ଅପରାଧ

କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା ମୁଖିଆଙ୍କୁ ବ୍ରହ୍ମପୁର ପୋଲିସ ଗୁରୁବାର କୋଲକାତାରୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ଦିନେଶ…

ମୁଣ୍ଡରେ ଭୁଲ୍‌ ସ୍ବସ୍ତିକ ଚିହ୍ନ ଆଙ୍କିଥିବା ଏହି ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ, କାରଣ ଜାଣିଲେ…

କାନବେରା,୨୬।୨: ଅଷ୍ଟ୍ରେଲିଆ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ମୁଣ୍ଡରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଇଛି। ଏହି ବ୍ୟକ୍ତି ଜଣକ ମା ଏବଂ ଝିଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମହିଳାଙ୍କ ହାତ ଜଳି ଯାଇଥିଲା। ମାତ୍ର ଝିଅର କୌଣସି…

ବଧୂ ହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର ଗିରଫ

ଔପଦା, ୨୫।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଏରାମଚନ୍ଦ୍ରପୁର ପଞ୍ଚାୟତ ଶୋରିଷପାଳ ଗ୍ରାମରେ ବଧୂ ହତ୍ୟା ଅଭିଯୋଗରେ ଶାଶୁ ସୁକାନ୍ତି ରାଉତ ଓ ଶ୍ୱଶୁର ସୁକାନ୍ତ ରାଉତ (ଅଗଣି)ଙ୍କୁ ଔପଦା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ୨୦୧୫ ମସିହାରେ…

ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ଦିଲ୍ଲୀ ଚାଣକ୍ୟପୁରୀ ଥାନାରେ…

ଶେଷରେ ଗିରଫ ହେଲେ ଏକାଧିକ ଅବକାରୀ ମାମଲା ରହିଥିବା ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି,୨୫।୨(ସ୍ବ.ପ୍ର.): କଟକ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଦଳ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିନସ୍ଥ ନତକାଇ ପଞ୍ଚାୟତ ଏକରୁଖୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରି ୨୪ କିଲୋ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ…

ଘରେ ପଶି କଲେଜ ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି କିରୋସିନ୍‌ ଢ଼ାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଉଦ୍ଧାର ପରେ ଏସ୍‌ସିବି ସ୍ଥାନାନ୍ତର

କଟକ ଅଫିସ,୨୫।୨: କଟକ ଜିଲା ମାନସିଂପାଟଣା ମସ୍ତରାମ ମଠ ଗଳିରେ ଥିବା ଏକ ଭଡ଼ାଘରେ ଜଣେ କଲେଜ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ରୁ ୧୨ରେ ଘଟଣା ଘଟିଥିବା ବେଳେ…

ଓକିଲଙ୍କ ଅଫିସ ତାଲା ଭାଙ୍ଗି ନଗଦ ଟଙ୍କା, ଫାଇଲପତ୍ର ନେଇଗଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ରଥସାହି ଛକଠାରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ଓକିଲ ସୀମାଞ୍ଚଳ ମିଶ୍ରଙ୍କ ଅଫିସ ସହ କାଳୁ ସାମଲଙ୍କ ଟେଣ୍ଟ ହାଉସ ଦୋକାନ, ଡାକ୍ତର ସରୋଜ କୁମାର ଦାଶଙ୍କ ହୋମିଓ କ୍ଲିନିକ, ଶାନୁ ସାମଲଙ୍କ ତେଜରାତି…

ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଜାଜ୍‌ ଶୋ’ରୁମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଚୋରିକରି ନେଇଛନ୍ତି। ବୁଧବାର ସକାଳେ…

ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ…

ଡକାୟତି ଯୋଜନା ବେଳେ ୪ ଧରାପଡ଼ିଲେ

ଖୋର୍ଦ୍ଧା ଅଫିସ,୨୨।୨: ଦୁଇଦିନ ତଳେ ଖୋର୍ଦ୍ଧା ସବ୍‌ଜେଲରୁ ଜାମିନରେ ଆସି ୪ ଅଭିଯୁକ୍ତ ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳିଟାଙ୍ଗୀର ସୁନୀଲ…

ହୋଟେଲରୁ ୧୭୪ ଗ୍ରାମ୍‌ ବ୍ରାଉନସୁଗାର ଜବତ: ୨ ଗିରଫ

ଆଠଗଡ଼,୨୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ରାଧାପତିପୁରସ୍ଥିତ ପାରିଜାତ ହୋଟେଲରୁ ରବିବାର ୧୭୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ)ଟିମ୍‌ ପକ୍ଷରୁ ଚଢ଼ାଉ କରି ହୋଟେଲ ମାଲିକଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। କୋଭିଡ୍‌…

ପ୍ରେମିକାଙ୍କ ସହ କୁକୁରକୁ ହତ୍ୟା କଲେ ଡାକ୍ତର, କ୍ଲିନିକ୍‌ ପରିସରରେ ଗାତ କରି ପୋତିଦେଲେ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ପ୍ରେମିକାଙ୍କୁ ହତ୍ୟା କରି ପୋତି ପକାଇଥିଲେ। ତେବେ ପୋଲିସ ଖୋଳତାଡ଼ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ଡାକ୍ତରଙ୍କ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?