ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ଛେଣ୍ଡିପଦା,୧୩।୬(ଡି.ଏନ.ଏ.)- ଅନୁଗୋଳ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମ ନିକଟରେ ବୁଧବାର ଏକ ଟାଟା ମ୍ୟାଜିକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଆରୋହୀ ଜରପଡା ଥାନା ତୁବେ ଗ୍ରାମର ଜିତୁ ସାହୁ(୩୦)ଙ୍କ ମୃତ୍ୟୁ ଘଟିଥିବାବେଳେ ବାଇକ…
ପାନୀୟ ଜଳ ପାଇଁ ରୋଗୀ ହନ୍ତସନ୍ତ : ଥଣ୍ଡା ପ୍ରକଳ୍ପରୁ ବାହାରୁଛି ତତଲା ପାଣି
ଅନୁଗୋଳ ଅଫିସ, ୧୩।୬ – ଅବ୍ୟବସ୍ଥିତ ଚିକିତ୍ସା ନେଇ ଚର୍ଚ୍ଚାରେ ରହିଆସୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକଳ୍ପ ଓ ସରଞ୍ଜାମର ରକ୍ଷଣାବେକ୍ଷଣ ତଥା ମରାମତିରେ ଅଣଦେଖା କରାଯାଉଛି। ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇବାରେ…
ମହୀଧରପୁର ସାପ୍ତାହିକ ହାଟ : ଛାଇ ନାହିଁ କି ନିର୍ମାଣ ହେଉନି ପିଣ୍ଡି
ବଅଁରପାଳ, ୧୩।୬ (ଡି.ଏନ୍.ଏ) – ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ମହୀଧରପୁରର ସାପ୍ତାହିକ ହାଟ। ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ସତ୍ତ୍ୱେ ସୁଧୁରିପାରୁନି ହାଟର ଅବସ୍ଥା। ଖୋଲା ଆକାଶ ତଳେ ଖରାତରାରେ ବ୍ୟବସାୟୀମାନେ ବସୁଥିବାବେଳେ ଆଜି ପର୍ଯ୍ୟନ୍ତ ସେଠାରେ…
ଅଙ୍ଗନଓ୍ବାଡି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ପ୍ରତିବାଦରେ ସିଡିପିଓଙ୍କ ଅଫିସ୍ ଘେରାଉ
ତାଳଚେର, ୧୩ା୬(ନି.ପ୍ର.) – ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ବୁଧବାର ତାଳଚେର ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସ୍ଥାନୀୟ ସିଡିପିଓଙ୍କ ଅଫିସକୁ ଘେରାଉ କରାଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ…
କୋଚିଂ ସେଣ୍ଟରରେ ଅଗ୍ନିଶମ ଅଧିକାରୀ
ଅନୁଗୋଳ ଅଫିସ, ୧୩।୬- ଅନୁଗୋଳ ସହରର ବିଭିନ୍ନ କୋଚିଂ ସେଣ୍ଟରଗୁଡ଼ିକରେ ବୁଧବାର ଅଗ୍ନିଶମ ଅଧିକାରୀମାନେ ସଦଳବଳ ପହଞ୍ଚତ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅନୁଗୋଳର ୬ଟି ଓ ନାଲ୍କୋରେ ୨ଟି କୋଚିଂ ସେଣ୍ଟରରେ ୮ଟି ଟିମ୍ ସକାଳେ ପହଞ୍ଚତ୍ଥିଲେ। ଅଗ୍ନି…
ପୋଖରୀରେ ବୁଡି ଜଣେ ମୃତ
ପବିତ୍ରନଗର, ୧୨।୬(ଡି.ଏନ୍.ଏ.): ଅନୁଗୋଳ ଜିଲା ସମଲ ଥାନା ବିରୁ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମିଟୁ ନାଏକ। ସ୍ଥାନୀୟ ଲୋକେ ଜାଣିପାରି ତାଙ୍କୁ ପୋଖରୀରୁ ବାହାର କରିଥିଲେ। ସେତେବେଳକୁ ତାଙ୍କର…
୪୯ନଂ ଜାତୀୟ ରାଜପଥରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ
ପାଲଲହଡ଼ା,୧୨।୬(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ବୁଧବାର ଏକ ଦଶ ଚକିଆ ଟ୍ରକ୍ ହଠାତ୍ ଜଳିଯାଇଛି। ଖବର ପାଇ ପାଲଲହଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
ଡମ୍ପିଂୟାର୍ଡ଼ ପ୍ରକଳ୍ପ ବୁଲିଲେ ଜିଲାପାଳ
ଅନୁଗୋଳ ଅଫିସ, ୧୨।୬- ଅନୁଗୋଳ ସହରର ପ୍ରସ୍ତାବିତ ଡମ୍ପିଂୟାର୍ଡ଼ ସ୍ଥାନ କୁଶାସିଂହାକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଡମ୍ପିଂୟାର୍ଡ଼ ନିର୍ମାଣରେ କେଉଁଠି ସମସ୍ୟା ରହିଛି ସେ ସମ୍ପର୍କରେ ପ୍ରଶାସନ ଅଧିକାରୀ, ପୌର କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଛନ୍ତି। ବିରୋଧ…
କନଷ୍ଟେବଳଙ୍କୁ ମାଡ଼, ୫ ଗିରଫ
ଆଠମଲ୍ଲିକ,୧୨ା୬(ଡି.ଏନ.ଏ.)-ଆଠମଲ୍ଲିକ ଥାନା ଜାମୁଡୋଲି ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠମଲ୍ଲିକ ଥାନା କଣ୍ଟାପାବୁଲି ଗ୍ରାମର ମଧୁସୂଦନ ଗୁଡାୟକ (୨୬), ପୁରୁଣାକୋଟ ଥାନା ଟିକରପଡା ଗ୍ରାମର ଦିଲୀପ ସେଠ…
ଏଯାଏ ଆସିନାହିଁ ବୋର୍ଡ ସାର୍ଟିଫିକେଟ: ଯୁକ୍ତ ୨ ନାମଲେଖା ନେଇ ଛାତ୍ରୀଛାତ୍ର ଚିନ୍ତିତ
କଣିହାଁ,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା କୌଣସି ହାଇସ୍କୁଲକୁ ୧୦ମ ବୋର୍ଡ ପରୀକ୍ଷା ଦେଇ ପାସ କରିଥିବା ଛାତ୍ରୀଛାତ୍ରଙ୍କ ବୋର୍ଡ ସାର୍ଟିଫିକେଟ ଆସିନାହିଁ। ଏଥିଯୋଗୁ ଯୁକ୍ତ ୨ କଲେଜରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ଅଭିଭାବକ…
ଗ୍ରାମସଭାରେ ଗଣ୍ଡଗୋଳ, ଜଣେ ମୃତ
ଛେଣ୍ଡିପଦା,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟି ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି, ଗୋହିରାପଶି ଗ୍ରାମରେ ଗ୍ରାମସଭା ଚାଲିଥିଲା। ତେବେ କୌଣସି କଥାକୁ ନେଇ…
ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ
ଅନୁଗୋଳ ଅଫିସ, ୧୧।୬ଛେଣ୍ଡିପଦା ବ୍ଲକ କୁଶକିଳା ସରପଞ୍ଚଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର କେତେଜଣ ବ୍ୟକ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ମହିଳା ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ଦେଢ଼ଶୂର ଓ ପୁତୁରା ପଞ୍ଚାୟତର ସମସ୍ତ…

