ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍‌ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ

ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ବାନ ଦେଇଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏହି ସଙ୍ଗୀତ ଗାନ ବେଳେ ବିଭ୍ରାଟ ଦେଖାଦେବା ଚର୍ଚ୍ଚାର ବିଷୟ ହୋଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅଡିଓ ବଦଳରେ ଅନ୍ୟ କଳାକାରଙ୍କ ଦ୍ୱାରା କଣ୍ଠଦାନ ଥିବା ସଙ୍ଗୀତ ବାଜିବାରୁ ଏହାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା। ଏଥିପାଇଁ ପ୍ରଶାସନକୁ ଅପଦସ୍ତ ହେବାକୁ ପଡ଼ିଥିଲା। ଏ ସମ୍ପର୍କରେ ଜିଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଅବଗତ କରିବା ପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଶରତ ଚନ୍ଦ୍ର ସେଠୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏ ନେଇ ଯଥା ସମ୍ଭବ ଉତ୍ତର ରଖିବା ପାଇଁ ଜିଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri