ଗାଡ଼ି ରଖି ଛୁ’

ଅନୁଗୋଳ ଅଫିସ,୧୮ା୩: ନୂଆ ରୂପ ନେଉଛି ଅନୁଗୋଳ। ବଦଳୁଛି ସହରର କଳେବର। ସହରବାସୀଙ୍କ ଯାତାୟାତ ସୁଗମ ଲାଗି ଜବରଦଖଲ ଉଚ୍ଛେଦ ଚାଲିଛି। ରାତାରାତି ଚଉଡ଼ା ହେଉଛି ବ୍ୟସ୍ତବହୁଳ ରାସ୍ତା। ହେଲେ ଏହି ପ୍ରଶସ୍ତ ସଡ଼କରେ ଗମନାଗମନ କରିବା ସହଜ ହେଉନାହିଁ। କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାକୁ କବ୍‌ଜା କରୁଛନ୍ତି ଗାଡ଼ି ମାଲିକ ଏବଂ ଡ୍ରାଇଭର। ଏଭଳି ବେଆଇନ ପାର୍କିଂ କାରଣରୁ ସୃଷ୍ଟି ହେଉଛି ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଜରୁରୀ କାର୍ଯ୍ୟରେ ବାହାରି ଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଫସିରହୁଛନ୍ତି। ପୋଲିସ, ପୌର ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଏଭଳି ବେଆଇନ ପାର୍କିଂ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଅନୁଗୋଳ ସହରାଞ୍ଚଳରେ ଜନସଂଖ୍ୟା ବଢୁଛି। ଏଥିସହିତ ଗାଡ଼ି ଚାଳକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ହେଲେ ସର୍ବସାଧାରଣ ସ୍ଥାନରେ ବେପରୁଆ ପାର୍କିଂକୁ ନେଇ ଏବେ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ସ୍ଥାନୀୟ ବାଳସୁଧାର ଗୃହ ପାଖରୁ ଅମଲାପଡ଼ା ରାସ୍ତା ଏବଂ ଡିଆଇସି ଛକ ଯାଏ ରାସ୍ତାର ଦୁଇ ପାର୍ଶ୍ୱରେ ସକାଳୁ ରାତି ଯାଏ ଶହଶହ ସଂଖ୍ୟାରେ ଗାଡ଼ି ବେଆଇନ ଭାବେ ପାର୍କିଂ କରାଯାଉଛି। ଫଳରେ ଏହି ଦୁଇ ବ୍ୟସ୍ତବହୁଳ ସଡ଼କ ମାତ୍ରାଧିକ ସଂକୀର୍ଣ୍ଣ ହୋଇପଡୁଛି। ବାଳସୁଧାର ଗୃହ ନିକଟରୁ ଡିଆଇସି ଛକକୁ ସଂଯୋଗ କରୁଥିବା ରାସ୍ତାର ପୌରପାଳିକା କଲୋନୀ ନିକଟରେ ବିଜୁ ଉଦ୍ୟାନ ରହିଛି। ସେଠାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଚଳପ୍ରଚଳ କରିଥାନ୍ତି। ହେଲେ ଏଭଳି ବେଆଇନ ପାର୍କିଂ ସେମାନଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲିଦେଉଛି। ସାମାନ୍ୟ ଅନ୍ୟମନସ୍କ ହେଲେ ଧନଜୀବନ ହାନି ହେବାର ଆଶଙ୍କା ଏଡ଼ାଇ ଦିଆଯାଇପାରୁନାହିଁ। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ବାଳସୁଧାର ଗୃହଠାରୁ ଅମଲାପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ। ଏହି ସଡ଼କର ଉଭୟ ପାର୍ଶ୍ୱରେ ବହୁ ଆବାସିକ କାର୍ଯ୍ୟାଳୟ, ସରକାରୀ କୋଠା ରହିଛି। ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଗଢ଼ିଉଠିଛି। ହେଲେ ରାସ୍ତାପାର୍ଶ୍ୱରେ ଗାଡ଼ିଚାଳକମାନେ ମନଇଚ୍ଛା ଗାଡ଼ି ଛିଡ଼ା କରି ବ୍ୟକ୍ତିଗତ କାମରେ ପଳାଉଥିବାରୁ ସହରବାସୀ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏଭଳି ବେଆଇନ ପାର୍କିଂ ମୁଖ୍ୟ ସଡ଼କରୁ ବାହାରି ଏବେ ଗଳିକନ୍ଦିକୁ ବ୍ୟାପିଲାଣି, ଯାହା ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ କୁହନ୍ତି, ଏଭଳି ଘଟଣା ନଜରକୁ ଆସିଛି। ବେଆଇନ ଭାବେ ପାର୍କିଂ ହେଉଥିବା ଗାଡ଼ିଗୁଡ଼ିକ ଚିହ୍ନଟ କରାଯିବ। ନିୟମ ଭାଙ୍ଗୁଥିବା ଗାଡ଼ି ମାଲିକଙ୍କୁ ପ୍ରଥମେ ନୋଟିସ୍‌ ଦେଇ ତାଗିଦା କରାଯିବ। ତଥାପି ନ ସୁଧୁରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବସ୍‌ ଡ୍ରାଇଭରଙ୍କୁ ବୁଦ୍ଧି ଶିଖାଇଲେ ଅଧିକାରୀ

ନିକଟରେ ସହରର ଜଣେ ପ୍ରଶାସନିକ ଅଧିକାରୀ ଏଭଳି ବେଆଇନ ପାର୍କିଂ ଯୋଗୁ ଘରକୁ ଯିବାକୁ ବାଟ ପାଇ ନ ଥିଲେ। କାରଣ ସମ୍ପୃକ୍ତ ଅଧିକାରୀଙ୍କ ଘର ସମ୍ମୁଖରେ ଏକ ବସ୍‌ ପାର୍କିଂ ହୋଇଥିଲା। ହେଲେ ଏହାର ଡ୍ରାଇଭରଙ୍କ ଦେଖା ମିଳି ନ ଥିଲା। ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ଡ୍ରାଇଭରଙ୍କୁ ବୁଦ୍ଧି ଶିଖାଇବାକୁ ଅଧିକାରୀଜଣକ ଗାଡ଼ିର ଚାବି ବାହାର କରି ନେଇଯାଇଥିଲେ ଏବଂ ଡ୍ରାଇଭର ପହଞ୍ଚତ୍ବା ପରେ ତାଙ୍କୁ ତାଗିଦା କରି ଛାଡ଼ିଥିଲେ। ଏଭଳି ବହୁ ଘଟଣା ପ୍ରତିଦିନ ଘଟୁଛି। ହେଲେ ପରିବହନ ବିଭାଗ, ପୋଲିସ କିମ୍ବା ପୌର ପ୍ରଶାସନ ଏ ଦିଗରେ ସାମାନ୍ୟତମ ନିଘା ରଖୁନାହିଁ। ତେଣୁ ବେଆଇନ ପାର୍କିଂ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri