୫୦ରୁ ଅଧିକ ଗାଁ ପାଉଁଶମୟ

କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ ଠିକ୍‌ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ଅପରାହ୍ନରେ ଜୋର୍‌ଦାର ପବନ ହେବାରୁ ପ୍ରବଳ ମାତ୍ରାରେ ପାଉଁଶ ଉଡ଼ି ୫୦ରୁ ଅଧିକ ଗଁା ପରିବେଶକୁ ପାଉଁଶମୟ କରିଦେଇଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ଏହି ପାଉଁଶ ଉଡିବାରୁ ଅଞ୍ଚଳ କୁହୁଡ଼ି ତଳେ ଥିବା ଭଳି ଦୃଶ୍ୟମାନ ହୋଇଥିଲା। ଫଳରେ ଘର, ବଜାର, ସ୍ବାସ୍ଥ୍ୟକେନ୍ଦ୍ର, ବିଭିନ୍ନ କାର୍ଯ୍ୟାଳୟରେ ମୋଟା ଆସ୍ତରଣର ପାଉଁଶ ଜମିଯାଇଥିଲା। ତେବେ ସାରେ ପବନ ଥମିବା ଓ ସାମାନ୍ୟ ବର୍ଷା ଯୋଗୁ ପାଉଁଶରୁ ନିସ୍ତାର ମିଳିଥିଲା।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, କଣିହାଁ ବ୍ଲକରେ ରହିଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପରେ ଉପଯୁକ୍ତ ଭାବେ ପାଉଁଶ ପରିଚାଳନା କରାଯାଉ ନାହିଁ। ପରିବହନ ନାମରେ ବେଆଇନ ପାଉଁଶ ଗଦା, ପାଉଁଶ ପୋଖରୀରେ ଅବ୍ୟବସ୍ଥା ସହିତ ମାଟି ଘୋଡାଇବା ଆଦି କରାଯାଉ ନ ଥିବାରୁ ପ୍ରାୟ ସମୟରେ ପାଉଁଶ ଉଡ଼ୁଛି। ସେହିପରି କଣିହଁା କୋଇଲା ଖଣିରୁ ମଧ୍ୟ କୋଇଲା ଗୁଣ୍ଡ ଉଡ଼ୁଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରୁ ନ ଥିବା ଓ ବଳିଷ୍ଠ ପଦକ୍ଷେପ ନେଉ ନ ଥିବା ପ୍ରତିବାଦ କରି ଅଞ୍ଚଳବାସୀ କଣିହାଁ ବରଛକଠାରେ ସାରେ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା କୋଇଲା ଓ ପାଉଁଶ ପରିବହନ ଗାଡ଼ିଗୁଡ଼ିକ ଖବର ଲେଖାହେବା ବେଳଯାଏ ଅଟକି ରହିଛି। ଏ ନେଇ ତହସିଲଦାର ଡାନିଏଲ ଏକ୍କା କହିଛନ୍ତି, ଅଞ୍ଚଳବାସୀ କିପରି ପାଉଁଶ ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ହାଇଓ୍ବା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଡ଼ବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ନଂ. ଜାତୀୟ ରାଜପଥର ବାରବାଙ୍କଠାରେ ସୋମବାର ମଧ୍ୟାହ୍ନରେ ଏକ ହାଇଓ୍ବା ଟ୍ରକ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା...

ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା...

ମିଲର୍ସ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୩ା୧: ଗତ ୧୨ତାରିଖରୁ ଝାରସୁଗୁଡା ଜିଲାରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ନିକଟରୁ ୪ଲକ୍ଷ ୬୯ହଜାର କୁଇଣ୍ଟାଲ ଧାନ କିଣିବା...

କମାକଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ଅଭିଯୋଗ, ତଦନ୍ତ ରିପୋର୍ଟ ଚାପିଛି ଜିଲା ସ୍ବାସ୍ଥ୍ୟ ବିଭାଗ

ପୁରୀ ଅଫିସ,୨୦ା୩: ପିପିଲି ବ୍ଲକ୍‌ର କମାକଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ନେଇ ସାମାଜିକ କର୍ମୀ...

ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା।...

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ ଅଫିସ,୬।୭: ମଙ୍ଗଳବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ ହେବେ। ଏଥିପାଇଁ ବୁଧବାର ତିନିରଥ ଦକ୍ଷିଣ ମୋଡ଼...

୪୦ଘଣ୍ଟା ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଘର ନିକଟରୁ ହୋଇଥିଲା ଅପହରଣ

ଗଜପତି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗତ ବୁଧବାର ସନ୍ଧ୍ୟାରେ ଜଣେ ୭ ବର୍ଷ ଶିଶୁକୁ ଦୁଇଜଣ ଅଜଣା ବ୍ୟକ୍ତି ଅପହରଣ କରିନେଇଥିଲେ। ଏ ନେଇ...

ଝାଡ଼କୁସୁମି ଗ୍ରାମରେ ପାନୀୟ ଜଳ ସମସ୍ୟା: ୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ, କଳାହାଣ୍ଡି-ନବରଙ୍ଗପୁରକୁ ଯାତାୟାତ ଠପ୍‌

ପାପଡ଼ାହାଣ୍ଡି,୧୬।୫(ଡି.ଏନ୍‌.ଏ.): ପାନୀୟ ଜଳ ସମସ୍ୟା ନେଇ ଗୁରୁବାର ପାପଡ଼ାହାଣ୍ଡି ବ୍ଲକ ଝାଡ଼କୁସୁମି ଗ୍ରାମବାସୀ ୨୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡିଠାରୁ ନବରଙ୍ଗପୁର ଜିଲାକୁ...

Advertisement
Archives

Model This Week