ଆରମ୍ଭ ହେଲା ବନ୍ଧୁକ ଚାଳନା ପ୍ରତିଯୋଗିତା
ତାଳଚେର, ୮।୧୦(ନି.ପ୍ର.)-ତାଳଚେର ରାଇଫଲ କ୍ଲବ୍ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୫୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତା। ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଦିବସରେ ପଏଣ୍ଟ ୨୨ ବୋର୍ ରାଇଫଲ ଷ୍ଟାଣ୍ଡିଂ, ପ୍ରୋନ୍ (୫୦ମିଟର), ୧୭୭…
ମନମୋହିଲା ପାଇକ ସମରକଳା
କଣିହଁ।, ୮।୧୦(ଡି.ଏନ.ଏ.)-କଣିହଁ। ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଜୟାଦଶମୀ ଓ ଦଶହରା ଉତ୍ସବ ଧୂମ୍ଧାମରେ ପାଳିତ ହୋଇଯାଇଛି। ବଜ୍ରକୋଟ ଗ୍ରାମରେ ଦେବୋତ୍ତର କମିଟି ସଭାପତି ଫକୀରମୋହନ ସାମଲ ପାଇକକଳା ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ସେହିପରି ଜମାନିଅଁ।, ସାନକାକୁଡ଼ିଆ, କୁଲୁଇ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ
ବନ୍ତଳା,୮।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣା କୋଟ ଥାନା ସାରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ମଙ୍ଗଳବାର ସକାଳେ ସୁଶୀଲ ଦାସ (୧୯) ଓରଫ ଟିନୁଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ ଚାରିରୁ ପାଞ୍ଚଜଣ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା…
ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ: ବାସିଖାଦ୍ୟ ଜବତ
ଅନୁଗୋଳ ଅଫିସ୍,୮।୧୦: ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଦୋକାନ ଏବଂ ହୋଟେଲ ଉପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ସମୟରେ ୧୫ଟି ଦୋକାନରେ ୧୦ କିଲୋଗ୍ରାମ ବାସିଖାଦ୍ୟ ଜବତ କରି ନଷ୍ଟ କରିଥିବା…
ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍ଟିପିସି ପ୍ରକଳ୍ପ ପାଉଁଶ ପାଣି
କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ ଦେବୀଙ୍କ ପୀଠ ନିକଟ ପୂର୍ତ୍ତ ବିଭାଗ ରାସ୍ତା ଉପରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି…
ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ
ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ ଘରେ…
ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ
ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ୫ଟାରେ ମତ୍ସ୍ୟଜୀବୀ ପତି ଲୋଇ ନଦୀରୁ…
ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନଓ୍ବାଡି କେନ୍ଦ୍ର: ସହାୟିକାଙ୍କ ବାରଣ୍ଡାରେ ଶିକ୍ଷାଦାନ
ବଇଣ୍ଡା,୬।୧୦(ଡି.ଏନ.ଏ.) – କୁନି ଶିଶୁଙ୍କୁ ଶିକ୍ଷା ସହ ଜଡ଼ିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ସରକାର କରିଛନ୍ତି। ହେଲେ ଅନେକ ସ୍ଥାନରେ…
ହୃଦ୍ଘାତରେ ବ୍ୟକ୍ତିଙ୍କ ମୃତ୍ୟୁ: ସତ୍କାରବେଳେ ମହୁମାଛି ଆକ୍ରମଣ, ୬ ଗୁରୁତର
ବନ୍ତଳା,୬।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ପାଟଣାସାହିର ଦାମୋଦର ସାମଲ(୫୮)ଙ୍କ ଶନିବାର ହୃଦଘାତରେ ମୃତ୍ୟୁ ଘଟିଛି। ତାସ ଖେଳୁଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।…
ଦୁଇ ଦିନିଆ ଗ୍ରାହକ ସେବା ମେଳା ଉଦ୍ଯାପିତ: ୩୧ କୋଟି ୯୧ ଲକ୍ଷ ଋଣ ପ୍ରଦାନ
ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଗ୍ରାହକ ସେବା ମେଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି ଦୁଇ ଦିନରେ ମୋଟ ୩୩ଟି ବ୍ୟାଙ୍କ ୧୩୯୧ ଜଣ ଲୋକଙ୍କୁ ୩୧ କୋଟି ୯୧ ଲକ୍ଷ ଟଙ୍କା…
ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ
ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା…
ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି
ବଅଁରପାଳ,୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଦିହସାହିର ଧୁଳିଆ ଗୋଚ୍ଛାୟତଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରର ଝରକା ତାଡି ଘରେ ପଶି ଲକ୍ଷେ ୮୫ ହଜାର ଟଙ୍କା ସହିତ ସୁନାଗହଣା ଲୁଟି ନେଇଛନ୍ତି।…

