ଛେଣ୍ଡିପଦା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ
ଛେଣ୍ଡିପଦା,୨୭।୬(ଡି.ଏନ୍.ଏ.)- ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଥାନାର ନୂତନ ଅଧିକାରୀ ଭାବେ ଇନସ୍ପେକ୍ଟର ସତ୍ୟବ୍ରତ ରାଉତ ଗୁରୁବାର ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଜିଲା ପୋଲିସ ବିଭାଗରେ ଜଣେ ଦକ୍ଷ ଅଧିକାରୀ ଭାବେ…
ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ
ତାଳଚେର, ୨୭ା୬(ନି.ପ୍ର.) : ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ଦେଇଛନ୍ତି। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ୨୬ ତାରିଖରେ ଯୁକ୍ତ ୩ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ଥିଲା।…
ଆଲୁମିନିୟମ ପାର୍କ କ୍ଷତିଗ୍ରସ୍ତଙ୍କ ଜରୁରୀ ବୈଠକ : ଗ୍ରହଣ କରିବେ ଆନ୍ଦୋଳନାତ୍ମକ ପନ୍ଥା
ବଅଁରପାଳ, ୨୭।୬ (ଡି.ଏନ୍.ଏ.) – ଆଲୁମିନିୟମ ପାର୍କ ପାଇଁ ଅଧିଗ୍ରହଣ କରାଯାଇଥିବା ଗୋଚର ଜମି ବଦଳରେ ଇଡ୍କୋ କର୍ତ୍ତୃପକ୍ଷ ଏଯାଏ ଅନ୍ୟତ୍ର ଜମି ଦେବାକୁ ପଦକ୍ଷେପ ନେଇ ନ ଥିବାରୁ ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମବାସୀ ଓ ଏହି ଗ୍ରାମ ସୀମା…
ଏନ୍ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍ ବୋଝ
ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍ ସେବାରେ ସୃଷ୍ଟି ହୋଇଛି ବଡ଼ ସଙ୍କଟ। ବିଦ୍ୟୁତ୍ ରକ୍ଷଣାବେକ୍ଷଣ ଓ ବିଲ୍ ଆଦାୟ ଦାୟିତ୍ୱରେ ଥିବା ଏନ୍ଜେନ କମ୍ପାନୀର…
ଯୁକ୍ତ ଦୁଇ ଜିଲା ଟପ୍ପରଙ୍କୁ ଜିଲାପାଳଙ୍କ ଆର୍ଥତ୍କ ସହାୟତା: ପଢ଼ାଖର୍ଚ୍ଚ ବହନ କରିବାକୁ କୃତାର୍ଥଙ୍କ ପ୍ରତିଶ୍ରୁତି
ଅନୁଗୋଳ ଅଫିସ/ବନ୍ତଳା, ୨୬।୬- ଯୁକ୍ତ ଦୁଇ କଳାରେ ଅନୁଗୋଳ ଜିଲା ଟପ୍ପର ହୋଇଥିବା ମଧୁସ୍ମିତା ବେହେରାଙ୍କୁ ଜିଲାପାଳ ମନୋଜ କୁମାର ମହାନ୍ତି ମଙ୍ଗଳବାର ୫ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି। ଏଥିସହିତ ଭବିଷ୍ୟତରେ ଆହୁରି ଅଧିକ ପରିଶ୍ରମ କରି…
ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ: କାଠରେ ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ
ଅନୁଗୋଳ ଅଫିସ, ୨୬।୬- ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ଶିଳ୍ପୀ ରୁବେଲାଲ ପ୍ରଧାନ। ଜଣେ ବାଲୁକା ଶିଳ୍ପୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଥିଲେ ବି…
କଲେଜ ଛାତ୍ରୀଙ୍କୁ ଅପହରଣ: ଅଭିଯୁକ୍ତ ଗିରଫ
ପାଲଲହଡା,୨୫।୬(ଡି.ଏନ.ଏ.)-ଜୈନେକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ମଙ୍ଗଳବାର ପାଲଲହଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ପାଲଲହଡା ଉଦିତନଗର ସାହିରେ ଭଡାରେ ରହୁଥିବା ନରେନ୍ଦ୍ର ବେହେରା (ନରୀ)। ପୋଲିସ କହିଛି, ଗତ ଅକ୍ଟୋବର ୧ରେ ଜୈନେକା…
ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଛି ୫୫ନଂ. ଜାତୀୟ ରାଜପଥ: ବଢୁଛି ଦୁର୍ଘଟଣା
ବଅଁରପାଳ,୨୫।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ଓ ନାଲ୍କୋ ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଥିବା ଦେଖାଦେଇଛି। ସକାଳ ଓ ସଞ୍ଜ ସମୟରେ ରାଜପଥ ଉପରେ ବହୁ ସଂଖ୍ୟାରେ ଗୋରୁପଲ ଆସି ଜମା ହେଉଛନ୍ତି। ଏପରିକି ରାସ୍ତା…
ସଚେତନ ପରେ ପଲିଥିନ ଚଢ଼ାଉ:ଜରିମାନା ଆଦାୟ କଲା ପୌର ପ୍ରଶାସନ
ଅନୁଗୋଳ ଅଫିସ, ୨୫ା୬ଅନୁଗୋଳ ସହରରେ ପଲିଥିନ ବ୍ୟାନ କରାଯାଇଥିଲେ ବି ବହୁ ବ୍ୟବସାୟୀ ଏହାର ଉଲ୍ଲଂଘନ କରି ପଲିଥିନ ବ୍ୟବହାର କରୁଛନ୍ତି। ଗତ ତିନି ଦିନ ଧରି ପୌର ପ୍ରଶାସନ ପକ୍ଷରୁ ସହରର ଗଳି କନ୍ଦିରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବା…
ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀ
କଣିହାଁ/ ବଇଣ୍ଡା,୨୫।୬ (ଡି.ଏନ.ଏ.)ଅନୁଗୋଳ ଜିଲାର କଣିହାଁ ବନାଞ୍ଚଳ ଓ ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହିଛି। କଣିହଁ। ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନର ବଜ୍ରକୋଟ ପଞ୍ଚାୟତରେ ରବିବାର ୫ରୁ ଅଧିକ ହାତୀ ଗ୍ରାମାଭିମୁଖୀ ହୋଇ ପନିପରିବା ଫସଲ ନଷ୍ଟ…
ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ:ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ
ଅନୁଗୋଳ ଅଫିସ, ୨୫।୬ ଅନୁଗୋଳ ଜିଲା ପରାବିଲ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ସ୍ଥାନାନ୍ତରଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଗ୍ରାମ୍ୟ କମିଟି ସୋମବାର ଜିଲାପାଳଙ୍କଠାରେ ଫେରାଦ ହୋଇଛି। ସ୍ଥାନୀୟ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ସ୍କୁଲକୁ ମିଶାଇବାକୁ…
ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା ଘଟଣା:ବକେୟା ଦାବିରେ ଅଧିକାରୀଙ୍କୁ ଘେରାଉ
ଛେଣ୍ଡିପଦା,୨୫।୬(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ସଦରମହକୁମାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ଠକେଇର ଶିକାର ହେବା ସହ ସେମାନଙ୍କୁ ଠିକ୍ ସମୟରେ କ୍ଷୀର ବାବଦ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଥିଲା। ସୋମବାର ଏହାକୁ କେନ୍ଦ୍ର କରି ଦୁଗ୍ଧ…

