ଅପରାଧ

ବାପା-ଝିଅ ପବିତ୍ର ସମ୍ପର୍କରେ କଳଙ୍କ: ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରି ଗିରଫ ବାପା

ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ବାପା ୭ ବର୍ଷର ଶିଶୁ କନ୍ୟାକୁ ସୋମବାର ବଳାତ୍କାର କରିଛନ୍ତି। ଏ ନେଇ ତାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ଏହିଘଟଣାରେ…

ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକାର ବାପାକୁ ହତ୍ୟା

ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟା ଘଟଣାର ମୁଖ୍ୟ ସୂତ୍ରଧର ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗଁା ଗ୍ରାମର ଆଦିଲ ମହମ୍ମଦ(୨୨)ବୋଲି…

ରେଳଧାରଣାରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର: ମାସକ ତଳେ କରିଥିଲେ ବିବାହ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଆଦିତ୍ୟ ‘ପିପୁଲ ଫର ସେବା’ ସାମାଜିକ ଅନୁଷ୍ଠାନର…

ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ: ସ୍ବାମୀ, ଝିଅ ଗୁରୁତର

ଧର୍ମଶାଳା,୬ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗକିରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ ସ୍ବାମୀ ଓ ଝିଅଙ୍କୁ ହାଣି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ବିବାହ ପୂର୍ବରୁ ବିୟୁଟି ପାର୍ଲରରେ ଯୁବତୀଙ୍କୁ ହତ୍ୟା

ରତଲାମ୍‌, ୫।୭- ଆଉ କିଛି ଘଣ୍ଟା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ଯୁବତୀ। ଏଥିପୂର୍ବରୁ ବିୟୁଟି ପାର୍ଲର ଯାଇ ଯୁବତୀ ଜଣଙ୍କ ନିଜକୁ ପ୍ରସ୍ତୁତ କରିନେଉଥିଲେ। କିନ୍ତୁ ହଠାତ୍‌ ଜଣେ ଯୁବକ ବିୟୁଟି ପାର୍ଲର ମଧ୍ୟରେ ପ୍ରବେଶ କରି ତାଙ୍କୁ…

ଶ୍ରମିକ ବେଶରେ ରାଜଧାନୀ ବସ୍ତିରେ ଅପରାଧୀ ଗ୍ୟାଙ୍ଗ୍‌: ବନ୍ଦ ଘରୁ ଚୋରି, ଏକୁଟିଆ ପାଇଲେ ଲୁଟୁଥିଲେ

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀ ବସ୍ତିରେ ଆଡ୍ଡା ଜମାଇଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ରାଜରାସ୍ତାରୁ କଲୋନୀ ସବୁଠି ରାଜୁତି କରୁଛନ୍ତି। କରୋନା କଟକଣା ଭିତରେ କମିଶନରେଟ ପୋଲିସକୁ ଚକ୍‌ମା ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଅପରାଧୀଙ୍କ ଆଡ୍ଡା ସମ୍ପର୍କରେ ସୁରାକ…

ରାଜଧାନୀରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଛି। ନୟାପଲ୍ଲୀ ଥାନାଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଶିଶୁଟି ଗୁରୁତର ଅବସ୍ଥାରେ ଏକ ବସ୍ତି ଅଞ୍ଚଳରେ ପଡିଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ…

ଆଇପିଏସ୍‌ ଅଫିସରଙ୍କୁ ଠକିଦେଲେ ବିଲ୍ଡର: ଘର ଦେବାକୁ କହି ନେଇଗଲେ ୩ଲକ୍ଷ

ଭୁବନେଶ୍ୱର,୫ା୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜମି ଓ ଘର କିଣାବିକାକୁ ନେଇ ବଡ଼ ବଡ଼ ଠକେଇ ହୋଇଛି। କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଅଭିଯୋଗର ଲମ୍ବା ତାଲିକା ଗଡୁଛି। ଅଧିକାଂଶ ଥାନାର ପୋଲିସକୁ ହାତବାରିସ କରି ବିଲ୍ଡରମାନେ ସାଧାରଣ ଲୋକଙ୍କଠାରୁ କୋଟି…

ବାନ୍ଧବୀଙ୍କ ଘରୁ ୫୭ ଲକ୍ଷ ଟଙ୍କା ଚୋରି କରିନେଇଥିବା ମହିଳା ଗିରଫ

ନୂଆଦିଲ୍ଲୀ, ୪।୭- ବାନ୍ଧବୀଙ୍କ ଘରୁ ୫୭ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ଜଣେ ୩୬ ବର୍ଷୀୟା ମହିଳାଙ୍କୁ ଦିଲ୍ଲୀ ହଜ୍‌ କାଜ୍‌ ଥାନା ପୋଲିସ ଗିରଫ କରିଛି। ଏଥିସହ ଏହି ଚୋରି ଟଙ୍କାରେ ଘର କିଣିଥିବା ମହିଳାଙ୍କ ଦୁଇ ଭାଇଙ୍କୁ…

ସନ୍ଦିଗ୍ଧ ଅବସ୍ଥାରେ ନବଦମ୍ପତିଙ୍କ ମୃତ ଦେହ ଉଦ୍ଧାର; ୪ ଦିନ ତଳେ କରିଥିଲେ ବିବାହ

ଗାଜିଆବାଦ, ୪।୭- ଉତ୍ତର ପ୍ରଦେଶ ଗାଜିଆବାଦସ୍ଥିତ ଆରକେ ପୁରମ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିବାହର ୪ ଦିନ ମଧ୍ୟରେ ସନ୍ଦିଗ୍ଧ ଅବସ୍ଥାରେ ନବଦମ୍ପତିଙ୍କ ଶବ ଉଦ୍ଧାର କରାଯାଇଛି। ଗୋବିନ୍ଦପୁରରେ କୋଚିଂ ସେଣ୍ଟର ଖୋଲି ଶିକ୍ଷକତା କରୁଥିବା ବିଶାଳ…

ଏଟିଏମ ଚୋରି ପାଇଁ ମାଟିତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ ଖୋଳିଥିଲେ ଲୁଟେରା

ପାଟନା, ୨।୭- ଚୋରି ପାଇଁ ଲୁଟେରାମାନେ କେଉଁଭଳି ଅଭିନବ ଉପାୟ ଅବଲମ୍ବନ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର ନାଓ୍ବାଡା ଜିଲାରେ ଦେଖିବାକୁ ମିଳିଛି। ଏଟିଏମ୍‌ ଚୋରି କରିବା ପାଇଁ ଲୁଟେରାମାନେ ମାଟି ତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ…

ଆଠଗଡ଼ ଡିଏସ୍‌ପିଙ୍କ ପରିବାରର ୪ଜଣଙ୍କୁ କରୋନା

ଆଠଗଡ଼,୨।୭(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ(ଡିଏସ୍‌ପି)ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ଆଠଗଡ଼ ଉପକଣ୍ଠ ଅଞ୍ଚଳରୁ ଆଉ ୧୭ ପଜିଟିଭ୍‌ ଚିହ୍ନଟ ସୂଚନା ରହିଛି। ସେଥିରେ ଡିଏସ୍‌ପିଙ୍କ ପରିବାରର ୪ ସଦସ୍ୟ, ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri