ଭିଡ଼ ଏଡ଼ାଇବାକୁ ପୌର ପ୍ରଶାସନର ପଦକ୍ଷେପ:କାର୍ଯ୍ୟାଳୟ ସମ୍ମୁଖରୁ ହଟିଲେ ଉଠା ଦୋକାନୀ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ପୌର କାର୍ଯ୍ୟାଳୟ ସମ୍ମୁଖରେ ବେପାର କରୁଥିବା ଉଠା ଦୋକାନୀଙ୍କୁ ସୋମବାର ହଟାଇ ଦିଆଯାଇଛି। ପୂର୍ବରୁ ସେମାନଙ୍କୁ ଏ ନେଇ ନୋଟିସ ଦିଆଯାଇଥିବା ବେଳେ ପୂର୍ବାହ୍ନରେ ସମସ୍ତ ଉଠା ଦୋକାନୀ ସ୍ଥାନ ଛାଡ଼ିବାକୁ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ବ୍ୟବସାୟୀମାନେ ସେମାନଙ୍କ ପସରା ଧରି କିଛି ଦୂର ରାସ୍ତା ପାର୍ଶ୍ୱକୁ ଚାଲିଯାଇଥିଲେ। ହେଲେ ପୌର ପାଳିକାର ଏପରି କାର୍ଯ୍ୟ ସହରବାସୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସର୍ବଦା କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ବଢ଼ାଉଥିବା ଏହି ଦୋକାନୀମାନଙ୍କୁ ଏପରି ହଟାଯିବା କେବଳ ପ୍ରହସନ ବୋଲି ସହରବାସୀ କହିଛନ୍ତି।
ଅନୁଗୋଳ ପୌରପାଳିକା ମୁଖ୍ୟ ଫାଟକ ସମ୍ମୁଖରେ ବର୍ଷ ତମାମ ବେପାର କରୁଛନ୍ତି ଏହି ଉଠା ଦୋକାନୀ। କିଏ ଗୁପଚୁପ ବିକୁଛି ତ ଆଉ କିଏ ଚାଓମିନ। ଅନେକ ସମୟରେ କେତେକ କମ୍ପାନୀ କର୍ମଚାରୀ ଏଠାରେ ଆସ୍ଥାନ ଜମାଇ ଦିନତମାମ ବିଭିନ୍ନ ସାମଗ୍ରୀର ପ୍ରଚାର ମଧ୍ୟ କରୁଛନ୍ତି। ଏମାନଙ୍କ ନିକଟରେ ଗ୍ରାହକଙ୍କ ଭିଡ଼ ଯୋଗୁ ଅଯଥାରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗହଳି ବଢ଼ିଯାଉଛି। ମୁଖ୍ୟ ଫାଟକକୁ ଲାଗି ଏସ୍‌ବିଆଇ ଏଟିଏମ୍‌ ଥିବାରୁ ଟଙ୍କା ଉଠାଣ ପାଇଁ ଉପଭୋକ୍ତାମାନେ ଧାଡ଼ିରେ ଠିଆ ହେଉଛନ୍ତି। ତେଣୁ ଏସବୁକୁ ନେଇ କାର୍ଯ୍ୟାଳୟ ଆଗରେ ଭିଡ଼ ହେଉଥିବାରୁ କର୍ମଚାରୀମାନେ କାର୍ଯ୍ୟାଳୟକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଜାମ ଯୋଗୁ ସାଧାରଣ ଲୋକେ ମଧ୍ୟ ହଇରାଣ ହରକତ ହେଉଛନ୍ତି। ଦୈନିକ ଏପରି ସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାଯାଉ ନାହିଁ। କେବଳ ବେଳେ ବେଳେ ଏପରି ଉଠାଦୋକାନୀଙ୍କୁ ହଟାଇ ଦେଇ କର୍ତ୍ତୃପକ୍ଷ ଚୁପ୍‌ ବସିଯାଉଥିବାରୁ ଦିନେ ଦୁଇଦିନ ପରେ ପୂର୍ବ ଗହଳି ଫେରି ଆସୁଛି। ଏଥିରେ କାର୍ଯ୍ୟାଳୟର କେତେଜଣ ଅସାଧୁ କର୍ମଚାରୀଙ୍କ ହାତ ରହୁଥିବା କୁହାଯାଉଛି। ଏମାନଙ୍କ ଠାରୁ ଅଭୟ ପାଇ ସମ୍ପୃକ୍ତ ଉଠା ଦୋକାନୀମାନେ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ସମ୍ମୁଖରେ ବେପାର କରୁଥିବା ଚର୍ଚ୍ଚା ହେଉଛି। ତେଣୁ ପୌର ପ୍ରଶାସନ ନିୟମ କଡ଼ାକଡ଼ି କରିବା ସହ ଉଠା ଦୋକାନୀମାନଙ୍କୁ ଥଇଥାନ କରିଦେଲେ ଏପରି ସମସ୍ୟା ଆଉ ସୃଷ୍ଟି ହୁଅନ୍ତା ନାହିଁ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି। ଏ ନେଇ ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସାୟୀମାନେ ଖାଦ୍ୟ ପସରା ମେଲାଉଥିବାରୁ ସମସ୍ୟା ଉପୁଜୁଥିଲା। କୌଣସି କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନୀ ବେପାର କରିପାରିବେ ନାହିଁ। ଏ ନେଇ ସେମାନଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ତଥାପି ନ ହଟିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଠାଇ ଦିଆଯାଇଛି ବୋଲି ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri