ଯୁକ୍ତ ଦୁଇ ଜିଲା ଟପ୍ପରଙ୍କୁ ଜିଲାପାଳଙ୍କ ଆର୍ଥତ୍କ ସହାୟତା: ପଢ଼ାଖର୍ଚ୍ଚ ବହନ କରିବାକୁ କୃତାର୍ଥଙ୍କ ପ୍ରତିଶ୍ରୁତି

ଅନୁଗୋଳ ଅଫିସ/ବନ୍ତଳା, ୨୬।୬- ଯୁକ୍ତ ଦୁଇ କଳାରେ ଅନୁଗୋଳ ଜିଲା ଟପ୍ପର ହୋଇଥିବା ମଧୁସ୍ମିତା ବେହେରାଙ୍କୁ ଜିଲାପାଳ ମନୋଜ କୁମାର ମହାନ୍ତି ମଙ୍ଗଳବାର ୫ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି। ଏଥିସହିତ ଭବିଷ୍ୟତରେ ଆହୁରି ଅଧିକ ପରିଶ୍ରମ କରି ଜିଲା ପାଇଁ ସୁନାମ ଅର୍ଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଏହି ମେଧାବୀ ଛାତ୍ରୀଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ବଲିଉଡରେ କାମ କରୁଥିବା ଅନୁଗୋଳ ଖାଲଗଁାର କୃତାର୍ଥ ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ପୋକତୁଙ୍ଗା ଗ୍ରାମର ମଧୁସ୍ମିତା ଯୁକ୍ତ ଦୁଇ କଳାରେ ୪୯୯ ମାର୍କ ରଖିଛନ୍ତି। ବନ୍ତଳା ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାସ୍‌ କରିବା ପରେ ସେ ଯୁକ୍ତ ୩ରେ ରାଜନୀତି ବିଜ୍ଞାନ ସମ୍ମାନ ନେଇ ରେଭେନ୍ସାରେ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ବାପା ପଦ୍ମଚରଣ ବେହେରା ଚା ଦୋକାନ କରିଥିବାରୁ ପରିବାରର ଆର୍ଥିକ ଅବସ୍ଥା ଆଦୌ ଭଲ ନୁହେଁ। ମାଟ୍ରିକ ପାସ୍‌ କରିବା ପରେ ବହୁ କଷ୍ଟରେ ସେ ଯୁକ୍ତ୨ ପଢ଼ିପାରିଛନ୍ତି। ତେଣୁ ଆଗାମୀ ଦିନରେ ଉଚ୍ଚ ଶିକ୍ଷାରେ ଅର୍ଥ ବାଧକ ସାଜିବା ନେଇ ସେ ଚିନ୍ତିତ ଥିବା ମଧୁସ୍ମିତା କହିଛନ୍ତି। ଗତ ୨୪ ତାରିଖରେ ତାଙ୍କ ପାଠପଢ଼ାରେ ଅର୍ଥ ବାଧକ ସାଜିଥିବା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନ ଓ ମୁମ୍ବାଇରୁ ତାଙ୍କୁ ସହାୟତାର ହାତ ବଢ଼ିଥିବା ମଧୁସ୍ମିତା ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ସାହୁ କହିଛନ୍ତି, ଅଭାବ ଅନାଟନ ସତ୍ତ୍ବେ ମଧୁସ୍ମିତା କଠିନ ପରିଶ୍ରମ କରି ୮୩.୧୬ ପ୍ରତିଶତ ମାର୍କ ରଖି ଜିଲା ପାଇଁ ଗୌରବ ଆଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିବ ଆଶ୍ୱସ୍ତି! ଏହି ଦିନ କେରଳମ ଛୁଇଁବ ମୌସୁମୀ, ଓଡ଼ିଶା କେବେ ଆସିବ?

ନୂଆଦିଲ୍ଲୀ,୨।୬: ଆସନ୍ତା ୪ରେ କେରଳମ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମ ବାୟୁ ଏବଂ ଦୁର୍ବଳ…

ମମତାଙ୍କ ପାଇଁ ବଡ଼ ସଙ୍କଟ; ଦଳ ଛାଡିପାରନ୍ତି ୫୦ ବିଧାୟକ, କଣ ହେବ ଭବିଷ୍ୟତ?

କୋଲକାତା,୨।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି…

ନୂଆ ସରକାର ବୁଝିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା: ୧୩ କୋଟି ଟଙ୍କା ବ୍ୟୟରେ…

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ ମଙ୍ଗଳବାର ହୋଇଛି।…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ? ବଡ଼ ସଙ୍କେତ ଦେଲା BCCI

ନୂଆଦିଲ୍ଲୀ,୨।୬: ଯେତେବେଳେ ବି IPLର 19ତମ ସିଜିନ ବିଷୟରେ ଆଲୋଚନା ହୁଏ, ସମସ୍ତଙ୍କ ମୁହଁରେ ପ୍ରଥମେ ନାମ ନିଶ୍ଚିତ ଭାବରେ 15 ବର୍ଷୀୟ ଯୁବ ସେନସେସନ ବୈଭବ…

୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri