାଇ ୧୬ ନଂ.ଜାତୀୟ ରାଜପଥର ସଦର ଥାନା ନିକଟସ୍ଥ ବ୍ରିଜ୍‌ଠାରେ ଅଟକାଇଥିଲେ। ସେଠାରୁ ଖନ୍ତାପଡ଼ା ଥାନାକୁ ଆଣିଥିଲେ। ଖବର ଲେଖାହେବା ଯାଏ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ତେବେ ଟ୍ରକ୍‌ରେ କେତେ ଗୋମାଂସ ଅଛି ତାହା ଜଣାପଡ଼ିନାହିଁ। ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରକ୍‌ ଖୋଲାଯାଇ ଦେଖାଯିବ। ଟୋଲଗେଟକୁ ଧକ୍କା ମାରି ଭାଙ୍ଗି ଦେଇଥିବାରୁ ଟୋଲଗେଟ ମ୍ୟାନେଜର ଆସି ଅଭିଯୋଗ କରିବା ପରେ ମାମଲା ରୁଜୁ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦ ଖାଲି

ନନ୍ଦପୁର,୨୦ା୩ (ଡିଏନଏ): ନନ୍ଦପୁର ବ୍ଲକ ସମେତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଥିବା ୪ବ୍ଲକ ନନ୍ଦପୁର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକଗୁଡିକରେ ଥିବା ସ୍କୁଲ ଓ...

ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ...

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ...

ନୀଳାଚଳ ଘରୋଇକରଣ ପ୍ରସଙ୍ଗ: କଠିନ ହୋଇପାରେ ପରିଚାଳନା

ଯାଜପୁର ଅଫିସ,୧୦।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ ଘରୋଇ କମ୍ପାନୀ ହାତରେ ଟେକିଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।...

ଦୁଇ ଦିନରେ କଟିଲାଣି ୭ ଲକ୍ଷ ଟଙ୍କାର ଚାଲାଣ

କଟକ ଅଫିସ,୨୭ା୩: ରାଜ୍ୟରେ ‘ଲକ୍‌ଡାଉନ୍‌’ ନିର୍ଦ୍ଦେଶ ବଳବତ୍ତର ଥିଲେ ସୁଦ୍ଧା ଲୋକେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳସ୍ବରୂପ ଗତ ଦୁଇ ଦିନରେ କଟକ ସହରରେ...

ଝାରସୁଗୁଡ଼ାରୁ ଏସବୁ ସ୍ଥାନକୁ ଗଡିବନି ବସ୍‌

ଝାରସୁଗୁଡ଼ା ଅଫିସ,୨୩।୭: ଝାରସୁଗୁଡ଼ା ଜିଲାରେ କରୋନା କାୟା ବିସ୍ତାର କରି ଚାଲିଛି। ଏହା ଜିଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲା ପ୍ରଶାସନ ପକ୍ଷରୁ...

ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କୁ ହାଜର କରାଇଲାନି ପୋଲିସ; ଡିଜିପି, ସରକାରଙ୍କୁ ଅବଗତ କରାଇବ ସମିତି

ଅନୁଗୋଳ ଅଫିସ, ୧୨।୮: ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ପୋଲିସ ଶନିବାର ତାଙ୍କ ବାପାଙ୍କ ଜିମା ଦେବାପରେ ପୀଡିତାଙ୍କ ସୁରକ୍ଷାକୁ...

ଚାନ୍ଦିରୁପାରେ ସଜେଇ ହେବେ ମା’ ଦୁର୍ଗା

ଡେରାବିଶ, ୧ା୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ତିଲଙ୍ଗଠାରେ ଥିବା ମା’ ପିଙ୍ଗଳେଶ୍ୱରୀଙ୍କ ବହୁ ପ୍ରାଚୀନ। ଏହି ପୀଠ ଏଣ୍ଡର, ହଳଦିଆପାଟଣା, ଛଚିଣା, କୁଅଁରପୁର, ପଲେଇ ସାଥି ସମାଜ,...

Advertisement
Archives

Model This Week