ପରୀକ୍ଷାରୁ ବଞ୍ଚିତ ନର୍ସିଂ ଛାତ୍ରୀ

ଅନୁଗୋଳ ଅଫିସ,୧୮।୩: ଅନୁଗୋଳ ଜିଲା ଛେଣ୍ଡିପଦା ସାଇଶ୍ରଦ୍ଧା ନର୍ସିଂ କଲେଜରେ ପଢୁଥିବା ୨ୟ ବର୍ଷର ୭ ଜଣ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। କଲେଜ କର୍ତ୍ତୃପକ୍ଷ ନକଲି ଆଡମିଡ୍‌ କାର୍ଡ ଦେଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେମାନେ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ସମ୍ପୃକ୍ତା ଛାତ୍ରୀମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆସନ୍ତା ୨୭ ତାରିଖରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଏହାର ସମାଧାନ କରାଯିବ ବୋଲି ପ୍ରଶାସନିକ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରୀମାନେ ଧାରଣାରୁ ଓହରିଛନ୍ତି। ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ସମସ୍ତ ଛାତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ ସେମାନେ ୨ୟ ବର୍ଷର ପରୀକ୍ଷା ଦେବେ ବୋଲି କଲେଜରୁ ମିଳିଥିବା ଆଡ୍‌ମିଟ୍‌ କାର୍ଡରେ ଉଲ୍ଲେଖ କରାଯାଇଥିଲା। ସେମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ଥିଲେ। ହେଲେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଆଡ୍‌ମିଟ୍‌ କାର୍ଡ ଯାଞ୍ଚ ପରେ ନକଲି ବୋଲି କହିଥିଲେ। ଏହାପରେ ଛାତ୍ରୀମାନେ ପରୀକ୍ଷା ଦେଇ ନ ପାରି ନିରାଶରେ ଫେରିଥିଲେ। ଏ ସଂକ୍ରାନ୍ତରେ ଛାତ୍ରୀ ପ୍ରିୟଙ୍କା ନାଏକ, ସୁମତୀ ମାହାର, ଆଶାଞ୍ଜଳି ପ୍ରଧାନ ପ୍ରଥମେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ଥିଲା। ତେଣୁ ସେମାନେ ଧାରଣାରେ ବସିଥିଲେ। କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବା, ପୁନର୍ବାର ପରୀକ୍ଷା ପାଇଁ ସୁଯୋଗ ପ୍ରଦାନ, ସାଇ ଶ୍ରଦ୍ଧା ନର୍ସିଂ କଲେଜ ବନ୍ଦ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି।
ଏ ନେଇ କଲେଜ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଜେନାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍‌ ବେହେରା କହିଛନ୍ତି, ଛାତ୍ରୀମାନଙ୍କ ଅଭିଯୋଗକ୍ରମେ ଥାନାରେ ନଂ.୨୯/୨୩ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ୪୨୦ ଦଫାରେ କଲେଜରୁ କେତେକ ଦସ୍ତାବିଜ୍‌ ସିଜ୍‌ କରାଯାଇଛି। ଛାତ୍ରୀମାନଙ୍କୁ ନକଲି ଆଡମିଟ୍‌ କାର୍ଡ ଦିଆଯାଇଥିବା ଅଭିଯୋଗରେ ସତ୍ୟତା ଥିବା ଥାନାଧିକାରୀ କହିଛନ୍ତି। ସେହିଭଳି ଛାତ୍ରୀମାନଙ୍କୁ ଜାତିଆଣ ଆକ୍ଷେପ ନେଇ ଅନୁଗୋଳ ସଦର ଥାନାରେ ନଂ. ୨୯/୨୩ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି

ଦେବଗଡ,୧୬।୨(ଡି.ଏନ.ଏ.): ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାଜପା ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାସ୍ତା ସିଲ୍‌

ହାଟଡିହୀ,୧୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୁଧବାର ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରାନ୍ତ ଦୁଇ ଜଣ...

ମାକ୍ସ ପିନ୍ଧି ଅଖିମୁଠି ଶୁଭଦେଲେ ଚାଷୀ

ନୂଆପଡ଼ା ଅଫିସ,୨୬ା୪- ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଅର୍ଥାତ୍‌ ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ପକାଏ ।  ଜମିରେ ପୂଜାର୍ଚ୍ଚନା କରି ଭଲ ଫସଲ...

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଆନନ୍ଦପୁର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କଅଁସ ଗ୍ରାମରେ ଥିବା ଶନିମନ୍ଦିରରେ ଦୀପରୁ ଜଣେ ମହିଳାଙ୍କ ଶାଢିରେ ନିଆଁ ଲାଗିବା ଫଳରେ ସେ ଗୁରୁତର ହୋଇଛନ୍ତି।...

ପ୍ରଶାସନଠୁ ନିରାଶ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୨୧।୧୦(ସ୍ବ.ପ୍ର.): ପ୍ରଶାସନର ପ୍ରତିଶ୍ରୁତି ବିଫଳ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ କବିତ୍ରା...

ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଦାରିଙ୍ଗବାଡି,୧୨।୯(ଡ.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ...

କରୋନା: ବନ୍ୟଜନ୍ତୁ ବି କଲବଲ

କେନ୍ଦୁଝର, ୪ା୫ (ସ୍ବ.ପ୍ର.): ଏକ ପକ୍ଷରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁ ବନ୍ୟ ଜନ୍ତୁ ବାସହରା ହୋଇଯାଇଥିବାବେଳେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଛାଡି ଜନବସତି ମୁହାଁ...

ମାଲକାନଗିରି ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ୪ ବିଏସ୍‌ଏଫ୍‌ ଯବାନ ସଂକ୍ରମିତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ)-ମାଲକାନଗିରି ଜିଲାରେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଏସ୍‌ଏଫ୍‌ ଯବାନ ରହିଛନ୍ତି। ଆକ୍ରାନ୍ତ ଯବାନମାନେ ସଦର...

Advertisement
Archives

Model This Week