ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ ପାଣି ଦେବା, ଫୁଲଗଛ ଲଗାଇବା, ବଗିଚାର ଯତ୍ନ ନେବା ଇତ୍ୟାଦି। ହେଲେ ଏହିଭଳି ଅର୍ଡର ଦେଉଥିବା ବାବୁମାନଙ୍କଠାରୁ ଭିନ୍ନ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର କେର୍କେଟା। ବିଡିଓ ପଦରେ ଥାଇ ମଧ୍ୟ ସେ ସାଧାରଣ ଜୀବନଯାପନ କରନ୍ତି। ନିଜ ବଗିଚାରେ ନିଜେ ପାଣି ଦିଅନ୍ତି। ନିଜେ ବଗିଚା ସଫା ରଖନ୍ତି। ସବୁଠାରୁ ବଡ଼ କଥା ହେଉଛି ବଜାରରୁ ସେ ପନିପରିବା ନ କିଣି ନିଜେ ନିଜ ବାଡ଼ିରେ ଚାଷ କରନ୍ତି। ବର୍ତ୍ତମାନ ତାଙ୍କ ବାଡ଼ିରେ ୧୮ ପ୍ରକାର ପନିପରିବା ସେ ଲଗାଇଛନ୍ତି।

ସେଥିମଧ୍ୟରେ ରହିଛି ବାଇଗଣ, ବିଲାତି ବାଇଗଣ, ଭେଣ୍ଡି, ଧନିଆପତ୍ର, ମୂଳା, କଲରା, ଫୁଲକୋବି, ବନ୍ଧାକୋବି, ବିନ୍‌, ସୋରିଷ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମଟର ଛୁଇଁ। କର୍ମମୟ ଜୀବନରେ ପ୍ରତିଦିନ ସକାଳୁ ଉଠି ଦୁଇଘଣ୍ଟା ହାତରେ କୋଡିଧରି ବଗିଚାରେ କାମ କରିଥାନ୍ତି। ୧୯୭୩ ମସିହାରେ ସୁନ୍ଦରଗଡ ଜିଲା ଝୁନମୁର ଗ୍ରାମରେ ତାଙ୍କର ଜନ୍ମ। ଗାଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଅଧ୍ୟୟନ ପରେ ୧୯୯୭ ମସିହାରେ ଦାର୍ଜିଲିଂରେ ଗ୍ରାଜୁଏଶନ ପାସ୍‌ କରିଥିଲେ। ଏହାପରେ ରାଉରେକେଲା ଗଭର୍ନମେଣ୍ଟ କଲେଜରେ ଇଂରାଜୀରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ଓଏଏସ୍‌ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ଚାକିରି ନ ମିଳିବା ପର୍ଯ୍ୟନ୍ତ ୪ ବର୍ଷ ଶିକ୍ଷକତା କରି ପରିବାର ଗୁଜୁରାଣ ମେଣ୍ଟାଇଥିଲେ।

୨୦୦୫ ମସିହାରେ ଚାକିରି ମିଳିବା ସହିତ ରେଙ୍ଗାଳି ଇରିଗେଶନ ପ୍ରୋଜେକ୍ଟ ନିମନ୍ତେ ଲ୍ୟାଣ୍ଡ ଆକ୍ୟୁଜିଶନ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ୨୦୧୧ ମସିହାଠାରୁ ଆଜିପର୍ଯ୍ୟନ୍ତ ସେ ବିଡିଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ନୂଆପଡାରେ ଦୁଇବର୍ଷ କାର୍ଯ୍ୟ ସମାପନ କରି ଛେଣ୍ଡିପଦା ବିଡିଓ ଭାବେ ଯୋଗଦେଇଥିଲେ। କର୍ମମୟ ଜୀବନରୁ କିଛି ସମୟ ବାହାର କରି ନିଜେ ଚାଷ କରିବାକୁ ସେ ପସନ୍ଦ କରିଥାନ୍ତି। ଏପରି କି କାର୍ଯ୍ୟାଳୟକୁ ଆସୁଥିବା ଦୁଃଖୀ ମଣିଷକୁ ଖୁସି କରିପାରିଲେ ଆନନ୍ଦ ମିଳିଥାଏ ବୋଲି ସୁନୀଲ କୁହନ୍ତି। ଛେଣ୍ଡିପଦାରେ ଯୋଗଦେବାର ଦୁଇ ମାସ ମଧ୍ୟରେ ନିଜେ ବାଡିରେ ୧୮ରୁ ଊଦ୍ଧର୍‌ବ ପ୍ରକାରର ସବୁଜ ପନିପରିବା ଲଗାଇଛନ୍ତି।
ସୁନୀଲ କହୁନ୍ତି, ବଜାରରୁ କିଣି ଖାଇବା ଅପେକ୍ଷା ନିଜ ମେହନତରେ ବୁଦ୍ଧିବଳ ଖଟାଇ ଚାଷ କରିବା ସହିତ ବାଡିରୁ ତୋଳି ଖାଇବା ମଜା ଅଲଗା। ଚାଷ କରିବା ଦ୍ବାରା ସ୍ବାସ୍ଥ୍ୟ ଠିକ୍‌ ରହିବା ସହିତ ମନ ପ୍ରଫୁଲ୍ଲ ରହିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

କେନ୍ଦ୍ର କ୍ୟାବିନେଟ ଅଦଳବଦଳ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଆସିବ ମନ୍ତ୍ରୀମଣ୍ଡଳ ଲିଷ୍ଟ!

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପିଏମ ମୋଦୀଙ୍କ…

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

୩ ଓଡ଼ିଆଙ୍କୁ ପଦ୍ମଶ୍ରୀ: ସାହିତ୍ୟ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

Padma Awards: ଶିବୁ ସୋରେନ, ଆର୍. ମାଧବନ ଓ ରୋହିତ ଶର୍ମାଙ୍କ ସମେତ ଦେଶର ୬୫ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ମାନିତ

ନୂଆଦିଲ୍ଲୀ,୨୩।୬: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ‘ସିଭିଲ ଇନଭେଷ୍ଟିଚର ସେରେମୋନି-୨’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri