ଅପରାଧ

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା...

ଗୋଟିଏ ଦିନରେ ୩ ଘରୁ ଚୋରି: ପୋଲିସ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ଚମ୍ପୁଆ, ୧୧ା୭(ଡି.ଏନ.ଏ)-ଦୁଇ ଦିନ ତଳେ ଚମ୍ପୁଆ ସଖି ପେଟ୍ରୋଲ ପମ୍ପ ନିକଟରୁ ତାଲାଭାଙ୍ଗି ହୋଇଥିବା ସିରିଜ ଚୋରିର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ଚମ୍ପୁଆ ପୋଲିସ ଏହାର ତନାଘନା କରିଛି। ସୂଚନା ଅନୁସାରେ...

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ଯାତ୍ରୀଙ୍କଠାରୁ ମିଳିଲା ୧୫୦.୯୨୦ ଗ୍ରାମର ସୁନା, ମୂଲ୍ୟ ୫ଲକ୍ଷରୁ ଅଧିକ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): କଟକଣା ସତ୍ତ୍ୱେ କମୁନି ସୁନା ଚୋରା ଚାଲାଣ। ବୁଧବାର ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକ୍‌ରୁ ଆସିଥିବା ଏଆର ଏସିଆ ବିମାନ(ଏଫ୍‌ଡି-୧୧୨)ର ଜଣେ ଯାତ୍ରୀଙ୍କ ସାର୍ଟ କଲର୍‌ରୁ ୧୫୦.୯୨୦ ଗ୍ରାମର ସୁନା...

ତାଳସାରୀ ମେରାଇନ୍‌ ଥାନାରେ ୨ ବଙ୍ଗୀୟ ଯୁବତୀ ଅଟକ, ବୟାନ ବଦଳାଉଥିବାରୁ ଫିଟୁନି ଗୁମର

ଭୋଗରାଇ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ସାହାବାଜିପୁରସ୍ଥିତ ଏକ ଗେଷ୍ଟହାଉସ୍‌ରୁ ୨ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକମାନେ ଧରି ତାଳସାରୀ ମେରାଇନ ଥାନାରେ ଜିମା ଦେଇଛନ୍ତି। ଉକ୍ତ ଯୁବତୀଦ୍ୱୟଙ୍କୁ ଦିଘାରୁ ଦଲାଲମାନେ ହୋଟେଲ୍‌ରେ ରୁମ୍‌ ଦେବାକୁ କହି ନେଇ ଆସି...

ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ତାପଙ୍ଗ କ୍ରଶରରେ କାର୍ଯ୍ୟରତ ଟ୍ରକ୍‌ ଡ୍ରାଇଭର ଉକ୍ତ ଅଞ୍ଚଳର ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି।...

ହଳଦିପଡ଼ିଆରେ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗ: ଦମ୍ପତି ଗିରଫ

କଟକରୋଡ଼,୧୦।୭(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ହଳଦୀପଡ଼ିଆ ବସ୍ତିରେ ରହୁଥିବା ସରିଫ ଖାନ୍‌ ଓ ତାଙ୍କ ସ୍ତ୍ରୀ ଆୟଶା ବିବି। ସେମାନଙ୍କ ନିକଟରୁ ସାଢ଼େ ୧୦ ଗ୍ରାମ୍‌...

ରାଇକିଆରୁ ଯୁବତୀ ଚାଲାଣ: ଘରୋଇ ବସ୍‌ରୁ ୨ ନାବାଳିକା, ୮ ଯୁବତୀ ଉଦ୍ଧାର; ୨ ଦଲାଲ ଅଟକ

ରାଇକିଆ,୧୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଯୁବତୀ ଓ ନାବାଳିକା ଚାଲାଣ ହେଉଥିବା ସନ୍ଦେହ କରି ରାଇକିଆ ପୋଲିସ ବୁଧବାର ଏକ ଘରୋଇ ବସ୍‌ ଉପରେ ଚଢ଼ାଉ କରିଥିଲା। ସେଠାରୁ ଦୁଇଜଣ ନାବାଳିକା ଓ ୮ ଯୁବତୀଙ୍କୁ ଉଦ୍ଧାର...

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଷାନ୍ତଙ୍କ ନୀଳାଦ୍ରିବିହାରରେ ଥିବା ବାସଭବନ, ଗ୍ୟାରେଜ, ନବରଙ୍ଗପୁର ଗ୍ରାମର...

ଖଣି ଓ ନିଶା ମାଫିଆଙ୍କୁ ଏନ୍‌କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା

ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌’। ଖୋଜି ଖୋଜି ଗ୍ୟାଙ୍ଗଷ୍ଟାରମାନଙ୍କୁ ଗିରଫ କରୁଛି ଏସ୍‌ଟିଫ୍‌। ଏନ୍‌କାଉଣ୍ଟର ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟରମାନେ ଭୟଭୀତ...

ପୋଲିସ ଭ୍ୟାନରୁ ଡେଇଁ ଦୁର୍ଦ୍ଦାନ୍ତ ଚନ୍ଦନ ଫେରାର

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍‌କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍‌ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଚନ୍ଦନ ନାୟକ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଘଟିଛି...

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

କୋରେଇ,୯ା୭(ସ୍ବ.ପ୍ର)- ପାଣିକୋଇଲି ପୋଲିସ ୧ କୁଇଣ୍ଟାଲ ୭ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମଙ୍ଗଳବାର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା କାର୍‌ (ନଂ. ଡବ୍ଲ୍ୟୁବି୦୬-ଏଫ-୯୯୯୧), ୩ ମୋବାଇଲ, ନଗଦ ୭...

ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ ପଶ୍ଚିମବଙ୍ଗ ନାଦିଆ ଜିଲାର ସମ୍‌ପା ଦାସ, ମୁର୍ସିଦାବାଦର ରାଜକୁମାର ଏବଂ ବର୍ଦ୍ଧମାନର କୁସ୍‌ଦିରାମ।...

Advertisement
Mettle Meet 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri