ପାନୀୟ ଜଳ ଯୋଗାଣ ସମସ୍ୟା ସମାଧାନ ଦାବି

ତାଳଚେର,୧୯।୩(ନି.ପ୍ର): ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ, କିଛିଦିନ ହେଲା ଘଣ୍ଟପଡ଼ା ଅଞ୍ଚଳକୁ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘଣ୍ଟପଡ଼ା ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଏମ୍‌ସିଏଲ୍‌ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।
ହାଣ୍ଡିଧୁଆ-କୋଲିୟରୀରେ ଥିବା ପାଣି ପମ୍ପ ଖରାପ ହୋଇଯିବା କାରଣରୁ ଏହି ସମସ୍ୟା ଉପୁଜିଥିବା ଏମ୍‌ସିଏଲ ଅଧିକାରୀ ପ୍ରକାଶ କରିଥିଲେ। ବୈଠକରେ ଉପସ୍ଥିତ ଜନପ୍ରତିନିଧିମାନେ ଶୀଘ୍ର ପାନୀୟ ଜଳ ଯୋଗାଣ ସ୍ବାଭାବିକ କରିବାକୁ ଦାବି କରିଥିଲେ। ଅଚଳ ପାଣିପମ୍ପ ମରାମତି କରାଯାଇ ଜଳଯୋଗାଣକୁ ନିୟମିତ କରିବାକୁ ଏମସିଏଲ୍‌ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି। ସେ ପର୍ଯ୍ୟନ୍ତ ଜଳକ୍ଲିଷ୍ଟ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଖଣି କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି। ବୈଠକରେ ଘଣ୍ଟପଡା ସରପଞ୍ଚ ସସ୍ମିତା ବିଶ୍ୱାଳ, ସମିତିସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନୀଲ ବିଶ୍ୱାଳ, ସାମାଜିକ କର୍ମୀ ବିଭୂତି ସାହୁ, ନାଏବ ସରପଞ୍ଚ ରାଜୀବ ଦାସ, ରାକେଶ ପଟ୍ଟନାୟକ, ଦିଲୀପ ସାହୁ, ହେମନ୍ତ ସାହୁ, ତାଳଚେର ଜିଏମ ମୁରାରୀ ମିଶ୍ର, ଡେରା ପ୍ରକଳ୍ପ ଅଧିକାରୀ ଦାଶରଥୀ ସାହୁ, ତାଳଚେର ଏରିଆ ଆଶିଷ ଭଟ୍ଟନାଗର, ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ...

ଦେବୀପୀଠରେ ମା’ଙ୍କ ନବରାତ୍ର ପୂଜା

ଝାରସୁଗୁଡ଼ା ଅଫିସ,୨୭ା୯: ଜିଲାରେ ଥିବା ବିଭିନ୍ନ ଦେବୀ ପୀଠରେ ସୋମବାର ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ରବିବାର ଅମାବାସ୍ୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ...

୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରେଢାଖୋଲ,୫।୧୧(ଡି.ଏନ୍‌.ଏ): ୧୨ ଦଫା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ...

ବିମାନବନ୍ଦର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପ୍ରସ୍ତାବ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ଲାଗି ଓଡିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କୁ...

ହରିୟାଣା ପୋଲିସ ହଟହଟା

ବାହାନଗା, ୨୪ା୧(ଡି.ଏନ.ଏ.): ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଫେରାର ଥିବା ବାଲେଶ୍ୱର ବାହାନଗା ଅଞ୍ଚଳର ୨ଯୁବକଙ୍କୁ ଗିରଫ କରିବାକୁ ଆସି ହରିୟାଣା ପୋଲିସ ହଟହଟା ହୋଇଛି।...

ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି...

ବଡବିଲରେ ହେବ ବିଶାଳ ଘଣ୍ଟାସ୍ତମ୍ଭର ସ୍ଥାପନ

ବଡବିଲ, ୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହର ମଧ୍ୟଭାଗରେ ଥିବା ପୂର୍ତ୍ତ ଓ ଗୃହ ବିଭାଗ ଡାକବଙ୍ଗଳା ପରିସରରେ ସୁଦୂର ଦୃଶ୍ୟମାନ ନିମନ୍ତେ ଏକ ଘଣ୍ଟାସ୍ତମ୍ଭର...

ଦେଢ଼କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ

ବାସୁଦେବପୁର,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ନୂଆ ଜଗନ୍ନାଥ ଛକରୁ ଦେଢ଼ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ...

Advertisement
Archives

Model This Week