ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଅସୁରକ୍ଷିତ: ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି

କଣିହାଁ,୨୦।୯(ଡି.ଏନ.ଏ.)-ଛାତରୁ ପ୍ଲାଷ୍ଟର ଖସୁଛି। ଅନେକ ସ୍ଥାନରେ ଲୁହା ରଡ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେଉ ନାହିଁ। ଏପରି ଅବସ୍ଥାରେ ବି ଉକ୍ତ ଅସୁରକ୍ଷିତ ଗୃହରେ ଚାଲିଛି କଣିହାଁ ବ୍ଲକରେ ଥିବା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ। ଆବଶ୍ୟକ ରକ୍ଷଣା ବେକ୍ଷଣ ଓ ମରାମତି ଅଭାବରୁ ଉକ୍ତ କୋଠାଟି ଏପରି ଜରାଜୀର୍ଣ୍ଣ ହୋଇପଡ଼ିଛି। ଏ ନେଇ କର୍ତ୍ତୃପକ୍ଷ ଅବଗତ ଥିଲେ ବି ମରାମତି କରାଯାଉ ନ ଥିବାରୁ କର୍ମଚାରୀ, ସୁପରଭାଇଜରମାନେ ଅସୁରକ୍ଷିତ ଛାତ ତଳେ ବସି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ଏହାକୁ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ କରାଯିବାକୁ ଦାବି ହେଉଛି।
୧୯୯୨ରେ ଏହି କୋଠା ନିର୍ମାଣ ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଜରାଜୀର୍ଣ୍ଣ ହୋଇଡ଼ିଛି। ସାମାନ୍ୟ ବର୍ଷା ହେଲେ କାର୍ଯ୍ୟାଳୟର ନଥିପତ୍ର, କମ୍ପ୍ୟୁଟର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡ଼ିକୁ ଘୋଡ଼ାଇ ରଖାଯାଉଛି। ଫଳରେ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ନେଇ ଭୋଟର ପରିଚୟପତ୍ର ତିଆରି ସହିତ ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଜନ କଲ୍ୟାଣ କାର୍ଯ୍ୟ ଦାୟିତ୍ୱ ଲଦି ଦିଆଯାଉ ଥିବାରୁ ପ୍ରତିଦିନ ହିତାଧିକାରୀ ଓ ଅଙ୍ଗନଓ୍ବାଡ଼ି କର୍ମୀ ଏହି କାର୍ଯ୍ୟାଳୟକୁ ଆସୁଛନ୍ତି। ଏପରିସ୍ଥଳେ ଅସୁରକ୍ଷିତ କୋଠାକୁ ଭଙ୍ଗାଯାଇ ନିର୍ମାଣ ପର୍ଯ୍ୟନ୍ତ ମାତ୍ର ୫୦ ମିଟର ଦୂରରେ ଥିବା କଣିହାଁ ପଞ୍ଚାୟତର ଅବ୍ୟବହୃତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଦାବି ହୋଇଛି। ଏ ନେଇ ସିଡିପିଓ ଝୁନୁବାଳା ଦେଈ କହିଛନ୍ତି, ୧୯୯୨ରେ ସ୍ଥାପିତ ଏହି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ସମସ୍ୟା ସମ୍ପର୍କରେ ୨ ବର୍ଷ ଆଗରୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଛି। ମରାମତି ପାଇଁ ୭ ଲକ୍ଷ ୯୦ ହଜାର ଟଙ୍କା ଆସିଥିଲା। ହେଲେ ବିଡିଓ ଓ ଯନ୍ତ୍ରୀ ଏହା ମରାମତି ଯୋଗ୍ୟ ନୁହେଁ ବୋଲି କହିବା ପରେ ଟଙ୍କା ଫେରିଯାଇଛି। ନୂତନ କୋଠା କେବେ କରାଯିବ ଓ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ନେଇ କଣିହଁା ବିଡିଓ ରମେଶ କୁମାର ଜେନା କହିଛନ୍ତି, ଅଟକଳ ସରିଛି। ଖୁବଶୀଘ୍ର ନୂତନ କୋଠା ତିଆରି ହେବ। ଆଲୋଚନା କରାଯାଇ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri