ଜିଲା ଶିକ୍ଷା ବ୍ୟବସ୍ଥାରେ ସୁଧାର ପ୍ରୟାସ: ଡିଏମ୍‌ଏଫ୍‌ ପାଣ୍ଠିରେ ୮୨ ଶିକ୍ଷକ ନିଯୁକ୍ତି

Teacher Recruitment

ଅନୁଗୋଳ ଅଫିସ, ୨୯।୮: ଅନୁଗୋଳ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଥିବା ୪୩ ସ୍କୁଲରେ ବୁଧବାର ୮୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୁକ୍ତି ଭିତ୍ତିରେ ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ଚିଠି ନଂ. ୭୫୯୫/୧୯ରେ ସ୍ପଷ୍ଟ କରାଯାଇଛି। ନିଯୁକ୍ତି ପାଇଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏକ ବର୍ଷ ପାଇଁ ଶିକ୍ଷାଦାନ କରିବେ ବୋଲି ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ୧୦ ମାସ କାର୍ଯ୍ୟ ଦିବସ ରହିଥିବା ଚିଠିରେ ଦର୍ଶାଯାଇଛି। ମାସକୁ ୨୦ ଦିନ କାର୍ଯ୍ୟ ହିସାବରେ ୧୦ ହଜାର ଟଙ୍କା ପାରିଶ୍ରମିକ ରଖାଯାଇଛି। ଦରମା ବାବଦରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ପ୍ରଦାନ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ବେହେରା ପ୍ରକାଶ କରିଛନ୍ତି।
ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁ ଜିଲାରେ ଖାଲି ପଡ଼ିଥିବା ବହୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ। ନବ ନିଯୁକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ସ୍କୁଲରେ ଗଣିତ, ବିଜ୍ଞାନ, ସାହିତ୍ୟ, ଇଂଲିଶ, ଇତିହାସ ଓ ଭୂଗୋଳ ପାଠ୍ୟକ୍ରମ ପଢ଼ାଇବେ। ମାସକୁ ୨୦ ଦିନ କାର୍ଯ୍ୟ କଲେ ଦିନକୁ ୫ଶହ ଟଙ୍କା ହିସାବରେ ୧୦ ହଜାର ଟଙ୍କା ପାରିଶ୍ରମିକ ଆକାରରେ ପାଇବେ ବୋଲି ସେମାନଙ୍କ ସହ ଚୁକ୍ତି କରାଯାଇଛି। ଏହି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜିଲାର କୋଶଳା ଉଚ୍ଚ ବିଦ୍ୟାଳୟ, ପତିତପାବନ ଉଚ୍ଚ ବିଦ୍ୟାଳୟ ଜରପଡ଼ା, ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ବାଲିପଟା, ବ୍ରହ୍ମାବିଲ ଉଚ୍ଚ ବିଦ୍ୟାଳୟ, ଶିମିଳିପାଳ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ସାପୁଇନାଳି, ପଦପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ, କମ୍ପାସଲା ନୋଡାଲ ଉଚ୍ଚ ବିଦ୍ୟାଳୟ, ପତାକାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ, ରାଇଝରଣ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କଙ୍କରାଇ, କନାଳୀ ଉଚ୍ଚ ବିଦ୍ୟାଳୟ, ବାହାଳାସାହି ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ବରପଦା ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ଓଗି ୟୁପି-ଗ୍ରେଡେଡ ଉଚ୍ଚ ବିଦ୍ୟାଳୟ, ନିଶା ନୋଡାଲ ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ଜରାଙ୍ଗ ଦେହୁରୀସାହି ୟୁପି-ଗ୍ରେଡେଡ ଉଚ୍ଚ ବିଦ୍ୟାଳୟ, ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସନ୍ତରାବନ୍ଧ ଉଚ୍ଚ ବିଦ୍ୟାଳୟ, କରଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାଧାମାଧବ ଉଚ୍ଚ ବିଦ୍ୟାଳୟ ବସନ୍ତପୁର, ଏନ୍‌.କେ.ଭି.ପି ସାଉଥ୍‌ ବଲଣ୍ଡା, ଦେଉଳବେଡା କୋଲିୟରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟ, ଗୋପାଳପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ, ଡଅଁରା ଉଚ୍ଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଲଙ୍ଗିଯୋଡ଼ି, ସନ୍ଥପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ, କୁମୁଣ୍ଡ ଉଚ୍ଚ ବିଦ୍ୟାଳୟ, ବ୍ରଜେଶ୍ୱର ଉଚ୍ଚ ବିଦ୍ୟାଳୟ ବ୍ରଜନାଥପୁର, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୁକୁଡ଼ାଇ, ବଡ଼ତ୍ରିବିଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ, ସରକାରୀ ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ ବାରିହାପୁର, ହରିହରପୁର ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ରିଜିଓନାଲ ଉଚ୍ଚ ବିଦ୍ୟାଳୟ ଗନ୍ଧବେରଣା, କୋଲିୟରୀ ଉଚ୍ଚ ବିଦ୍ୟାଳୟ ଡେରା, ବନେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଡେରେଙ୍ଗ, ସନ୍ତ୍ରୀବିଡ଼ା ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତାଳଚେର, ପି.ଏମ୍‌. ଉଚ୍ଚ ବିଦ୍ୟାଳୟ କଣିହଁା, ବାଗେଡ଼ିଆ ଉଚ୍ଚ ବିଦ୍ୟାଳୟ, ରାଇଝରଣ ଉଚ୍ଚ ବିଦ୍ୟାଳୟ, କୁକୁଡ଼ୁଲ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀରେ ଚୁକ୍ତି ଭିତ୍ତିରେ ନିଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri