ଘୁମା ରୋଗରେ ମଲେଣି ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା: ଚାଷୀ ମହଲରେ ବଢ଼ୁଛି ଅସନ୍ତୋଷ

ବନ୍ତଳା,୨୦ା୯(ଡି.ଏନ.ଏ.)-ଅନୁଗୋଳ ବ୍ଲକ ଅଞ୍ଚଳରେ ଅଜଣା ରୋଗରେ ଗୋରୁ ଆକ୍ରାନ୍ତ ହେଉଥିବା ବେଳେ ଏବେ ବ୍ରଏଲର କୁକୁଡ଼ା ମଡ଼କ ଦେଖାଦେଇଛି। ବିଶେଷକରି ବନ୍ତଳା ଅଞ୍ଚଳରେ କିଛି ଦିନ ମଧ୍ୟରେ ଘୁମା ରୋଗରେ ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଥିବାରୁ ଏହି ଚାଷୀମାନେ ବହୁ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଦେଢ଼ କେଜିରୁ ଦୁଇ କେଜି ମଧ୍ୟରେ ହୋଇଥିବା କୁକୁଡ଼ା ବିକ୍ରି ପୂର୍ବରୁ ରୋଗରେ ମରୁଥିବା ବେଳେ ବିଭାଗ ପକ୍ଷରୁ ପ୍ରତିକାର କରାଯାଉ ନାହିଁ। ଏ ନେଇ କୁକୁଡ଼ା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ବ୍ଲକର ବନ୍ତଳା, ଖାଲଙ୍ଗା, ଖିଣ୍ଡା, ବାରଗୌଣିଆ, କଲେଇପଦା, କନ୍ତମେଘ, ରଗୁଡ଼ିଆପଡା, ମରଣ୍ଡା, ତାଳପଦା, ବଡ଼କନ୍ତକୁଳ, ସାନକନ୍ତକୁଳ, ଗଡ଼ତରାସ, ନୂଆଖେତା ଆଦି ଗ୍ରାମରେ ଏହି କୁକୁଡ଼ା ମଡ଼କ ଦେଖାଦେଇଛି। ଖିଣ୍ଡା ଗ୍ରାମର ଅରୁଣ କୁମାର ସାହୁଙ୍କ ୩୫୭, କାମଦେବ ଦେହୁରୀଙ୍କ ୩୮୦, କଲେଇପଦା ଗ୍ରାମର ସ୍ମୃତି ରଞ୍ଜନ ବେହେରାଙ୍କ ୧୯୦୦, ବଣାମୀରା ଗ୍ରାମର ଅନୀଲ କୁମାର ଦାସଙ୍କ ୧୦୦୦ କୁକୁଡ଼ା, ତାଳପଦା ଗ୍ରାମର ଗାଙ୍ଗୁଲି ପ୍ରଧାନଙ୍କ ୮୫୦, ନୂଆକ୍ଷେତାର ଅଶୋକ ପ୍ରଧାନଙ୍କ ୯୮୨ କୁକୁଡ଼ା ମରିଥିବା ବେଳେ ଆହୁରି ୫୦ରୁ ଅଧିକ ଚାଷୀଙ୍କ ଶହ ଶହ କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ଓ ହାତଉଧାରି ଆଣି ଏହି ଚାଷ କରିଥିବା ବେଳେ ଏଭଳି ମଡ଼କ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଯାଏ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏ ସମ୍ପର୍କରେ ପ୍ରାଣୀ ବିଭାଗର ଉପ ନିର୍ଦ୍ଦେଶକ ଭରତ ଚନ୍ଦ୍ର ଗଡନାଏକ କୁହନ୍ତି, ବ୍ରଏଲର କୁକୁଡ଼ା ଚାଷୀମାନଙ୍କୁ ବିଭିନ୍ନ କମ୍ପାନୀ ଦେଉଛି। ସେମାନେ ତାହାର ରକ୍ଷାଣା ବେକ୍ଷଣ କରୁଛନ୍ତି। ଆମର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଯଦି ଦେଶୀ କୁକୁଡ଼ା ମୃତ୍ୟୁମୁଖରେ ପଡ଼ନ୍ତି ତା’ହେଲେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri