ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ ଜାତିର ଇତିହାସ ଆଜି ବି ସାଇତା ହୋଇରହିଛି। ମହାପାର୍ବଣ ଅବସରରେ ବୀର ପାଇକମାନେ ପୁଣିଥରେ ସ୍ମୃତି ଉଜାଗର କରିଛନ୍ତି। ଅସ୍ତ୍ରଶସ୍ତ୍ର ପୂଜା କରିବା ସହ ପାଇକମାନେ ନିଜକୁ ସମର୍ପଣ କରିଛନ୍ତି ମାତୃଶକ୍ତି ନିକଟରେ, ଯାହାର ଝଲକ ଦେଖିବାକୁ ମିଳିଥିଲା ହିନ୍ଦୋଳ ବ୍ଲକ ଦୁଦୁରୁକୋଟ ଗ୍ରାମରେ।
ସ୍ଥାନୀୟ ବାଘୁଆସାହି, ବର ସାହି, ବେଲଗାଡ଼ିଆ ସାହିରେ ବସବାସ କରୁଥିବା ଶତାଧିକ ପାଇକ ପରିବାର ଧୁମ୍‌ଧାମରେ ପାଳନ କରିଛନ୍ତି ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ ତୋରଣ ସାଙ୍ଗକୁ ଉଚ୍ଚକୋଟୀର ମଞ୍ଚ ସଜ୍ଜା ଦେଖିବାକୁ ବ୍ୟାପକ ଜନସମାଗମ ହୋଇଥିଲା। ଏହି ଉପଲକ୍ଷେ ଗ୍ରାମର ଜଗତଜନନୀ ପାଇକ ସଂଘ ପକ୍ଷରୁ ଅସ୍ତ୍ରଶସ୍ତ୍ର ସାଜ ବସାଇ ଠାକୁରାଣୀଙ୍କ ନିକଟରେ ପୂଜା କରାଯାଇଥିଲା। ବୀରତ୍ୱର ଗାଥାକୁ ମନେପକାଇ ପାଇକ ପୁଅମାନେ ସଙ୍ଗୀତର ତାଳେତାଳେ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ପ୍ରବଳ ଜନସମାଗମ ହୋଇଥିଲା।
ସଭାପତି ଶ୍ରୀଧର ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ସମ୍ପାଦକ ରବିନାରାୟଣ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଖଡ଼ାର ମୁଖ୍ୟ ପରିଚାଳକ ରୂପକ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଳପତି ଅଭିରାମ ସାମଲ, ବରିଷ୍ଠ ସଦସ୍ୟ ସଦସ୍ୟ ଅଜିତ ସାମଲ ପ୍ରଥମେ ଠାକୁରାଣୀଙ୍କ ନିକଟରେ ଭେଟ ଦେଇଥିଲେ। ଏହାପରେ ୫୦ରୁ ଊର୍ଦ୍ଧ୍ୱ ପାଇକ ବୀର ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ରାମଚଣ୍ତୀଙ୍କଠାରୁ ଆଜ୍ଞାମାଳ ଅଣାଯିବା ପରେ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି ସମାପନ ହୋଇଥିଲା। କୋଷାଧ୍ୟକ୍ଷ ଉଗ୍ରସେନ ସାମଲ, କଳାକାର ସନ୍ତୋଷ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri