ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ: କାଠରେ ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ

ଅନୁଗୋଳ ଅଫିସ, ୨୬।୬- ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ଶିଳ୍ପୀ ରୁବେଲାଲ ପ୍ରଧାନ। ଜଣେ ବାଲୁକା ଶିଳ୍ପୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଥିଲେ ବି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ସେ ୩.୫ ଇଞ୍ଚ ଉଚ୍ଚତାର ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ନକଲ କାଠରେ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୧୬ ଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଛି। ପୂର୍ବରୁ ବିଶ୍ୱର ସବୁଠାରୁ ଛୋଟ ରଥର ଉଚ୍ଚତା ୪.୫ ଇଞ୍ଚ ଥିବାରୁ ତାଙ୍କ ରଥକୁ ଲିମ୍‌କା ବୁକ୍‌ରେ ସ୍ଥାନିତ ପାଇଁ ପଠାଇବେ ବୋଲି ରୁବେଲାଲ ପ୍ରକାଶ କରିଛନ୍ତି।
ଅଦରକାରୀ କାଠ, କପଡ଼ା, ଅଠା ଓ ରଙ୍ଗ ବ୍ୟବହାର କରି ସେ ଏହି ରଥ ନିର୍ମାଣ କରିଛନ୍ତି। ଏଥିରେ ପଏଣ୍ଟ ୯୮ ଇଞ୍ଚ ଉଚ୍ଚତାର ଜଗନ୍ନାଥଙ୍କ ମୂର୍ତ୍ତି ବିରାଜମାନ ଥିବା ବେଳେ ଘୋଡ଼ା, ସାରଥି ଓ ୧୬ଟି ଛୋଟ ଛୋଟ ଚକ ରହିଛି। ଲାଲ ଓ ହଳଦିଆ ରଙ୍ଗର କପଡ଼ାରେ ରଥକୁ ରଙ୍ଗାୟିତ କରାଯାଇଛି। ଏହାକୁ ସେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଦେଖାଇ ସାରିଥିବା ବେଳେ ଆଗାମୀ ରଥଯାତ୍ରା ବେଳେ ଅନୁଗୋଳରେ ତାହାକୁ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ସେହିପରି ଜଗନ୍ନାଥଙ୍କୁ ନେଇ ବାଲୁକା କଳା ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସେ ଜିଲାପାଳଙ୍କୁ ଅନୁମତି ମାଗିବା ପରେ ଜିଲାପାଳ ତାଙ୍କୁ ଶୈଳଶ୍ରୀକ୍ଷେତ୍ର ମନ୍ଦିର କମିଟି ସହ ଯୋଗାଯୋଗ କରିବାକୁ କହିଛନ୍ତି। ଏଥିସହ ମାଉସୀ ମା’ ମନ୍ଦିର ନିକଟରେ ବାଲୁକା କଳା ପ୍ରଦର୍ଶନ କଲେ ଭଲ ହେବ ବୋଲି ଜିଲାପାଳ ପ୍ରସ୍ତାବ ଦେଇଥିବା ରୁବେଲାଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ଟି ବାଲୁକା କଳା ପ୍ରଦର୍ଶନ କରିସାରିଥିବା ଏହି ଯୁବଶିଳ୍ପୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri