ଜବରଦଖଲ ଜାଗା ଚିହ୍ନଟ
ବଇଣ୍ଡା, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଗ୍ରାମର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଓ ଏହା ନିକଟସ୍ଥ ସରକାରୀ ଜମି ଜବରଦଖଲ କରାଯାଇ ସେଠାରେ ଘର ନିର୍ମାଣ କରାଯାଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଶୁକ୍ରବାର…
ଫି’ ବୃଦ୍ଧିକୁ ନେଇ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକରେ ତାଲା ପକାଇ ଆନ୍ଦୋଳନରେ ଛାତ୍ରୀଛାତ୍ର
ତାଳଚେର,୨୦।୯(ନି.ପ୍ର.): ରିଆଡ୍ମିଶନ ଫି କମାଇବା ଦାବିରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀଛତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଏଥିସହ ଟାୟାର ଜାଳି ରାସ୍ତାରୋକ କରିବା ସହ କଲେଜ ମଧ୍ୟକୁ କାହାରିକୁ ଛାଡ଼ୁନାହାନ୍ତି। ଫଳରେ…
ଟ୍ରକ୍ ଧକ୍କାରେ ଛାତ୍ରୀ ଗୁରୁତର: ଟ୍ରକ୍ ସହ ଡ୍ରାଇଭର ଅଟକ, ଘଟଣାସ୍ଥଳରେ ଉତ୍ତେଜନା
ଅନୁଗୋଳ ଅଫିସ,୨୦।୯: ଅନୁଗୋଳ ଜିଲା କୁମଣ୍ଡ-ଜରାସିଂହା ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନରେ ଟ୍ରକ୍ ଧକ୍କାରେ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ସେ ହେଲେ ଆଞ୍ଚଳ ସାହୁ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ…
ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଅସୁରକ୍ଷିତ: ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି
କଣିହାଁ,୨୦।୯(ଡି.ଏନ.ଏ.)-ଛାତରୁ ପ୍ଲାଷ୍ଟର ଖସୁଛି। ଅନେକ ସ୍ଥାନରେ ଲୁହା ରଡ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେଉ ନାହିଁ। ଏପରି ଅବସ୍ଥାରେ ବି ଉକ୍ତ ଅସୁରକ୍ଷିତ ଗୃହରେ ଚାଲିଛି କଣିହାଁ ବ୍ଲକରେ…
ଘୁମା ରୋଗରେ ମଲେଣି ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା: ଚାଷୀ ମହଲରେ ବଢ଼ୁଛି ଅସନ୍ତୋଷ
ବନ୍ତଳା,୨୦ା୯(ଡି.ଏନ.ଏ.)-ଅନୁଗୋଳ ବ୍ଲକ ଅଞ୍ଚଳରେ ଅଜଣା ରୋଗରେ ଗୋରୁ ଆକ୍ରାନ୍ତ ହେଉଥିବା ବେଳେ ଏବେ ବ୍ରଏଲର କୁକୁଡ଼ା ମଡ଼କ ଦେଖାଦେଇଛି। ବିଶେଷକରି ବନ୍ତଳା ଅଞ୍ଚଳରେ କିଛି ଦିନ ମଧ୍ୟରେ ଘୁମା ରୋଗରେ ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଥିବାରୁ ଏହି ଚାଷୀମାନେ…
ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ
ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଫଳରେ ଅନୁଗୋଳ ପୌରପାଳିକା କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ହଟହଟା ହେଉଥିବା ଦେଖିବାକୁ ମିଳୁଛି।…
ତୁଟିବ ରାଜସ୍ବ ଓ ଜଙ୍ଗଲ ବିଭାଗ ବିବାଦ: ଜିପିଏସ୍ରେ ହେବ ସୀମା ନିର୍ଦ୍ଧାରଣ
ଅନୁଗୋଳ ଅଫିସ, ୨୦।୯- ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ଏଣିକି ଆଉ ରହିବନି ଜମି ବିବାଦ। ଜିପିଏସ୍ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରାଯାଇ ବର୍ଷ ବର୍ଷର ଏହି ସମସ୍ୟାର ସମାଧାନ କରିଦିଆଯିବ। ପ୍ରଶାସନ ଓ ବନଖଣ୍ଡ ସମନ୍ବୟରେ ଏହି…
ମିଳୁନି ସାର, କଳାବଜାର ଅଭିଯୋଗ
ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟବାସୀୟ ଚଢ଼ା ଦରରେ ସାର ବିକ୍ରି କରୁଥିବାବେଳେ ପ୍ରଶାସନ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଣିହାଁ,୧୯।୯(ଡି.ଏନ.ଏ.)- କଣିହାଁ ଥାନା ପୋଲିସ ଗୁରୁବାର ଡେରେଙ୍ଗ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ଡେରେଙ୍ଗ ଗ୍ରାମର ଯୁବକ ତପନ ସାହୁ ୪ ବର୍ଷ ପୂର୍ବେ ପରଜଙ୍ଗ ଥାନା…
ଜମୁଛି ନାଲ୍କୋ ବିଶ୍ୱକର୍ମା ପୂଜା
ବଅଁରପାଳ, ୧୯।୯ (ଡି.ଏନ୍.ଏ.) – ଅନୁଗୋଳ ଜିଲା ନାଲ୍କୋ ନଗରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମା ପୂଜାରେ ପ୍ରବଳ ଗହଳି ହେଉଛି। ପ୍ରଥମ ଦିନରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଭିଡ଼ ଆହୁରି ବଢ଼ିଥିବା…
ନରହନ୍ତା ଦନ୍ତାର ଉଗ୍ରରୂପ
ପରଜଙ୍ଗ, ୧୯।୯(ଡି.ଏନ.ଏ.) – ଗଁ।ରୁ ଗଁ।କୁ ଘୂରିବୁଲୁଛି। ଯୁଆଡ଼େ ମୁହଁ।ଉଛି ସିଆଡ଼େ ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଚାଳ ଛପର, କଂକ୍ରିଟ୍ କୋଠା, ପାଚେରି, ବାଡ଼ି ବଗିଚା କିଛି ବାଦ୍ ପଡୁନି। ରାତିରେ ଜନବସତିରେ ବୁଲୁଛି। ମଣିଷ ଦେଖିଲେ ମାରିବାକୁ ଗୋଡ଼ାଉଛି।…
ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ବେଡ୍ରୁ ରୋଗୀ ଗାଏବ
ଅନୁଗୋଳ ଅଫିସ, ୧୯।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଅଙ୍ଗାରବନ୍ଧ ଗ୍ରାମର ଟିଙ୍କାରୁ ନାଏକ (୨୦) ହଠାତ୍ କେଉଁଆଡ଼େ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଏପରି ଘଟଣା ଘଟିଥିବା ଟିଙ୍କାରୁଙ୍କ…

