ନୂଆ ଦାୟିତ୍ୱକୁ ନେଇ ଅନୁଗୋଳବାସୀଙ୍କ ମତ: ଗରିମା ବଢ଼ାନ୍ତୁ ରଜନୀକାନ୍ତ

ଅନୁଗୋଳ ଅଫିସ,୨୮।୬ – ଅନୁଗୋଳ ନିର୍ବାଚନମଣ୍ଡଳୀରୁ ଲଗାତାର ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ରଜନୀକାନ୍ତ ସିଂ ମନ୍ତ୍ରୀ ପଦ ପାଇଁ ଏଥର ଦୃଢ଼ ଦାବିଦାର ଥିଲେ। ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସେ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଥିବାରୁ ଏଥର ମଧ୍ୟ ତାଙ୍କୁ ଅଭିଜ୍ଞତା ଭିତ୍ତିରେ ମନ୍ତ୍ରୀପଦ ମିଳିବ ବୋଲି ତାଙ୍କ ନିର୍ବାଚନମଣ୍ଡଳୀବାସୀ ଆଶା ରଖିଥିଲେ। କିନ୍ତୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ବେଳେ ରଜନୀକାନ୍ତଙ୍କୁ ସେଥିରେ ସାମିଲ କରାଯାଇ ନ ଥିଲା। ଏହା ତାଙ୍କ ସମର୍ଥକ ଓ ନିର୍ବାଚନମଣ୍ଡଳୀର ଲୋକଙ୍କୁ ନିରାଶ କରିଥିଲା। ହେଲେ ବିଧାନସଭାର ଉପବାଚସ୍ପତି ଭାବେ ଗୁରୁବାର ରଜନୀକାନ୍ତ ନିର୍ବାଚିତ ହୋଇଥିବାରୁ ଅନୁଗୋଳବାସୀ ଖୁସି ପ୍ରକଟ କରିଛନ୍ତି। ମନ୍ତ୍ରୀ ନ ହେଲେ ବି ମର୍ଯ୍ୟାଦାଜନକ ପଦବୀ ମିଳିଥିବାରୁ ରଜନୀକାନ୍ତ ବିଧାନସଭାର ପରମ୍ପରା ରକ୍ଷା କରି ଗରିମା ବଢ଼ାନ୍ତୁ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ଏଥିସହ ଅନୁଗୋଳ ନିର୍ବାଚନମଣ୍ଡଳୀରେ ଅଧୁରା ରହିଯାଇଥିବା ବହୁ ଉନ୍ନୟନ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ବିଧାୟକ ରଜନୀକାନ୍ତ ତାଙ୍କ ଦାୟିତ୍ୱ ତୁଲାନ୍ତୁ ବୋଲି ଲୋକେ ଦାବି କରିଛନ୍ତି।

(ଅମିତ୍‌ ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri