କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫ ମିଲିୟନ ଟନ୍‌ କୋଇଲା ଆମଦାନୀ କରାଯାଉଛି। ଫଳରେ ଦେଶର ୨ଲକ୍ଷ ୭୧ କୋଟି ଟଙ୍କା କ୍ଷତି ଘଟୁଛି। ଗୁରୁବାର ଦିନିକିଆ ତାଳଚେର ଗସ୍ତରେ ଆସିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଏହା ପ୍ରକାଶ କରିଛନ୍ତି। ଏଥିସହ ଖଣି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ପରିବାରକୁ ପୂର୍ବରୁ ୫ଲକ୍ଷ ଟଙ୍କାର ଯେଉଁ କ୍ଷତିପୂରଣ ରାଶି ମିଳୁଥିଲା ତାହାକୁ ଆଜିଠାରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଘୋଷଣା କରିଥିଲେ।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରୀ କୋଇଲା ଖଣିକୁ ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ଖଣି ଅଞ୍ଚଳକୁ ଯାଇ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଜୋଷୀ କହିଥିଲେ ଯେ, ତାଳଚେରର ଯାହା ସମସ୍ୟା ଅଛି ତାହାର ସମାଧାନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଖାଲି ସ୍ବପ୍ନ ଦେଖିଲେ ଚଳିବ ନାହିଁ, ସବୁ ଦଳ ମିଶି ଦେଶ ପାଇଁ କାମ କରିବା ଦରକାର। ଏଥିସହ ତାଳଚେର ଠାରେ ଏମ୍‌ସିଏଲ୍‌ ପକ୍ଷରୁ ନବନିର୍ମିତ ମେଡିକାଲ କଲେଜ ଖୁବଶୀଘ୍ର ଉଦ୍‌ଘାଟନ ହେବ ଓ ଏକ ଭଲ ସଂସ୍ଥା ଦ୍ୱାରା ପରିଚାଳନା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ୨୦୧୯-୨୦ରେ କୋଲ୍‌ଇଣ୍ଡିଆ ୬୬୦ ମିଲିୟନ ଟନ୍‌ କୋଇଲା ଉପତ୍ାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି। ୨୦୨୩-୨୪ରେ ଏହା ୧ ହଜାର ମିଲିୟନ ଟନ୍‌ରେ ପହଞ୍ଚିବ। ତେବେ ବର୍ତ୍ତମାନ ସୁଦ୍ଧା ଏମ୍‌ସିଏଲ୍‌ରେ ଲକ୍ଷ୍ୟଧାର୍ଯ୍ୟ ଠାରୁ ୧୧ ପ୍ରତିଶତ କମ୍‌ ଉପତ୍ାଦନ ହୋଇଛି। ତେଣୁ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବାକୁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ଏମ୍‌ସିଏଲ୍‌ରେ ଅଦ୍ୟାବଧି ୧୬ ହଜାର ଚାକିରି ଦିଆଯାଇଛି। ୨୦୨୪ ସୁଦ୍ଧା ଆହୁରି ୪ ହଜାର କ୍ଷତିଗ୍ରସ୍ତ ନିଯୁକ୍ତି ପାଇବେ। ଆଗାମୀ ଦିନରେ ଏମ୍‌ସିଏଲ୍‌ କୋଇଲା ଉତ୍ତୋଳନ କ୍ଷେତ୍ରରେ ୧ ନମ୍ବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ପରେ ଡେରା ହାଇସ୍କୁଲ ଶ୍ରେଣୀଗୃହ ଓ ଲିଙ୍ଗରାଜ ଠାରେ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଡିଏଭି ସ୍କୁଲର ଭୂମି ପୂଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଲ୍‌ ଇଣ୍ଡିଆର ଅଧ୍ୟକ୍ଷ ଏ.କେ. ଝା, ଏମ୍‌ସିଏଲ୍‌ ଅଧ୍ୟକ୍ଷ ଭୋଳାନାଥ ଶୁକ୍ଳା, କୋଇଲା ଯୁଗ୍ମ ସଚିବ ଆର.କେ. ସିହ୍ନା, ଡିଏଭି ଟ୍ରଷ୍ଟର ଡି.ଭି. ସେଠୀ, ଏମ୍‌ସିଏଲ୍‌ର ପଦାଧିକାରୀମାନେ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ବିଧାୟକ, ଜମିହରା କ୍ଷତିଗ୍ରସ୍ତ, ଟ୍ରକ୍‌ ମାଲିକ ସଂଘ, ବିଭିନ୍ନ ଶ୍ରମିକ ସଙ୍ଗଠନ ସହିତ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ। ଏମ୍‌ସିଏଲ୍‌ର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ଏକ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri