ପୋକତୁଙ୍ଗା ଡମସାହିରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି
ବନ୍ତଳା,୬ା୧୧(ଡି.ଏନ.ଏ.)-ଅନୁଗୋଳ ବ୍ଲକ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ୨ ଦିନ ହେଲା ଝାଡ଼ାବାନ୍ତି ବ୍ୟାପୁଛି। ଇତିମଧ୍ୟରେ ୨୨ ଆକ୍ରାନ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମଦେବତୀଙ୍କ କୋପରୁ ଏପରି ହେଉଥିବା…
ମାଟି ଚୋରା ଚାଲାଣ ବେଳେ ଚଢ଼ାଉକୁ ନେଇ ସନ୍ଦେହ
ଅନୁଗୋଳ ଅଫିସ, ୬।୧୧-ବଅଁରପାଳ ବ୍ଲକ କୁଇଓ ଠାରେ ୫ଟି ଟିପ୍ପର ସହ ଗୋଟିଏ ଜେସିବି ମେଶିନ୍ ଦ୍ୱାରା ମାଟି ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ଚଢ଼ାଉ କରିଥିଲେ। ହେଲେ ଗାଡ଼ିଗୁଡ଼ିକୁ ଥାନା କି ତହସିଲକୁ…
ହେଲ୍ପରଙ୍କ ହାତ କାଟି ଦିଆଯାଇଥିବା ଅଭିଯୋଗ: ନ୍ୟାୟ, ଚିକିତ୍ସା ସହାୟତା ମାଗିଲେ ପରିବାର
କଣିହାଁ,୬।୧୧(ଡି.ଏନ.ଏ.)-ଏକ ଗାଡ଼ିରେ ହେଲପର ଥିବା କଣିହାଁ ବ୍ଲକ ଦଲକ ପଞ୍ଚାୟତ କଣ୍ଟାପାଳ ଗ୍ରାମର କୃଷ୍ଣ ନାଏକଙ୍କ ଡାହାଣ ହାତକୁ କାଟି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ଓ ଚିକିତ୍ସା ସହାୟତା ପାଇଁ ନିବେଦନ କରିଛନ୍ତି। କୃଷ୍ଣଙ୍କ ବାପା…
ତାମଡା କାର୍ଯ୍ୟାଳୟକୁ ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଅନୁପସ୍ଥିତି ନେଇ ବର୍ଷିଲେ
ଅନୁଗୋଳ ଅଫିସ, ୬।୧୧-ଅନୁଗୋଳ ଜିଲାପାଳ ତଥା ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା)ର ଉପାଧ୍ୟକ୍ଷ ମନୋଜ କୁମାର ମହାନ୍ତି ମଙ୍ଗଳବାର ଅପରାହ୍ନରେ ଅଚାନକ ତାମଡା କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ। ତେବେ କାର୍ଯ୍ୟାଳୟରେ ଅଧାରୁ ଅଧିକ କର୍ମଚାରୀ ଅନୁପସ୍ଥିତ ଥିବା ଦେଖି ଜିଲାପାଳ ବିରକ୍ତି ପ୍ରକାଶ…
ଆବାସ ଯୋଜନାରେ ମିଳୁନି ବିଲ୍: ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ
ପାଲଲହଡ଼ା, ୫ା୧୧(ଡି.ଏନ.ଏ.) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରିଥିବା ଅନୁଗୋଳ ଜିଲା କଣିହାଁ ବ୍ଲକ ଗଣ୍ଡମାଳା ପଞ୍ଚାୟତର ହିତାଧିକାରୀମାନେ ବିଲ୍ ମିଳୁ ନ ଥିବା ଅଭିଯୋଗ କରି ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନଙ୍କ…
ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା
ବନ୍ତଳା,୫।୧୧(ଡି.ଏନ.ଏ.) ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ କମିଟି। ଜିଲାରେ ପ୍ରଥମ କରି ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ହାଇସ୍କୁଲରେ ଶିକ୍ଷା ପରିଚାଳନା…
ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ
ବଇଣ୍ଡା,୫।୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସ୍ଥାନୀୟ ଲୋକଙ୍କ ଦୀର୍ଘବର୍ଷର ଦାବି ପୂରଣ କରିବା ପାଇଁ ସରକାର…
ଫନୀ ଉଜାଡ଼ିଦେଇଛି ଝାଟିମାଟିର ଘର:ଆବାସଟିଏ ମାଗିଲେ ଦୃଷ୍ଟିହୀନ ଦମ୍ପତି
ଅନୁଗୋଳ ଅଫିସ, ୫।୧୧ ଦୃଷ୍ଟିହୀନ ହେଲେ ବି ସେମାନେ ସଂସାର କରିଛନ୍ତି। ଅନୁଗୋଳର କେଦାରଗୌରୀ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ କାମ କରି ଯେନେତେନେ ପେଟ ପୂରାଉଛନ୍ତି। ହେଲେ ମଝିରେ ମଝିରେ ହେଉଥିବା ଦେହ ଅସୁସ୍ଥତା ଯୋଗୁ ହାତରେ କିଛି ସଞ୍ଚୟ କରିପାରୁନାହାନ୍ତି।…
ଆର୍ଡିସି ଅଫିସ ଦାବି
ତାଳଚେର,୪ା୧୧(ନି.ପ୍ର.)- ତାଳଚେରଠାରେ ଆର୍ଡିସିଙ୍କ ଏକ ନୂତନ ଅଫିସ ଖୋଲାଯିବାକୁ ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି। ତାଳଚେରରେ ଏମ୍ସିଏଲ୍, ଏନ୍ଟିପିସି, ରେଙ୍ଗାଳି ଡ୍ୟାମ୍, ସମଲ ବ୍ୟାରେଜ ଦ୍ୱାରା ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି। ନିଯୁକ୍ତି,…
ଆକ୍ରମଣ ଅଭିଯୁକ୍ତ ଗିରଫ
ତାଳଚେର,୪ା୧୧(ନି.ପ୍ର.)- ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ କଲିୟାରୀ ପୋଲିସ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଅବିନାଶ ସାହୁଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରି କୋର୍ଟଚାଲାଣ କରିଛି। ଗତ ଅକ୍ଟୋବର ୧୫ରେ ଡେରା ଛକଠାରେ ସୁରକ୍ଷା…
ଭାଲୁ ଆକ୍ରମଣରେ ଜଣେ ଗୁରୁତର
ଛେଣ୍ଡିପଦା,୪।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ କାଠପାଳ ଗାଁର ଯାଦବ ବେହେରା (୫୧)। ସୂଚନାଯୋଗ୍ୟ, ଯାଦବ ସୋମବାର ସକାଳୁ ଶୌଚ ହେବାକୁ…
ଧିମେଇଛି ଆବାସ ଯୋଜନା: ସମ୍ପୂର୍ଣ୍ଣ ହୋଇପାରିନି ଶତାଧିକ ଘର
ବଅଁରପାଳ,୪।୧୧ (ଡି.ଏନ୍.ଏ) ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ପାଇଥିବା ଅନେକ ହିତାଧିକାରୀଙ୍କ ଘର କାମ ସମ୍ପୂର୍ଣ୍ଣ ହୋଇ ନ ପାରି ଅଧପନ୍ତରିଆ ଭାବେ ପଡିରହିଛି। ଯୋଜନାର ସଫଳ କାର୍ଯ୍ୟକାରିତା ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି…

