ଅନୁଗୋଳ

ମେ’ ରୁ ଜୁଲାଇ ହ୍ରାସ, ଅଗଷ୍ଟରୁ ବୃଦ୍ଧି

ଅନୁଗୋଳ ଅଫିସ, ୨୯ା୧୦:  କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚରୁ ଲକ୍‌ଡାଉନ୍‌ ହୋଇଥିଲେ ମଧ୍ୟ ଅନୁଗୋଳ ବିଳମ୍ବରେ କୋଭିଡ୍‌ ସଂକ୍ରମିତ ଜିଲା ତାଲିକାରେ ସାମିଲ ହୋଇଥିଲା। ମେ’ ୧୦ ତାରିଖରେ ପ୍ରଥମ କରି ଏହି ଜିଲାରୁ ୧୫ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ…

ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ

ବନ୍ତଳା,୨୮।୧୦(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରାଜ ଦେହୁରୀ (୬୫)। ରାଜ୍‌ ଗ୍ରାମରେ ଶ୍ରମିକ ଭାବେ କାମ କରନ୍ତି।…

ବିଷାକ୍ତ ମଦ ପିଇ ୪ ମୃତ

ବନ୍ତଳା,୨୮ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ବିଷାକ୍ତ ମଦ୍ୟପାନ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଅନିଲ ପଧାନ (୧୮), ଟୁକୁନା ପଧାନ (୨୫), ଶଶିକାନ୍ତ ଦେହୁରୀ (୩୦) ଓ…

ଅସୁବିଧା ଦୂର କରିବ ଅସ୍ଥାୟୀ ପୋଲ

ବନ୍ତଳା,୨୮ା୧୦(ଦିନେଶ ଦେହୁରୀ) – ପାହାଡ଼ତଳି ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନାଳ ଉପରେ ପୋଲଟିଏ ମଧ୍ୟ କରିନି ପ୍ରଶାସନ। ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ବର୍ଷ ବର୍ଷ ଧରି ଅସୁବିଧାର…

ପୂଜାରେ ଶୃଙ୍ଖଳା, ଭସାଣିରେ ବିଶୃଙ୍ଖଳା

ଅନୁଗୋଳ ଅଫିସ, ୨୮ା୧୦ – ପୂଜାକୁ ନେଇ ସରକାର କଟକଣା ଜାରି କରିଥିଲେ। ଆବଦ୍ଧ ମଣ୍ଡପରେ ମାତ୍ର ୭ଜଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। ସେହିପରି ବିନା ଶୋଭାଯାତ୍ରାରେ ଭସାଣି ପାଇଁ ନିର୍ଦ୍ଦେଶ ମଧ୍ୟ ରହିଥିଲା। ହେଲେ ଅନୁଗୋଳରେ ପୂଜା…

ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌: ଚାଲିଗଲା ୨ ଜୀବନ

ଛେଣ୍ଡିପଦା,୨୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଭାଗୀରଥିପୁର ନିକଟସ୍ଥ ଏକ ଢାବା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ପଛରୁ ଆଉ…

ଅଫର୍‌ ଅଛି, ବେପାର ନାହିଁ

ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା ପଡିଛି ପୂଜା ବଜାର। ଏଥିଯୋଗୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ୟବସାୟୀ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ…

ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ…

ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.) ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ ଜାକଜମକରେ ପୂଜା ପାଳନ କରାଯାଉଥିବାବେଳେ ଏ ବର୍ଷ ଉତ୍ସବ ଫିକା ପଡିବ। ଶକ୍ତିପୀଠ ପୂର୍ବ…

ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇପାରିଛି। ଜିଲାର କେତୋଟି ପୂରାତନ ଦେବଦେବୀ ପୀଠ, ଜଳପ୍ରପାତ, ଡ୍ୟାମ୍‌ ଏବେ ବି ଲୋକ…

ସେଲ୍‌ଫି ପଏଣ୍ଟ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୨ା୧୦: ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ିବା ଏବେ ଏକ ପ୍ରତିଯୋଗିତାରେ ପରିଣତ ହୋଇଛି। ଏହା କେବଳ ଯୁବପିଢ଼ିଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ। ପିଲାଙ୍କଠାରୁ ପାଚିଲା ମଣିଷଙ୍କ ଯାଏ ପ୍ରାୟ ସମସ୍ତେ ଏହି ମାୟାରେ ବାୟା। ଲୋକଙ୍କ…

ଯତ୍ନ ନେଇପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୨୧।୧୦ –  କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଅର୍ଥ ପ୍ରଦାନ କରାଯାଉଛି। ସଂକ୍ରମିତଙ୍କୁ କିପରି ସୁସ୍ଥ କରାଯିବ ସେ ନେଇ ଦୈନିକ ପରାମର୍ଶ ଦିଆଯାଉଛି। କିନ୍ତୁ ଅନୁଗୋଳ ଜିଲାରେ ଚିକିତ୍ସାଧୀନ ଅନେକ କରୋନା ଆକ୍ରାନ୍ତଙ୍କ ଆବଶ୍ୟକ ଯତ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri