ଅନୁଗୋଳ

ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଶିଥିଳ

ଅନୁଗୋଳ ଅଫିସ, ୨।୧ – ଅନୁଗୋଳ ଜିଲାରେ ଦୁର୍ନୀତିର ଚେର ମାଡ଼ିଚାଲିଛି। ବିନା ପିସିରେ କୌଣସି କାମ ହେଉ ନ ଥିବା ଅଭିଯୋଗ ହେଉଛି। ହେଲେ ଜିଲାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଛି ଭିଜିଲାନ୍ସ ବିଭାଗ।…

ପାଣି ପଏଣ୍ଟରେ ଟ୍ୟାପ୍‌ ନାହିଁ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ବଅଁରପାଳ,୨।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ତଳମୂଳ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପାନୀୟ ଜଳ ମୁନ୍ଦେ ପାଇଁ ଅନେକ ସ୍ଥାନରେ ଲୋକ ଡହଳ ବିକଳ ହେଉଥିବାବେଳେ ଏଠାରେ ଅନବରତ ପାଣି ପ୍ରବାହିତ ହୋଇ କୃତ୍ରିମ…

ଧୁମ୍‌ଧାମ୍‌ରେ ପାଳନ ହେଲା ନୂତନବର୍ଷ: ସକାଳେ ଦିଅଁ ଦର୍ଶନ, ସନ୍ଧ୍ୟାରେ ପାର୍କରେ ଭିଡ଼

ଅନୁଗୋଳ ଅଫିସ, ୨ା୧ – ନୂଆ ଉତ୍ସାହ। ନୂଆ ଉଦ୍ଦୀପନା। ପ୍ରିୟଜନଠାରୁ ଆରମ୍ଭ କରି ବନ୍ଧୁ, ସମ୍ପର୍କୀୟଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ସଭିଏଁ। ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଯୁବପିଢ଼ି। ସାରା ରାତି ଜିରୋ ନାଇଟ ସେଲିବ୍ରେଶନରେ ବିତିଥିବାବେଳେ ସକାଳୁ…

ଜିରୋ ନାଇଟ୍‌ ସେଲିବ୍ରେଶନ: ବାଣ, ଡିଜେରେ କମ୍ପିଲା ସହର

ଅନୁଗୋଳ ଅଫିସ, ୧।୧- ସମସ୍ତେ ଅପେକ୍ଷା କରିଥିଲେ ଘଣ୍ଟାକୁ। ଘଣ୍ଟା କଣ୍ଟା, ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ମଧ୍ୟରାତ୍ର ୧୨ରେ ମିଶିବା କ୍ଷଣି ଉତ୍କଣ୍ଠାର ଅବସାନ ହେଲା। ଏହାପରେ ଆରମ୍ଭ ହେଲା ସେଲିବ୍ରେଶନ। ଡିଜେ ସାଉଣ୍ଡ ସାଙ୍ଗକୁ ବାଣରେ କମ୍ପିଲା ସହର।…

ଜାତୀୟ ଉସୁ: ଦିବ୍ୟମୋହନଙ୍କୁ ରୌପ୍ୟ

ଅନୁଗୋଳ ଅଫିସ, ୧।୧ – ଜମ୍ମୁରେ ଅନୁଷ୍ଠିତ ୨୮ତମ ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌-୨୦୧୯ରେ ରୌପ୍ୟ ପଦକ ଜିତି ଗୌରବ ଆଣିଛନ୍ତି ଅନୁଗୋଳ ଜିଲା କଣିହଁା ତେଲିସିଂହା ଗ୍ରାମର ଦିବ୍ୟମୋହନ ପ୍ରଧାନ। ପ୍ରତିଯୋଗିତାରେ ଓଡ଼ିଶାରୁ ୧୮ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଉସୁର…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବନ୍ତଳା, ୩୧।୧୨(ଡି.ଏନ.ଏ): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣା କୋଟ ଥାନା ରେଞ୍ଜ ଅଧୀନରେ ଥିବା ଗୋପାଳପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର ୩.୧୫ ମିନିଟରେ ହାତୀ ଆକ୍ରମଣରେ ଗ୍ରାମର ଜଣେ ମହିଳା ଜୟନ୍ତୀ ବିର (୪୨)ଙ୍କର…

ଟ୍ରକ୍‌କୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି: ଜଣେ ମୃତ

ବଅଁରପାଳ,୩୦।୧୨(ଡି.ଏନ.ଏ): ଅନୁଗୋଳ ଜିଲା ତାଳଚେର ବାଇପାସ ନିକଟରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଗୋମତରା ନିକଟ ପେଟ୍ରୋଲ ଟାଙ୍କିଠାରେ ଏକ ଚଳନ୍ତା ଟ୍ରକ୍‌କୁ ଏକ କୁକୁଡ଼ା ବୋଝେଇ ଗାଡି ଧକ୍କା ଦେଇଛି। ଫଳରେ…

ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ: ସମାଜର ମଙ୍ଗଳ ପାଇଁ ଏକାଠି ହେବାକୁ ଆହ୍ବାନ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ବାର୍‌ ଆସୋସିଏଶନ ନେତୃତ୍ୱରେ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଗୋଳ ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଆଇନଜୀବୀ ସଂଘ ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଅଭ୍ୟର୍ଥନା କମିଟି ଚେୟାରମ୍ୟାନ…

ତାପମାତ୍ରା ୪.୬, ଥରୁଛି ଅନୁଗୋଳ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ଜିଲାରେ ଶୀତ ଲହରି ଜାରି ରହିଛି। ଶନିବାର ଜିଲାର ତାପମାତ୍ରା ରେକର୍ଡ ସ୍ତର ୩.୪କୁ ଖସି ଆସିଥିବା ବେଳେ ରବିବାର ତାହା ୪.୬ ଥିବା ଜଣାପଡ଼ିଛି। ଫଳରେ ଜିଲାବାସୀ ଶୀତରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଦିନତମାମ…

କଟାଗଲା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବନ୍ତଳା, ୩୦।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ଚାଲିଛି ଗଞ୍ଜେଇ ଚାଷ। କୌଣସି ସୂତ୍ରରୁ ଏସ୍‌ପି ଜଗମୋହନ ମୀନା ଖବରପାଇ ଜିଲା ଭଲ୍ୟୁଣ୍ଟାରି ଫୋର୍ସ ଓ ପୁରୁଣାକୋଟ ପୋଲିସ ସହାୟତାରେ ବଲଙ୍ଗ ପଞ୍ଚାୟତର ଲବଙ୍ଗୀ…

ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା: ବର୍ଷକରେ ଗଲାଣି ୬ ଜୀବନ

ବଅଁରପାଳ, ୩୦।୧୨ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ବଳରାମପ୍ରସାଦ ବଡ଼ତଇଳା ସାହିରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ଷକ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ୧୦ରୁ ଊର୍ଦ୍ଧ୍ୱ ଏହି ରୋଗରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏ…

ବସ୍‌ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ପାଲଲହଡା,୨୯।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଥାନା ବତିସୁଆଁ ପଞ୍ଚାୟତ ଭୀମକାଣ୍ଡ ଛକ ନିକଟରେ ରବିବାର ଏକ ବସ୍‌ ସ୍କୁଟିକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଡିମିରିଆ ଗ୍ରାମର ପ୍ରେମାନନ୍ଦ ବିଶ୍ୱାଳ(୩୦) ଏବଂ ଚଷାଗୁରୁଜାଙ୍ଗ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?