ଦିନରେ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ: ୬ ଲକ୍ଷ ଟଙ୍କାର ଗହଣା ଚୋରି

ଅନୁଗୋଳ ଅଫିସ, ୫।୧ – ସ୍ପଷ୍ଟ ଦିବାଲୋକରେ ଶନିବାର ଅନୁଗୋଳ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଅନୁଗୋଳ ଇଣ୍ଡଷ୍ଟ୍ରିଆଲଷ୍ଟ୍ରିଟରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା ଚୋରାଇ ନେଇଛନ୍ତି। ଏ ନେଇ ବ୍ୟବସାୟୀ ଭି.ଶିବାନନ୍ଦ ରାଓ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ସହରର ଇଣ୍ଡଷ୍ଟ୍ରିଆଲ ଛକରେ ଥିବା ଶିବାନନ୍ଦଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଏହି ଚୋରି ହୋଇଛି। ଶିବାନନ୍ଦ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ବିଦ୍ୟାଳୟକୁ ଯାଇଥିଲେ। ବିଦେଶରୁ ଫେରିଥିବା ଝିଅ ବ୍ୟାଙ୍କ କାମରେ ପୂର୍ବାହ୍ନ ୧୧ଟା ୪୫ରେ ଘରୁ ବାହାରି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇଥିବା ଥାନାରେ ଅଭିଯୋଗ ହୋଇଛି। ଶିବାନନ୍ଦ ମଧ୍ୟାହ୍ନରେ ପହଞ୍ଚିବା ବେଳକୁ ଆଲମାରି ଖୋଲାପଡ଼ିଥିଲା। ତୁରନ୍ତ ସେ ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଘରୁ ୪ଟି ସୁନା ହାର ସହ ୪ଟି ମୁଦି, ଏଟିଏମ୍‌ କାର୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏସ୍‌ଆଇ ପ୍ରକାଶଚନ୍ଦ୍ର ମାଝିଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। କେହି ପରିଚିତ ଲୋକ ପଛ କବାଟ ଭାଙ୍ଗି ଏହି ଚୋରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri