Posted inଅପରାଧ

ସନ୍ଦିଗ୍ଧ ଅବସ୍ଥାରେ ନବଦମ୍ପତିଙ୍କ ମୃତ ଦେହ ଉଦ୍ଧାର; ୪ ଦିନ ତଳେ କରିଥିଲେ ବିବାହ

ଗାଜିଆବାଦ, ୪।୭- ଉତ୍ତର ପ୍ରଦେଶ ଗାଜିଆବାଦସ୍ଥିତ ଆରକେ ପୁରମ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିବାହର ୪ ଦିନ ମଧ୍ୟରେ ସନ୍ଦିଗ୍ଧ ଅବସ୍ଥାରେ ନବଦମ୍ପତିଙ୍କ ଶବ ଉଦ୍ଧାର କରାଯାଇଛି। ଗୋବିନ୍ଦପୁରରେ କୋଚିଂ ସେଣ୍ଟର ଖୋଲି ଶିକ୍ଷକତା କରୁଥିବା ବିଶାଳ ଓ ଏକ ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚପଦସ୍ଥ ଅଧିକାରୀ ଥିବା ନିଶାଙ୍କ ମଧ୍ୟରେ ଗତ ଜୁନ ୨୯ରେ ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ଭିନ୍ନ ଜାତିର ହୋଇଥିଲେ ମଧ୍ୟ ପରିବାରଙ୍କ ସହମତିରେ ବିବାହ କରିଥିଲେ। ବିବାହର ଦୁଇ ତିନିଦିନ ପର୍ଯ୍ୟନ୍ତ ବିଶାଳଙ୍କ ଘରେ ଉତ୍ସବର ମାହୋଲ ଲାଗି ରହିଥିଲା। ତେବେ ଜୁଲାଇ ୨ ସକାଳେ ବିଶାଳ କୋଚିଂ ସେଣ୍ଟରକୁ ଯାଇଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରି ନ ଥିଲେ। ଏହାପରଦିନ ତାଙ୍କ ମୃତଦେହ ସ୍ଥାନୀୟ ରେଳ ଲାଇନ କଡ଼ରୁ ମିଳିଥିଲା। ଏହାପରେ ବିଶାଳଙ୍କ ଅନ୍ତିମ ସଂସ୍କାର ଶେଷହେବା ପରେ ନିଶାଙ୍କ ପରିବାର ତାଙ୍କୁ ଘରକୁ ନେଇଆସିଥିଲେ। କିନ୍ତୁ ଶନିବାର ସକାଳେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ନିଶାଙ୍କ ଶବ ଘରୁ ମିଳିଥିଲା। କିନ୍ତୁ ୪ ଦିନ ମଧ୍ୟରେ କାହିଁକି ନବ ଦମ୍ପତି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଭୟ ପରିବାର ଲୋକଙ୍କୁ ପୃଥକ ପୃଥକ ଜେରା ସରିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟାର କିଛି ଠୋସ୍‌ କାରଣ ଖୋଜିପାରିନାହିଁ। ତେବେ ଉଭୟଙ୍କ ଫୋନକୁ ଜବତ କରି ପୋଲିସ ବର୍ତ୍ତମାନ କଲ୍‌ ରେକଡର୍‌ସ, ମେସେଜ ଇତ୍ୟାଦି ଯାଞ୍ଚ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri