ଗାଡ଼ି ରଖି ଛୁ’

ଅନୁଗୋଳ ଅଫିସ,୧୮ା୩: ନୂଆ ରୂପ ନେଉଛି ଅନୁଗୋଳ। ବଦଳୁଛି ସହରର କଳେବର। ସହରବାସୀଙ୍କ ଯାତାୟାତ ସୁଗମ ଲାଗି ଜବରଦଖଲ ଉଚ୍ଛେଦ ଚାଲିଛି। ରାତାରାତି ଚଉଡ଼ା ହେଉଛି ବ୍ୟସ୍ତବହୁଳ ରାସ୍ତା। ହେଲେ ଏହି ପ୍ରଶସ୍ତ ସଡ଼କରେ ଗମନାଗମନ କରିବା ସହଜ ହେଉନାହିଁ। କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାକୁ କବ୍‌ଜା କରୁଛନ୍ତି ଗାଡ଼ି ମାଲିକ ଏବଂ ଡ୍ରାଇଭର। ଏଭଳି ବେଆଇନ ପାର୍କିଂ କାରଣରୁ ସୃଷ୍ଟି ହେଉଛି ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଜରୁରୀ କାର୍ଯ୍ୟରେ ବାହାରି ଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଫସିରହୁଛନ୍ତି। ପୋଲିସ, ପୌର ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଏଭଳି ବେଆଇନ ପାର୍କିଂ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଅନୁଗୋଳ ସହରାଞ୍ଚଳରେ ଜନସଂଖ୍ୟା ବଢୁଛି। ଏଥିସହିତ ଗାଡ଼ି ଚାଳକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ହେଲେ ସର୍ବସାଧାରଣ ସ୍ଥାନରେ ବେପରୁଆ ପାର୍କିଂକୁ ନେଇ ଏବେ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ସ୍ଥାନୀୟ ବାଳସୁଧାର ଗୃହ ପାଖରୁ ଅମଲାପଡ଼ା ରାସ୍ତା ଏବଂ ଡିଆଇସି ଛକ ଯାଏ ରାସ୍ତାର ଦୁଇ ପାର୍ଶ୍ୱରେ ସକାଳୁ ରାତି ଯାଏ ଶହଶହ ସଂଖ୍ୟାରେ ଗାଡ଼ି ବେଆଇନ ଭାବେ ପାର୍କିଂ କରାଯାଉଛି। ଫଳରେ ଏହି ଦୁଇ ବ୍ୟସ୍ତବହୁଳ ସଡ଼କ ମାତ୍ରାଧିକ ସଂକୀର୍ଣ୍ଣ ହୋଇପଡୁଛି। ବାଳସୁଧାର ଗୃହ ନିକଟରୁ ଡିଆଇସି ଛକକୁ ସଂଯୋଗ କରୁଥିବା ରାସ୍ତାର ପୌରପାଳିକା କଲୋନୀ ନିକଟରେ ବିଜୁ ଉଦ୍ୟାନ ରହିଛି। ସେଠାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଚଳପ୍ରଚଳ କରିଥାନ୍ତି। ହେଲେ ଏଭଳି ବେଆଇନ ପାର୍କିଂ ସେମାନଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲିଦେଉଛି। ସାମାନ୍ୟ ଅନ୍ୟମନସ୍କ ହେଲେ ଧନଜୀବନ ହାନି ହେବାର ଆଶଙ୍କା ଏଡ଼ାଇ ଦିଆଯାଇପାରୁନାହିଁ। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ବାଳସୁଧାର ଗୃହଠାରୁ ଅମଲାପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ। ଏହି ସଡ଼କର ଉଭୟ ପାର୍ଶ୍ୱରେ ବହୁ ଆବାସିକ କାର୍ଯ୍ୟାଳୟ, ସରକାରୀ କୋଠା ରହିଛି। ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଗଢ଼ିଉଠିଛି। ହେଲେ ରାସ୍ତାପାର୍ଶ୍ୱରେ ଗାଡ଼ିଚାଳକମାନେ ମନଇଚ୍ଛା ଗାଡ଼ି ଛିଡ଼ା କରି ବ୍ୟକ୍ତିଗତ କାମରେ ପଳାଉଥିବାରୁ ସହରବାସୀ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏଭଳି ବେଆଇନ ପାର୍କିଂ ମୁଖ୍ୟ ସଡ଼କରୁ ବାହାରି ଏବେ ଗଳିକନ୍ଦିକୁ ବ୍ୟାପିଲାଣି, ଯାହା ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ କୁହନ୍ତି, ଏଭଳି ଘଟଣା ନଜରକୁ ଆସିଛି। ବେଆଇନ ଭାବେ ପାର୍କିଂ ହେଉଥିବା ଗାଡ଼ିଗୁଡ଼ିକ ଚିହ୍ନଟ କରାଯିବ। ନିୟମ ଭାଙ୍ଗୁଥିବା ଗାଡ଼ି ମାଲିକଙ୍କୁ ପ୍ରଥମେ ନୋଟିସ୍‌ ଦେଇ ତାଗିଦା କରାଯିବ। ତଥାପି ନ ସୁଧୁରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବସ୍‌ ଡ୍ରାଇଭରଙ୍କୁ ବୁଦ୍ଧି ଶିଖାଇଲେ ଅଧିକାରୀ

ନିକଟରେ ସହରର ଜଣେ ପ୍ରଶାସନିକ ଅଧିକାରୀ ଏଭଳି ବେଆଇନ ପାର୍କିଂ ଯୋଗୁ ଘରକୁ ଯିବାକୁ ବାଟ ପାଇ ନ ଥିଲେ। କାରଣ ସମ୍ପୃକ୍ତ ଅଧିକାରୀଙ୍କ ଘର ସମ୍ମୁଖରେ ଏକ ବସ୍‌ ପାର୍କିଂ ହୋଇଥିଲା। ହେଲେ ଏହାର ଡ୍ରାଇଭରଙ୍କ ଦେଖା ମିଳି ନ ଥିଲା। ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ଡ୍ରାଇଭରଙ୍କୁ ବୁଦ୍ଧି ଶିଖାଇବାକୁ ଅଧିକାରୀଜଣକ ଗାଡ଼ିର ଚାବି ବାହାର କରି ନେଇଯାଇଥିଲେ ଏବଂ ଡ୍ରାଇଭର ପହଞ୍ଚତ୍ବା ପରେ ତାଙ୍କୁ ତାଗିଦା କରି ଛାଡ଼ିଥିଲେ। ଏଭଳି ବହୁ ଘଟଣା ପ୍ରତିଦିନ ଘଟୁଛି। ହେଲେ ପରିବହନ ବିଭାଗ, ପୋଲିସ କିମ୍ବା ପୌର ପ୍ରଶାସନ ଏ ଦିଗରେ ସାମାନ୍ୟତମ ନିଘା ରଖୁନାହିଁ। ତେଣୁ ବେଆଇନ ପାର୍କିଂ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସିସି ବ୍ୟାଙ୍କ ସଭାପତି ହେଲେ ଶିବରାମ ପାତ୍ର

ବ୍ରହ୍ମପୁର ଅଫିସ,୧୭ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କ ସଭାପତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ୧୧ନଂ ଜୋନର ନିର୍ଦ୍ଦେଶକ ଶିବରାମ ପାତ୍ର ନିର୍ଦ୍ୱନ୍ଦ୍ୱରେ...

ଗଞ୍ଜାମରେ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୩.୫ ଲକ୍ଷ ପରିବାରଙ୍କ ପାଖରେ ପହଞ୍ଚିବ ଟିମ୍‌

ଛତ୍ରପୁର, ୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଫେଜ୍‌ -୨ ଆରମ୍ଭ ହୋଇଛି। ଜିଲାରେ ଥିବା ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରର...

ବୃଦ୍ଧାଙ୍କୁ ହତ୍ୟା କରି ସୁନା ଅଳଙ୍କାର, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି କଲେଜ ଛକ ନିକଟ ଗଡ଼ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧାଙ୍କୁ...

ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ଜୀବନଗଲା

ପରଜଙ୍ଗ,୨୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବୀରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ରୋଡ଼ ପଞ୍ଚାୟତ କୁନ୍ଦନଦେଇପୁର ଗ୍ରାମ ଗୁଡ଼ିଆନାଳି ବେରଣା ନିକଟରେ ଦନ୍ତାହାତୀ ଆକ୍ରମଣରେ ଶୁକ୍ରବାର...

ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ...

ନିଖୋଜ ଯୁବକଙ୍କ ଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାରିପଦା ଅଫିସ,୨୦।୫: ଗୁରୁବାରଠାରୁ ନିଖୋଜ ଥିବା ରାକେଶ ନାୟକ ନାମକ ଜଣେ ଯୁବକଙ୍କ ଦଗ୍ଧ ମୃତଦେହକୁ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କେନ୍ଦୁମୁଣ୍ଡି ଗ୍ରାମ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ

ଭଦ୍ରକ,୨୪ା୨: ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବାରମ୍ବାର ଧାରଣା ଓ...

ଗୁହାଳରୁ ଗାଈକୁ ଟେକିନେଲା ବାଘ

ବୋଡେନ,୨୪।୯(ଡି.ଏନ.ଏ.): ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରାରେ ବାଘ ଆତଙ୍କ ଦେଖାଦେଇଛି। ଖବର ଅନୁସାରେ, ଗୁରୁବାର ରାତିରେ ଖଇରା ଗ୍ରାମ ଡୁମେରପଡାର ଜିତ ମାଝିଙ୍କ ଗୁହାଳରୁ...

Advertisement
Archives

Model This Week