ଅନୁଗୋଳ

ପକ୍କା ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ବଇଣ୍ଡା,୧।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ କୁର୍ତ୍ତିବାସପୁର ପଞ୍ଚାୟତ ବରପଦାଠାରୁ କରଡ଼ାବାହାଳି ୨ କିମି ରାସ୍ତାକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରାଯିବ। ଏ ନେଇ ପୂର୍ତ୍ତବିଭାଗ ପକ୍ଷରୁ ୨ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ସୋମବାର ଭୂମିପୂଜା କରାଯାଇଛି। ଆଠମଲ୍ଲିକ...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ ସକାଳେ ପ୍ଲାଣ୍ଟରେ କାମ କରୁଥିବାବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ଦନ୍ତା

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନଖଣ୍ଡ ପାଟକମୁଣ୍ଡା ପଞ୍ଚାୟତର ଧାଙ୍ଗୁରମୁଣ୍ଡା କୋଠଘର ନିକଟରେ ହାତୀ ଆକ୍ରମଣରେ ମଙ୍ଗଳବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରମଞ୍ଚା ଗ୍ରାମର ହୃଷିକେଶ ନାୟକ (୬୫)। ସୂଚନାନୁଯାୟୀ, ହୃଷିକେଶ ଅପରାହ୍ନରେ ଘରେ...

ରେଙ୍ଗାଲୀ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ: ଖୋଲିଲା ୮ ନମ୍ବର ଗେଟ୍‌

କଣିହାଁ,୧।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଲୀ ଡ୍ୟାମ୍‌ରୁ ମଙ୍ଗଳବାର ପୂର୍ବାହ୍ନରେ ତୃତୀୟଥର ପାଇଁ ବନ୍ୟାଜଳ ନିଷ୍କାସନ ହୋଇଛି। ଡ୍ୟାମ୍‌ର ବିପଦସଙ୍କେତ ୧୨୩.୫୦ ମିଟର ରହିଥିବା ବେଳେ ଜଳସ୍ତର ୧୨୪.୪ ମିଟରକୁ ଛୁଇଁଥିଲା। ଏଥିଲାଗି ଡ୍ୟାମର ୮ନମ୍ବର...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ କିଛିଦିନ ହେଲା ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ ପ୍ଲାଣ୍ଟ (ସିପିପି)ର ଗୋଟିଏ ପରେ...

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କିଶୋରିଲାଲ ସରଳିଆ, ବିନୋଦ କୁମାର ସରଳିଆ, ଲକ୍ଷ୍ମୀ ହୋଣ୍ଡାର ବିକ୍ରେତା ବିକ୍ରମ...

ଆଜି ଖୋଲିବ ରେଙ୍ଗାଳି ଗେଟ

କଣିହାଁ,୧।୧୦(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଳି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ରହିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ମାସର ପ୍ରଥମ ଦିନରେ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍‌ ଖୋଲିବ ବୋଲି ନଦୀ ବନ୍ଧ ତଳମୁଣ୍ଡରେ...

ବିଜୁ କନ୍ୟାରତ୍ନ ଯୋଜନା ବାଟବଣା; କମୁଛନ୍ତି ଶିଶୁ କନ୍ୟା

ଅନୁଗୋଳ ଅଫିସ, ୩୦।୯: ଗଞ୍ଜାମ, ନୟାଗଡ ସମେତ ଅନୁଗୋଳରେ ଶିଶୁ କନ୍ୟା ହାର କମିବାରୁ ରାଜ୍ୟ ସରକାର ୨୦୧୬ରେ ଏହି ଜିଲାରେ ଆରମ୍ଭ କରିଥିଲେ ବିଜୁ କନ୍ୟା ରତ୍ନ ଯୋଜନାର ପାଇଲଟ ପ୍ରକଳ୍ପ। ଏଥିପାଇଁ ପ୍ରତି ଜିଲାକୁ ବାର୍ଷିକ ୨୦ ଲକ୍ଷ...

କେନ୍ଦ୍ରୀୟ ପୂଜା କମିଟି ବୈଠକ: ଭସାଣିରେ ବାଜିବନି ଡିଜେ

ଅନୁଗୋଳ ଅଫିସ, ୩୦।୯: ଆସନ୍ତା ଅକ୍ଟୋବର ୪ରେ ଅନୁଗୋଳ ସହରରେ ୧୨ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ସେହିପରି ୧୩ରେ ସହରର ୨୯ଟି ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏ ନେଇ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଚୂଡ଼ାନ୍ତ...

ଅନୁଗୋଳରେ ଓସିଏ ଉପସଭାପତିଙ୍କୁ ସମ୍ବର୍ଦ୍ଧନା: ‘ଏକାଡେମୀ ଭିତ୍ତିଭୂମି ବିକାଶ ମୁଖ୍ୟ ଦାୟିତ୍ୱ’

ଅନୁଗୋଳ ଅଫିସ, ୩୦।୯: ଅନୁଗୋଳ ଟ୍ରକ ଆସୋସିଏଶନ୍‌ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ନବନିର୍ବାଚିତ ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ରବିବାର ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରକ ଆସୋସିଏଶନ୍‌ ସଭାପତି ବିଭୂତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ...

ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ କାର୍ଯ୍ୟ ବଢୁଛି। ନିଶାଡ଼ିଙ୍କ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ବିଭିନ୍ନ ସାମାଜିକ...

ଓ୍ବାର୍ଡସଭ୍ୟଙ୍କୁ ଭୁଜାଲିରେ ହାଣି ହତ୍ୟା

ଛେଣ୍ଡିପଦା/ବନ୍ତଳା, ୩୦।୯ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ତଥା ଅନ୍ତୁଳିଆ ପଞ୍ଚାୟତ ୭ନଂ. ୱାର୍ଡର ୱାର୍ଡମେମ୍ବର ଜଗବନ୍ଧୁ ବେହେରା(୬୦)ଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri