ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ
ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ, ଆବଶ୍ୟକ ଜମି ଚିହ୍ନଟ। ହେଲେ ବାସ୍ତବରେ ଏହାର କାର୍ଯ୍ୟକାରିତାକୁ ନେଇ ପରିବେଶବିତ୍ଙ୍କ ସମେତ ଅଞ୍ଚଳବାସୀ…
ପୌରସଂସ୍ଥା ବାହାରେ କାର୍ଯ୍ୟାଳୟ କ୍ୟାଶବୁକ୍: ଆକାଉଣ୍ଟ ଜବତ କଲେ ପିଡି
ଅନୁଗୋଳ ଅଫିସ, ୬।୯-ଅନୁଗୋଳ ପୌରପାଳିକାରେ ନିୟୋଜିତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟ ଗୁରୁବାର କାର୍ଯ୍ୟାଳୟର କ୍ୟାଶବୁକ୍କୁ ବାହାରକୁ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୌରପାଳିକା ଅର୍ଥ ହେରଫେର ନେଇ ଉଦ୍ୟମ ଚାଲିଥିବା ଅଭିଯୋଗ ପାଇବା ପରେ ଘଟଣାରେ ତୁରନ୍ତ ପଦକ୍ଷେପ ନେଇଛନ୍ତି…
୧୧ ଦିନ ପରେ ନାଲ୍କୋ ବିଶ୍ୱକର୍ମା ପୂଜା: ଝଲସିବ ଆଲୁମିନିୟମ ନଗରୀ
ବଅଁରପାଳ, ୬।୯ (ଡି.ଏନ୍.ଏ) – ନାଲ୍କୋ ପ୍ରସିଦ୍ଧ ଗଣପର୍ବ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସନ୍ତା ୧୭ ତାରିଖ ଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ସମଗ୍ର ନାଲକୋ ନଗର ଏବେ ଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ…
ଗୁରୁପୂଜନ, ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ
ତାଳଚେର,୫।୯(ନି.ପ୍ର.):ଆମ ପ୍ରତିଭା ଆମ ପରିଚୟ ପରିବାର ପକ୍ଷରୁ ଗୁରୁପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଅଫିସର୍ସ କ୍ଲବ ମଙ୍ଗଳମ ଦେଉଳ ବେଡାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିରଞ୍ଚି ସାମଲ,…
ହେଲାନି ଚୁକ୍ତି ନବୀକରଣ କି ଟେଣ୍ଡର: ୨୨ ଠିକା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର
ଅନୁଗୋଳ ଅଫିସ, ୪।୯- ଅନୁଗୋଳ ପୌରପାଳିକାରେ ୯ ବର୍ଷ ହେଲା ଠିକାରେ କାର୍ଯ୍ୟ କରୁଥିବା ୨୨ ଜଣ କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ହୋଇଯାଇଛି। ଠିକା ସଂସ୍ଥା ସହ ପୌରପାଳିକା କରିଥିବା ଚୁକ୍ତିର ଅବଧି ଗତ ଅଗଷ୍ଟ ୩୧ରେ ଶେଷ ହୋଇଯାଇଥିଲେ…
ଡକାୟତି ଉଦ୍ୟମ ପଣ୍ଡକଲା ଅନୁଗୋଳ ପୋଲିସ: ୭ ଜଣଙ୍କୁ ମାଡ଼ି ବସିଲା, ଜଣେ ଫେରାର
ଅନୁଗୋଳ ଅଫିସ, ୪।୯-ଅନୁଗୋଳ ପୋଲିସ ସୋମବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ଭୁଜାଲି, ୨ ଖଣ୍ଡା, ୬ ମୋବାଇଲ, ଗୋଟିଏ ମୋଟର ସାଇକେଲ ସହ…
ଗୋଟିଏ ରାତିରେ ୩ଟି ଘରୁ ଲୁଟ୍
ପାଲଲହଡା,୩।୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ସଦର ମହାକୁମାସ୍ଥିତ ଉଦୟପୁର ଗ୍ରାମର ଦୁର୍ଯ୍ୟୋଧନ ଗଡନାୟକ, ଚିନ୍ମୟ କୁମାର ସାହୁ ଏବଂ ଗୁରୁଚରଣ ବେହେରାଙ୍କ ଘରୁ ସୋମବାର ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା…
ନୂଆଗାଁ ଗ୍ରାମରେ ବଜ୍ରପାତ, ୪ ଗୁରୁତର
ପାଲଲହଡା,୩।୯(ଡି.ଏନ.ଏ.)-ପାଲଲହଡା ବ୍ଲକ ଅଲୋରୀ ପଞ୍ଚାୟତ ଖମାର ଥାନା ନୂଆଗାଁ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଘଟି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଫୁଲ କଳା, ଶୁକ୍ରା କଳା, ସୁଭଦ୍ରା କଳା ଏବଂ ସୋମବାରୀ କଳା।…
କୋଇଲା ଉଦ୍ୟୋଗରେ ଶତପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତିବାଦରେ କୋଇଲା ଖଣି ଅଫିସ ସମ୍ମୁଖରେ ବିକ୍ଷୋଭ
ତାଳଚେର,୩।୯(ନି.ପ୍ର.): କୋଇଲା ଉଦ୍ୟୋଗରେ ଶତପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତିବାଦରେ ଅନୁଗୋଳ ଜିଲା ତାଳଚେର କୋଲ୍ଫିଲଡ୍ସରେ ଥିବା ସମସ୍ତ କୋଇଲା ଖଣିର ଟାଇମ ଅଫିସ ଓ ଏରିଆ ଅଫିସ ସମ୍ମୁଖରେ ମଙ୍ଗଳବାର ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ
ଅନୁଗୋଳ ଅଫିସ, ୩।୯ ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ସହରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରବିବାର ଏହି ଆଇନ ଉଲ୍ଲଂଘନ କରିଥିବା ୧୨ଜଣଙ୍କଠାରୁ ୧୩…
୧୦ ଦିନ ତଳୁ ଆସିଛି ବଦଳି ଚିଠି, ଛୁଟି ଦିନରେ ପ୍ରଘଟ:ବଦଳିବେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ
ଅନୁଗୋଳ ଅଫିସ, ୩।୯ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୧୫୨୬୪/୨୨.୮.୨୦୧୯ରେ ଏହି ବଦଳି ନିର୍ଦ୍ଦେଶ ଦିଆଯାଇଥିବା ସୋମବାର ଜଣାପଡ଼ିଛି। ତେବେ ୧୦ ଦିନ…
ଅବହେଳିତ ନୂଆହତା ଗୋଚ୍ଛାୟତସାହି : ସୁଧୁରୁନି ରାସ୍ତା ସମସ୍ୟା
ବଅଁରପାଳ, ୩।୯ (ଡି.ଏନ୍.ଏ) – ସମସ୍ୟା ଘେରରୁ ମୁକୁଳି ପାରୁନି ବଅଁରପାଳ ବ୍ଲକ ମହକୁମା ନିକଟସ୍ଥ ନୂଆହତା ଗୋଚ୍ଛାୟତସାହି। ପାନୀୟ ଜଳ, ରାସ୍ତା ପରି ମୌଳିକ ସୁବିଧା ସାହିବାସୀଙ୍କ ନିକଟରେ ପହଞ୍ଚି ପାରୁନି। ଏଥିଯୋଗୁ ବିଭିନ୍ନ ଅସୁବିଧାରେ ଲୋକେ ହନ୍ତସନ୍ତ ହେଉଛନ୍ତି।…

