Posted inଅପରାଧ

ବାନ୍ଧବୀଙ୍କ ଘରୁ ୫୭ ଲକ୍ଷ ଟଙ୍କା ଚୋରି କରିନେଇଥିବା ମହିଳା ଗିରଫ

ନୂଆଦିଲ୍ଲୀ, ୪।୭- ବାନ୍ଧବୀଙ୍କ ଘରୁ ୫୭ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ଜଣେ ୩୬ ବର୍ଷୀୟା ମହିଳାଙ୍କୁ ଦିଲ୍ଲୀ ହଜ୍‌ କାଜ୍‌ ଥାନା ପୋଲିସ ଗିରଫ କରିଛି। ଏଥିସହ ଏହି ଚୋରି ଟଙ୍କାରେ ଘର କିଣିଥିବା ମହିଳାଙ୍କ ଦୁଇ ଭାଇଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ପ୍ରତାପ ନଗରରେ ରହୁଥିବା ପୂଜାଙ୍କର ଜଣେ ବାନ୍ଧବୀ ମଧ୍ୟଦିଲ୍ଲୀର ସୀତାରାମ ବଜାରରେ ରୁହନ୍ତି। ପୂଜା ଅଧିକାଂଶ ସମୟ ବାନ୍ଧବୀଙ୍କ ଘରକୁ ଯିବା ଆସିବା କରନ୍ତି। ଏହାରି ମଧ୍ୟରେ ପୂଜା ତାଙ୍କ ବାନ୍ଧବୀଙ୍କ ମା’ ପୁଷ୍ପାଙ୍କ ସହିତ ସମ୍ପର୍କ ବଢ଼ାଇ ବିଭିନ୍ନ କାମରେ ତାଙ୍କୁ ସହାୟତା କରନ୍ତି। ପୁଷ୍ପାଙ୍କ ସହ ଘନିଷ୍ଠ ହୋଇ ତାଙ୍କ ଘରେ ଏକ ଜମି ବିକ୍ରି ବାବଦକୁ ମିଳିଥିବା ୮୦ ଲକ୍ଷ ଟଙ୍କା ରହିଥିବା ପୂଜା ଜାଣିବାକୁ ପାଆନ୍ତି। ଏହି ଟଙ୍କାରୁ ପୂଜା କୌଶଳକ୍ରମେ ୫୭ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲେ। ପ୍ରଥମେ ୨୭ ଲକ୍ଷ ଓ ପରେ ୩୦ ଲକ୍ଷ ଏହିଭଳି ଭାବେ ପର୍ଯ୍ୟାୟକ୍ରମେ ପୂଜା ୨ଥରରେ ଏହି ଟଙ୍କା ଚୋରି କରିଥିଲେ। ଟଙ୍କା ଚୋରି ହୋଇଥିବା ପୁଷ୍ପା ଜାଣିବା ପରେ ପୋଲିସରେ ଏତଲା ଦେଇଥିଲେ। ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ପୂଜା ଏହି ଟଙ୍କା ଚୋରି କରିଥିବା ପୋଲିସ ଜାଣିବାକୁ ପାଇଲା। ପଚରାଉଚରା ପରେ ମଧ୍ୟ ଟଙ୍କା ଚୋରି କରିଥିବା ନେଇ ପୂଜା ସତ ମାନିଯାଇଥିଲା। ଏହି ଟଙ୍କାରେ ସେ ତାଙ୍କ ୨ ଭାଇଙ୍କୁ ଘର କିଣିବା ପାଇଁ ୨୨ ଲକ୍ଷ ଟଙ୍କା ସହୟତା କରିଥିବା ସ୍ବୀକାର କରିଥିଲା। ପୋଲିସ ପୂଜା ନିକଟରୁ ନଗଦ ୨୯ ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri