ବଲାଙ୍ଗୀରରେ ବାଲାଂଦେଶୀମାନଙ୍କୁ ଚିହ୍ନଟ କରି ବିତାଡ଼ିତ କର, ଏସ୍‌ପିଙ୍କୁ ଦାବିପତ୍ର ପତ୍ର ପ୍ରଦାନ କଲେ…

ବଲାଙ୍ଗୀର,୧୮।୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ଆରକ୍ଷୀ ଅଧକ୍ଷକଙ୍କୁ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ଯେ ଅନେକ ଦିନ ଧରି ବଲାଙ୍ଗୀର ଜିଲା ଦେଓଗାଁଠାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ହିଂସାଜନିତ ପରିସ୍ଥିତି ସୃଷ୍ଟି ହେବା ଘଟଣାରେକୁ ନେଇ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ଅବହେଳା ଏବଂ ଘଟଣାକୁ ଗୁରୁତର ସହ ନ ନେବା କାରଣରୁ ବର୍ତ୍ତମାନ ଦେଓଗାଁ ଅଞ୍ଚଳ ସମ୍ପୂର୍ଣ ରୂପେ ଅଶାନ୍ତ। ଏହାଛଡ଼ା ଯେଉଁମାନେ ଘଟଣାରେ ସଂପୃକ୍ତ ନାହାନ୍ତି ସେହିଭଳି ନିରୀହ ଜନସାଧାରଣମାନଙ୍କୁ ଗିରଫ କରି ତାଙ୍କୁ ହଇରାଣ କରାଯାଉଛି।ବର୍ତ୍ତମାନ ଦେଓଗାଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ଏବଂ ଦେଓଗାଁ ଅଞ୍ଚଳ ବର୍ତ୍ତମାନ ପୁରୁଷଶୂନ୍ୟ ଅବସ୍ଥାରେ ଅଛନ୍ତି।  ପ୍ରକୃତ ଯିଏ ଦୋଷୀ ଯାହାଙ୍କ ପାଇଁ ଦେଓଗାଁ ଅଞ୍ଚଳରେ ପରିସ୍ଥିତି ଅଶାନ୍ତ ହୋଇଛି ସେ ନିର୍ଭୀକ ଭାବରେ ଦେଓଗାଁ ଅଞ୍ଚଳରେ ରହିଛନ୍ତି । ଲଜ୍ଜାର ବିଷୟ ଦେଓଗାଁ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ବ୍ୟକ୍ତି ଜଣକ ହେଲେ ଜଣେ ଅନୁପ୍ରବେଶକାରୀ ବାଂଲାଦେଶୀ ତାକୁ ସୁରକ୍ଷା ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ରାଜ୍ୟରୁ ତଥା ଦେଶରୁ ବିତାଡିତ କରିବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ବଲାଙ୍ଗିରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଘଟଣା ଉପରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଦାବି କରି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ଓଡ଼ିଶା ତରଫରୁ ଏକ ଦାବିପତ୍ର ମାନନୀୟ ଆରକ୍ଷୀ ଅଧିକ୍ଷକଙ୍କୁ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ,ରାଜ୍ୟ ଉପ ସଭାପତି ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ପ୍ରଦୀପ ବେହେରା, ସନତ ପାତ୍ର, ଶ୍ରୀ ବୁଲୁ ପର୍ଡିଆ ପ୍ରମୁଖ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri