ଅନୁଗୋଳ

ଅନୁଗୋଳରେ ମୃଦୁ ଭୂକମ୍ପ, ସହରବାସୀ ଭୟଭୀତ

ଅନୁଗୋଳ ଅଫିସ, ୨୭।୮- ଅନୁଗୋଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ପାଇଁ ହୋଇଥିବା ଏହି ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଖବର ମିଳି ନ ଥିଲେ ବି ଲୋକମାନେ ଭୟଭୀତ…

ଚୋରା ଦେଶୀ ମଦ ସହ ବାଇକ ଜବତ, ୨ ଗିରଫ

ବଇଣ୍ଡା,୨୭।୮(ଡି.ଏନ.ଏ.)-ଠାକୁରଗଡ଼ ଥାନା ନାକିଚି ରୋଡ ଛକ ନିକଟରେ ମଙ୍ଗଳବାର ସକାଳେ ପୋଲିସ ଚଢାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଅଜୟ ଘିଓ୍ବାଲା…

୭ମ ଅର୍ଥନୈତିକ ଗଣନା-୨୦୧୯ ଆରମ୍ଭ:ଠିକ୍‌ ତଥ୍ୟ ସଂଗ୍ରହରେ ହେବ ଆର୍ଥିକ ବିକାଶ

ଢେଙ୍କାନାଳ ଅଫିସ,୨୭ା୮ ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ୭ମ ଅର୍ଥନୈତିକ ଗଣନା ୨୦୧୯ ସୋମବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି। ସବୁଜ ପତାକା ଦେଖାଇ ଜିଲାପାଳ ଭୂମେଶଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ଆରମ୍ଭ…

ଆନ୍ଦୋଳନ ପରେ କାର୍ଯ୍ୟକାରୀ ହେଲା ଜେରିଆଟିକ୍‌ ୱାର୍ଡ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ସୋମବାର ସାମାଜିକ କର୍ମୀମାନେ ଧାରଣା ଦେଇଥିଲେ। ବିଶେଷକରି ଜେରିଆଟିକ୍‌ ୱାର୍ଡ ଖୋଲିବା ଏକ ମାସ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏଠାରେ ରୋଗୀଙ୍କୁ ଚିକିତ୍ସା ମିଳିପାରୁ ନାହିଁ। ଏ ନେଇ…

ଭିଡ଼ ଏଡ଼ାଇବାକୁ ପୌର ପ୍ରଶାସନର ପଦକ୍ଷେପ:କାର୍ଯ୍ୟାଳୟ ସମ୍ମୁଖରୁ ହଟିଲେ ଉଠା ଦୋକାନୀ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ପୌର କାର୍ଯ୍ୟାଳୟ ସମ୍ମୁଖରେ ବେପାର କରୁଥିବା ଉଠା ଦୋକାନୀଙ୍କୁ ସୋମବାର ହଟାଇ ଦିଆଯାଇଛି। ପୂର୍ବରୁ ସେମାନଙ୍କୁ ଏ ନେଇ ନୋଟିସ ଦିଆଯାଇଥିବା ବେଳେ ପୂର୍ବାହ୍ନରେ ସମସ୍ତ ଉଠା ଦୋକାନୀ ସ୍ଥାନ ଛାଡ଼ିବାକୁ ପୌର ପ୍ରଶାସନ ପକ୍ଷରୁ…

ଶିକ୍ଷକଙ୍କ ମଦ୍ୟପାନ ଭିଡିଓ ଭାଇରାଲ ଘଟଣା:ବଦଳି ଦାବିରେ ବିଦ୍ୟାଳୟରେ ତାଲା

ବଇଣ୍ଡା,୨୭।୮(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ମଇମୁରା ସର୍କଲ ଅଧୀନ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ମଦ୍ୟପାନ କରିଥିବା ଭିଡିଓ ଭାରରାଲ ଘଟଣା ପରେ ତାଙ୍କ ବଦଳି ଦାବିରେ ସୋମବାର ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।…

ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଚୋରି ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବେଳେ…

ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା ତାଲା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ତେଣୁ ସ୍କୁଲ ଆସିଥିବା ସମସ୍ତ ଛାତ୍ରୀଛାତ୍ର,…

ଉଦ୍‌ଘାଟନ ହୋଇପାରୁନି ବସ୍‌ଷ୍ଟାଣ୍ଡ

ଅନୁଗୋଳ ଅଫିସ, ୨୬।୮: ଅନୁଗୋଳରେ ନିର୍ମାଣାଧୀନ ଅତ୍ୟାଧୁନିକ ସରକାରୀ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ଅଳ୍ପ କିଛି କାର୍ଯ୍ୟ ଶେଷ ହେଲେ ତାହାକୁ ଉଦ୍‌ଘାଟନ କରାଯିବ। ଗତ ୧୫ ତାରିଖରେ ଏହାର ଉଦ୍‌ଘାଟନ ପାଇଁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ…

ବର୍ଷା ଜଳ ଘେରରେ ଉତ୍ତରପଡ଼ା ବିଦ୍ୟାଳୟ; ଶ୍ରେଣୀ ଗୃହରେ ଆଣ୍ଠୁଏ ଉଚ୍ଚର ପାଣି

ଅନୁଗୋଳ ଅଫିସ, ୨୬।୮: ଅନୁଗୋଳରେ ରବିବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ରାସ୍ତାରେ ଦୀର୍ଘ ସମୟ ଧରି ବର୍ଷା ପାଣିର ସୁଅ ଛୁଟିଥିଲା। ଏହି ସମୟରେ ଡିଆଇସି ଛକରେ ଥିବା ଉତ୍ତରପଡ଼ା ନୋଡାଲ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ…

ଅତ୍ୟାଧୁନିକ ପୋଷାକ ଶୋ’ରୁମ୍‌ ଉଦ୍‌ଘାଟିତ

ତାଳଚେର, ୨୬ା୮(ନି.ପ୍ର.) ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ରବିବାର ଏକ ଅତ୍ୟାଧୁନିକ ପୋଷାକ ଶୋ’ ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ବବିତା ମାଣ୍ଡୋଠିଆ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଶୋ’ରୁମରେ କ୍ରିମଶନ କ୍ଲବ, ଟରଟଲ, ମୁଫ୍‌ତି, କିଲର,…

ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏ ନେଇ କେଞ୍ଚୁଆନାଳୀ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?