ଖେଳାଳି ଚୟନରେ ପକ୍ଷପାତିତା ଅଭିଯୋଗ
ଅନୁଗୋଳ ଅଫିସ, ୧୫।୩: ଓଡ଼ିଶା କ୍ରିକେଟ୍ ଆସୋସିଏଶନ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍ ପାଇଁ ଜିଲାସ୍ତରୀୟ ଖେଳାଳି ଚୟନ ପ୍ରକ୍ରିୟା ବେଳେ ଅନୁଗୋଳ ଜିଲା କ୍ରିକେଟ୍ ଆସୋସିଏଶନ (ଏଡିସିଏ) ବିରୋଧରେ ପକ୍ଷପାତିତା ଅଭିଯୋଗ ହୋଇଛି। ଏଡିସିଏ ଠିକ୍ ଭାବେ ଖେଳାଳି ଚୟନ…
ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା
ଅନୁଗୋଳ ଅଫିସ,୧୫।୩: ଅନୁଗୋଳ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛି ପ୍ରଶାସନ। ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ନମ୍ବର ୧୮୨୮ ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି। କେଉଁ କାରଣ ପାଇଁ ଏହାକୁ ବନ୍ଦ…
ଉପାନ୍ତ କରବିରା ଖୋଲରେ ଉପଜିଲାପାଳ
ଅନୁଗୋଳ ଅଫିସ,୧୫।୩: ଅନୁଗୋଳ ଜିଲାର ବଣ ଜଙ୍ଗଲ ଘେରା ଉପାନ୍ତ ତଥା ଅପହଞ୍ଚ ଇଲାକା ଭାବେ ପରିଚିତ ବଡ଼କନ୍ତକୁଳ ପଞ୍ଚାୟତର କରବିରା ଖୋଲ ଗ୍ରାମରେ ଥିବା ୧୮ ପରିବାର ନିକଟରେ ମଙ୍ଗଳବାର ଅନୁଗୋଳ ଉପଜିଲାପାଳ ବୈତୁରା ଦୀପ ପହଞ୍ଚି ସମସ୍ୟା ବୁଝିଛନ୍ତି।…
ଆଲୋକମାଳାରେ ସଜ୍ଜିତ ହେବ ସହର
ଅନୁଗୋଳ ଅଫିସ, ୧୪ା୩: ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା…
୩ ସାଙ୍ଗଙ୍କୁ ଅଶ୍ରୁଳ ବିଦାୟ ଦେଲା କୁଲେଇ
ଛେଣ୍ଡିପଦା,୧୪ା୩(ସ୍ବ.ପ୍ର.): ଦୁର୍ଘଟଣାରେ ରବିବାର ୩ ସାଙ୍ଗଙ୍କ ମୃତ୍ୟୁ ଖବର ପହଞ୍ଚିବା ପରଠାରୁ ଶୋକରେ ଡୁବିଯାଇଥିଲା ଅନୁଗୋଳ ଜିଲା ଜରପଡ଼ା ଥାନା ତୁବେ ପଞ୍ଚାୟତର କୁଲେଇ ଗାଁ। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପରିବେଶ। ସୋମବାର ବ୍ୟବଚ୍ଛେଦ ହୋଇ ୩ ମୃତଦେହ ଗାଁରେ…
ଘର ପ୍ରାପ୍ୟ ପାଇଁ ଜିଲାପାଳଙ୍କୁ ଗୁହାରି
ଅନୁଗୋଳ ଅଫିସ, ୧୪ା୩: ତାଳଚେରସ୍ଥିତ ଏମ୍ସିଏଲ୍ର ହିଙ୍ଗୁଲା କ୍ଷେତ୍ର ଦ୍ୱାରା ଗତ ୨୮ ବର୍ଷ ତଳୁ ଆମ୍ବପାଳ ଗ୍ରାମରେ ଜମି ଅଧିଗ୍ରହଣ କରାଯାଇଛି। ହେଲେ ଗ୍ରାମବାସୀଙ୍କୁ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ। ଏପରି କି କମ୍ପାନୀ କର୍ତ୍ତୃପକ୍ଷ ଧରାଛୁଅଁା…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ
ଛେଣ୍ଡିପଦା,୧୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତୁବେ ପଞ୍ଚାୟତର ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି…
ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ଯୋଗ୍ୟତା ହାସଲ
ଅନୁଗୋଳ ଅଫିସ, ୧୨।୩: ଅନୁଗୋଳ ଜିଲାର କ୍ରିକେଟର ଶ୍ରେୟାଂଶ ଭରଦ୍ବାଜ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଜାତୀୟ କ୍ରିକେଟ ପ୍ରଶିକ୍ଷଣ ଶିବିର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ୧୨ ବର୍ଷ ବୟସରୁ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଶ୍ରେୟାଂଶ ୧୬ ବର୍ଷରୁ କମ୍…
ଅନୁଗୋଳରେ ହେବ ୨ କୃଷିସେବା କେନ୍ଦ୍ର
ଅନୁଗୋଳ ଅଫିସ, ୧୧।୩: କୃଷି ଓ କୃଷକଙ୍କ ବିକାଶ ଲାଗି ଅନୁଗୋଳରେ ସ୍ଥାପନ ହେବ ୨ଟି କୃଷି ସେବାକେନ୍ଦ୍ର। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମକେୟୁଓ୍ବାଇ) ଅଧୀନରେ ପିପିପି ମୋଡରେ ଏହା କାର୍ଯ୍ୟକ୍ଷମ ହେବ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍ପି)ର…
ବିଡିଓଙ୍କ ବିଜ୍ଞାପନରେ ଶଙ୍ଖ ଚିହ୍ନ
ଅନୁଗୋଳ ଅଫିସ୍/ବଇଣ୍ଡା (ଡି.ଏନ୍.ଏ.),୧୦।୩:ଅନୁଗୋଳ ଜିଲା କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା ଓଡ଼ିଶା ସରକାରୀ କର୍ମଚାରୀ ସର୍ଭିସ କୋଡ୍-୧୯୫୯ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପଞ୍ଚାୟତିରାଜ ଦିବସରେ ସେ ବିଜେଡିର ଶଙ୍ଖ ଚିହ୍ନ ଥାଇ ଏକ ନିର୍ଦ୍ଦିଷ୍ଟ ଖବରକାଗଜକୁ ବିଜ୍ଞାପନ ଦେଇଥିବା…
ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ
ଅନୁଗୋଳ ଅଫିସ, ୭।୩: ଅନୁଗୋଳ ସଦର ଥାନା ଆମ୍ବପାଳ ଗ୍ରାମର ସଭାପତି ବାଳକୃଷ୍ଣ ନାୟକ (୫୮)ଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯିବା ଅଭିଯୋଗର ତଦନ୍ତକୁ ଜୋର୍ଦାର କରିଛି ପୋଲିସ। ସୋମବାର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ…
ଅନୁଗୋଳରେ ୨୮ ହିରୋଷ୍ଟୋନ ସନ୍ଧାନ
ଅନୁଗୋଳ ଅଫିସ, ୫।୩: ଅନୁଗୋଳ ଉପଖଣ୍ଡରୁ ୨୮ଟି ହିରୋଷ୍ଟୋନ ବା ବୀର ଫଳକର ସନ୍ଧାନ ମିଳିଛି। ଏହି ପ୍ରାଚୀନ ପ୍ରସ୍ତର ଫଳକଗୁଡ଼ିକ ନତଡା, ଝିଣ୍ଟିପାଳ, ବଡ କେରଜାଙ୍ଗ ଓ କୋରଡ଼ା ଗ୍ରାମରେ ରହିଥିବା ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ଓ ଗବେଷିକା ରମା…
Archives


