Odisha Elections 2024

ଅନୁଗୋଳ

ବେଆଇନ ଚିପ୍‌ସ, ବାଲି ଚାଲାଣ : ୧୨ ଟିପ୍ପର ଜବତ

ବଅଁରପାଳ,୧।୧୧(ଡି.ଏନ୍‌.ଏ.):ଅନୁଗୋଳ ଜିଲା ବଅଁରପାଳ ତହସିଲଦାର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଶୁକ୍ରବାର ଭୋର୍‌ ସମୟରେ ବେଆଇନ ବାଲି ଚିପିସି ଚାଲାଣ କରିଥିବା ୧୨ଟି ଟିପ୍ପର ଜବତ କରିଛନ୍ତି। କାଗଜପତ୍ର ଯାଞ୍ଚ ସହ ଗାଡ଼ିଗୁଡିକରୁ ଜରିମାନା ଆଦାୟ କରାଯାଇଛି।

ପୁଣି ବାହାରୁ ରୋଗୀ କିଣିଲେ ମେଡିସିନ: ସମ୍ପର୍କୀୟ ତାତିଲା ପରେ ଚେତିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧ା୧୧- ୫-ଟି ସଚିବଙ୍କ ତାଗିଦ ପରେ ବି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଗୁରୁବାର ଏପରି ଘଟଣାକୁ ନେଇ ପୁରୁଷ ଓ୍ବାର୍ଡରେ ଚିକିତ୍ସାଧୀନ...

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ‘ଲୋଭ ପରିହାର କର, ସଚ୍ଚୋଟ ହୁଅ’

ଅନୁଗୋଳ ଅଫିସ, ୧ା୧୧-ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗୁରୁବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ଦୁର୍ନୀତି ନିବାରଣ...

ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି।...

ଉପସ୍ଥାନ ଯାଞ୍ଚ କଲେ ଉପଜିଲାପାଳ

ବନ୍ତଳା,୧ା୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳାସ୍ଥିତ ଶ୍ରୀ ଚନ୍ଦ୍ରଶ୍ରେଖର ଜୁନିୟର ମହାବିଦ୍ୟାଳୟ, ଯୁକ୍ତ ତିନି ଉଚ୍ଚତର ଶିକ୍ଷା ମହାବିଦ୍ୟାଳୟ ଓ ପାତେଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୁରୁବାର ଉପଜିଲାପାଳ ବାସୁଦେବ ଶତପଥୀ ଅଚାନକ ଗ୍ରସ୍ତ କରିଥିଲେ। ପ୍ରଥମେ ପାତେଳି ପ୍ରାଥମିକ ବିଦ୍ୟାଳୟରେ...

କିଶୋରନଗର ପଞ୍ଚାୟତ ସମିତି ବୈଠକ: ପ୍ରଶାସନିକ ଅଧିକାରୀ ଅଧିକ ଯତ୍ନବାନ ହୁଅନ୍ତୁ

ବଇଣ୍ଡା,୧ା୧୧(ଡି.ଏନ.ଏ.)- କିଶୋରନଗର ପଞ୍ଚାୟତ ସମିତିର ୯ମ ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ସରକାରୀ ଯୋଜନା କିପରି ସିଧାସଳଖ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୩୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ମାରୁଢିପ ଗାଁରେ ଭାଲୁ ଆକ୍ରମଣରେ ଗୁରୁବାର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ମାରୁଢିପ ଗାଁର ଅଚ୍ୟୁତ ମାଝି (୪୧)। ସୂଚନାଯୋଗ୍ୟ, ଉକ୍ତ ଗଁାର ଅଚ୍ୟୁତ...

ସୋଲଡ଼ାରେ ପ୍ରଶାସନ ପକ୍ଷରୁ ପଲ୍ଲିସଭା: ଧଉରାଗୋଠ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ବଇଣ୍ଡା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଧଉରାଗୋଠ ଗ୍ରାମରେ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏହାକୁ ବିରୋଧ କରିଛନ୍ତି ସୋଲଡ଼ା ଗ୍ରାମବାସୀ। ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବୁଧବାର ଏ...

ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ରକ୍ତହୀନତାର ଶିକାର ୪୫

ବନ୍ତଳା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ୧୨ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣା ପରେ ବୁଧବାର ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ସ୍କୁଲକୁ...

ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ: ୨ ପର୍ଯ୍ୟାୟରେ ନିର୍ମାଣ ହେବ ୬୧୩ ଘର

ଅନୁଗୋଳ ଅଫିସ, ୩୧ା୧୦ – ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା।...

ମହିଳାଙ୍କଠାରୁ ୩୦ ହଜାର ଲୁଟ୍‌

ବଅଁରପାଳ, ୩୦ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସଞ୍ଜୁକ୍ତା ଦେଓଙ୍କଠାରୁ ବୁଧବାର ଦୁର୍ବୃତ୍ତମାନେ ୩୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସେ ନାଲ୍‌କୋ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ...

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ ଘଟଣା : ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅନୁଗୋଳ ଅଫିସ,୩୦।୧୦: ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉଚ୍ଛେଦକୁ ବିରୋଧ କରି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri