ବଲାଙ୍ଗୀର

ମହୁମାଛି ଆକ୍ରମଣରେ ୭ ଆହତ

ବଲାଙ୍ଗୀର,୧୮ା୧୦(ସୁନିଲ ମହାନ୍ତି): କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ରଣ୍ଡା ପଞ୍ଚାୟତ ପଦମପୁର ଗାଁରେ। ଶନିବାର ଚାଷଜମିରେ ୭ ଜଣ ବ୍ୟକ୍ତି କାଠ ସଂଗ୍ରହ କରୁଥିବା…

ଟ୍ରକକୁ ପଛପଟୁ ଧକ୍କା ଦେଲା ରୋଗୀଙ୍କୁ ନେଇ ଯାଉଥିବା ବୋଲେରୋ, ଘଟଣାସ୍ଥଳରେ…

ବଲାଙ୍ଗୀର,୧୮।୧୦ (ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ସମ୍ବଲପୁର ଏନ. ଏଚ ୨୬ ରାସ୍ତା ଜାମସର ନିକଟରେ ଶନିବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଅଛନ୍ତି । ଏନଏଚ ୨୬ ବଲାଙ୍ଗୀର ସମ୍ବଲପୁର ରାସ୍ତା…

ଦୌଡକୁଦ ପ୍ରତିଯୋଗିତାରେ ପ୍ରୀୟଙ୍କାଙ୍କୁ ସଫଳତା: ରାଜ୍ୟସ୍ତରକୁ ମନୋନୀତ

ଲୋଇସିଂହା,୧୮।୧୦ (ସୁଶାନ୍ତ ବାରିକ)- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ବେଲଗାଁ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଗତ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତୀଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଏହି ଦିନ ବଡ଼ ଧୂମ୍‌ଧାମରେ ପାଳନ ହେବ ବଲାଙ୍ଗୀର ଦିନ: ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ପି.ପି.ଏକାଡେମୀ ସ୍କୁଲଠାରେ ବଲାଙ୍ଗୀର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦିନ ନଭେମ୍ବର ୧ରେ ଧୂମ୍‌ଧାମରେ ପାଳନ…

ଭଡ଼ାଘରେ ଝୁଲିପଡ଼ିଲେ ଯୁବକ, ଘର ଲୋକେ କବାଟ ଖୋଲିବାରୁ…

ବଲାଙ୍ଗୀର,୧୭ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍‌ ଭୋଇ(୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର…

ଓଲଟିଲା ଚାଉଳ ବୋଝେଇ ଟ୍ରକ, ବସ୍ତାବସ୍ତା ଚାଉଳ ବୋହିନେଲେ ଗାଁ ଲୋକେ, ପୋଲିସ ବିଳମ୍ବରେ ପହଞ୍ଚିବାରୁ…

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସଦର ବ୍ଲକ ଭୁତିଆରବାହାଲ ବାରପୁରିଆ ଗାଁ ରାସ୍ତା ରଜା ମୁଣ୍ଡା ଟ୍ରନିଂ ଛକଠାରେ ଶୁକ୍ରବାର ଏକ ଚାଉଳ ବୋଝେଇ ଟ୍ରକ ଓଲଟିଯାଇଛି । ଭୋର ୪ଟାରେ ଏହି ଦୁର୍ଘଟଣା…

ପରିବାର ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଶ୍ୱଶୁର ଘରୁ ଫେରୁଥିବାବେଳେ…

ବଲାଙ୍ଗୀର,୧୬।୧୦ ( ସୁନିଲ ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା କୁଥୁର୍ଲା ଠାରେ ଏକ ଦୁର୍ଘଟଣାରେ ଭୂତିଆର ବାହାଲ ମଦନ ବାରିକଙ୍କ (୩୫ ) ମୃତ୍ୟୁ ଘଟିଛି । ମଦନ ମଟର ସାଇକେଲରେ ତାଙ୍କ ଶ୍ୱଶୁର ଘର ଶିକୁଆରୁ ସମସ୍ତ ପରିବାର ଭୂତିଆରବାହାଲ…

ବଢ଼ିଲା ଅନାହାର ଫେରିବା ଆଶଙ୍କା

ବଲାଙ୍ଗୀର,୧୬ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାକୁ ପୁଣି ଫେରିପାରେ ଅନାହାରଜନିତ ସମସ୍ୟା। ଏହି ଜିଲାର ୮୦,୩୩୨ ଜଣ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ହୋଇ ନ ଥିବାରୁ ସେମାନଙ୍କୁ ଆସନ୍ତା ନଭେମ୍ବର ମାସରୁ ଆଉ ମାଗଣା ଚାଉଳ ମିଳିବ ନାହିଁ। ସେମାନଙ୍କ…

ଭାଜପା ବିରୋଧରେ ବଲାଙ୍ଗୀର ବିଜେଡିର ଗର୍ଜନ, ପଦଯାତ୍ରା କରି…

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୯ରୁ ନଭେମ୍ବର ୯ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ବଲାଙ୍ଗୀରରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗୀରରେ…

କୃଷି ଋଣ ଠକେଇର ଶିକାର ହେଲେ ପକ୍ଷାଘାତ ପୀଡ଼ିତ ଚାଷୀ

ଲୋଇସିଂହା,୧୪।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ବୁର୍ଡା ଗ୍ରାମର ଜଣେ ପକ୍ଷାଘାତ ପିଡୀତ ଚାଷୀ କୃଷି ଋଣ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି ା ଠକେଇର ଶିକାର ଚାଷୀ ମୁକୁନ୍ଦ…

ମଧ୍ୟପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ, ପୋଲିସ ହାବୁଡ଼ରେ ପଡ଼ିବାରୁ…

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଏକ ମହେନ୍ଦ୍ର ବୋଲେରୋ ଗାଡ଼ି ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ୧୪ ପ୍ୟାକେଟ ଗଞ୍ଜେଇକୁ ପୋଲିସ ଜବତ କରିଛି। ବଲାଙ୍ଗିର ଜିଲା ପୁଇଁତଲା ଥାନା ଛତାପିପଲ ନିକଟ କୁରେଭନା ଛକରେ ପୁଇନ୍ତଲା ଥାନା…

ପରିତ୍ୟକ୍ତ ୟୁରିନାଲରୁ ମିଳିଲା ୩ କଙ୍କାଳ

ବଲାଙ୍ଗୀର/ପାଟଣାଗଡ,୧୨।୧୦(ସୁନିଲ ମହାନ୍ତି, ସଚିଦାନନ୍ଦ କହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଭାଇଁସା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ତିନିଟି କଙ୍କାଳ ଠାବ ହୋଇଛି। ଏ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାସ୍ଥଳକୁ ପାଟଣାଗଡ ପୋଲିସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?