ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ

ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ ଘରେ ଆରମ୍ଭ ହେଲାଣି ବନ୍ଧୁବାନ୍ଧବଙ୍କ ଭିଡ଼।
ଚଳିତ ବର୍ଷ ଭୁବନରେ ୧୧ଟି ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଆବାହନ କରାଯାଉଛି। ଏଥର ଯାତ୍ରାର ଶୋଭାବର୍ଦ୍ଧନ କରିବେ ୩୭ ବଳଦ। ସେମାନଙ୍କୁ ବାଜାବାଣ ସହ ଅଭ୍ୟସ୍ତ କରିବାକୁ ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଅଭ୍ୟାସ ଯାତ୍ରା ଶେଷ ହୋଇଛି। ୧୯୪୬ରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜାରେ ଚଳିତବର୍ଷ ବାଜିବନି ଡିଜେ ସାଉଣ୍ଡ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିଲାଗି ରାଜ୍ୟ ତଥା ରାଜ୍ୟ ବାହାରର ସୁପ୍ରଷ୍ଠିତ କଳାକାରମାନେ ନିମନ୍ତ୍ରିତ ହୋଇଛନ୍ତି।
ମଙ୍ଗଳବାର ଦଶହରା ଉପଲକ୍ଷେ ଅନୁକୂଳ ଯାତ୍ରା ଅନୁଷ୍ଠିତ ହେବ। ଥୋରିଆ ସମ୍ପ୍ରଦାୟର ପକ୍ଷରୁ ଯାତ୍ରା ଶୁଭାରମ୍ଭ କରାଯିବ। ଏହି ଅବସରରେ ଏକ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ବ। ଏଥିରେ ସମସ୍ତ ବଳଦ ସାମିଲ ହେବେ। ବଡ଼ହାଟରେ ସମସ୍ତଙ୍କୁ ପୂଜାର୍ଚ୍ଚନା କରାଯିବ। ପରମ୍ପରା ଅନୁଯାୟୀ ଥୋରିଆ, ବଣିଆ ସମ୍ପ୍ରଦାୟ ପକ୍ଷରୁ ଲୁଣ ମାପ କରାଯିବା ପରେ ଯାତ୍ରା ସମ୍ପନ୍ନ ହେବ। ସେହିପରି ବୁଧବାର ଭସାଣି ଯାତ୍ରା ଅବସରରେ ସନ୍ଧ୍ୟା ୭ଟାରେ ପାଲାମଣ୍ଡପ ନିକଟରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହେବ। ବଳଦ କମିଟି କର୍ମକର୍ତ୍ତାମାନେ ନିଜ ନିଜ ସୁବିଧା ଅନୁଯାୟୀ, ଗୁଜୁରିହାଟ, ଗୋପାଳମଣ୍ଡପ, ଦୁର୍ଗାଛକ ଶୋଭାଯାତ୍ରାରେ ସାମିଲ ହେବେ। ପ୍ରଥମେ ବନଦୁର୍ଗା ମେଢ଼ ବାହାରିବ। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ମେଢ଼ ଏବଂ ଶେଷରେ ଦେଶମେଢ଼ ଶୋଭାଯାତ୍ରାରେ ରହିବ। ନୂଆବଜାରରେ ମେଳଣ ହେବ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ବଣିଜାରିଙ୍କ ପାଖରେ ବନ୍ଦାପନା କରାଯାଇ ଯାତ୍ରା ସମ୍ପନ୍ନ କରାଯିବାକୁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏସବୁ ଭିତରେ ସୁରକ୍ଷା ପାଲଟିଛି ପ୍ରମୁଖ ପ୍ରସଙ୍ଗ। ପୂଜା କମିଟି, ଯୁବକ ସଂଘର କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଭସାଣି ଯାଏ ସମସ୍ତ ମଣ୍ଡପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri