ଡକାୟତି ଯୋଜନା ବେଳେ ୪ ଧରାପଡ଼ିଲେ

ଖୋର୍ଦ୍ଧା ଅଫିସ,୨୨।୨: ଦୁଇଦିନ ତଳେ ଖୋର୍ଦ୍ଧା ସବ୍‌ଜେଲରୁ ଜାମିନରେ ଆସି ୪ ଅଭିଯୁକ୍ତ ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳିଟାଙ୍ଗୀର ସୁନୀଲ କୁମାର ପ୍ରଧାନ(୨୭), ପିଙ୍କୁ ଓରଫ ଶୁଭେନ୍ଦୁ ସାମନ୍ତରାୟ, ବାରଘରାପାଟଣାର ଶିବ ଓରଫ ଶିବସୁନ୍ଦର ଦାସ(୧୯) ଏବଂ ଜଟଣୀ ଥାନା ଅରଗୁଳର ଆଦିତ୍ୟ ସାହୁ ଓରଫ ପପୁ (୨୧)। ଏମାନଙ୍କଠାରୁ ୪ଟି ବାଇକ, ଖଣ୍ଡା, କଟୁରି, ୨ପ୍ୟାକେଟ ଚିଲି ପାଉଡର, ବ୍ୟାଗରେ ଥିବା ୮ଟି ବୋମା, ୨ଟି ଲାଠି ଏବଂ ୫ଟି ମୋବାଇଲ ଫୋନ୍‌ ସମେତ ନଗଦ ୨୧ ହଜାର ୩୫୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପେସାଦାର ଅପରାଧୀ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ସଙ୍ଗିନ ମାମଲା ରହିଛି ବୋଲି ରବିବାର ଖୋର୍ଦ୍ଧା ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ସଦର ଥାନା ଏସ୍‌ଆଇ ମୁକେଶ କୁମାର ବେହେରା ଟିମ୍‌ ସହ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧ଟାରେ ତାପଙ୍ଗ ଛକ ନିକଟରେ ସେମାନେ ଖବର ପାଇଲେ ଯେ, ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଏକ ଗ୍ୟାଙ୍ଗ ବଡଧରଣର ଡକାୟତି ଯୋଜନା କରୁଛନ୍ତି। ସଦର ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନାଧିକାରୀ ଅନିତା ସାହୁ, ଜଙ୍କିଆ ଥାନାଧିକାରୀ ସତ୍ୟବ୍ରତ ଲେଙ୍କା ଏବଂ ସ୍ପେଶାଲ ସ୍କ୍ବାଡ୍‌ ସେଠାରେ ଚଢ଼ାଉ କରିଥିଲେ। ତେବେ ଦୌଡ଼ି ଖସିଯିବାକୁ ଉଦ୍ୟମ କରିବାବେଳେ ୪ଜଣଙ୍କୁ ପୋଲିସ ମାଡ଼ିବସିଥିଲା। ଅଭିଯୁକ୍ତମାନଙ୍କୁ ଜେରାବେଳେ ସେମାନେ ଅନ୍ୟ ମାମଲାରେ ଜଡ଼ିତ ଥିବା ଜଣାପଡ଼ିିଛି। ଏସ୍‌ଆଇ ପ୍ରଧାନଙ୍କ ଅଭିଯୋଗ କ୍ରମେ ଥାନାରେ ଆଇପିସି ଦଫା ୩୯୯, ୪୦୨, ଆର୍‌ଡବ୍ଲ୍ୟୁ ଆର୍ମ ଆକ୍ଟ ୩, ୪ ଇଏସ୍‌ ଆକ୍ଟରେ କେସ୍‌ ନଂ. ୨୦/୨୧ ରୁଜୁ କରାଯାଇଛି। ସୁନୀଲଙ୍କ ନାମରେ ସଦର ଥାନାରେ ୧୪ ଓ ଜଙ୍କିଆ ଥାନାରେ ଗୋଟିଏ ମାମଲା ରହିଛି। ଆଦିତ୍ୟଙ୍କ ନାମରେ ସଦର ଥାନାରେ ୪ ଓ ଜଙ୍କିଆରେ ଗୋଟିଏ ମାମଲା ରହିଛି। ପିଙ୍କୁଙ୍କ ନାମରେ ସଦର ଥାନାରେ ୩ ଓ ଜଙ୍କିଆ ଥାନାରେ ଗୋଟିଏ ମାମଲା ଥିବାବେଳେ ଶିବଙ୍କ ନାମରେ ସଦର ଓ ଜଙ୍କିଆ ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି। ଏମାନେ ଲୋକଙ୍କ ଆଖିରେ ଚିଲି ପାଉଡର ପକାଇ ଆକ୍ରମଣ, ଲୁଟପାଟ କରି ଫେରାର ହୋଇଯାଉଥିଲେ।
ଗତ ୧୬ ତାରିଖରେ ଗିରଫ ୪ ଅଭିଯୁକ୍ତଙ୍କ ସମେତ ଭାଲିଆବାଡ଼ିିର ସୁଶୀଲ ବଳିୟାରସିଂ ମଲିପଡାରେ ରସାନନ୍ଦ କଳାସଙ୍କ ଘରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ଟି ବାଇକ, ୨ଟି ମୋବାଇଲଫୋନ୍‌ ଏବଂ ୧୫ଲକ୍ଷ ଟଙ୍କା ଲୁଟି ନେଇଥିଲେ। ରସାନନ୍ଦଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ. ୩୨/୨୧ ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲୁଟ ବାଇକ ଓ ୧୫ ହଜାର ଟଙ୍କା ଜବତ ହୋଇଥିଲା। ଏହି ଦୁଇଜଣ ଦୁଇଦିନ ତଳେ ଜେଲରୁ ଜାମିନରେ ଆସିଥିଲେ। ଏହାପରେ ପୁଣି ଡକାୟତି ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ହାଇଓ୍ବେରେ ଲୁଟପାଟ ସହ ବିଭିନ୍ନ ଅଞ୍ଚଳରେ ଡକାୟତି ଯୋଜନା କରିଥିଲେ। ତେବେ ଯୋଜନାକୁ ସଦର ପୋଲିିସ ପଣ୍ଡ କରିଦେଇଛି।
ସେହିପରି ୧୯ ତାରିଖରେ ସଦର ଥାନା ଜଗନ୍ନାଥପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ନରଣଗଡ଼ ଛକରେ ସୁନୀଲ, ଆଦିତ୍ୟ, ପିଙ୍କୁ ଏବଂ ଶିବ ପ୍ରମୁଖ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏକ ଖାଲି କାଚବୋତଲରେ ତାଙ୍କ ମୁଣ୍ଡକୁ ପିଟିଦେଇଥିଲେ। ଏଥିସହ ସେଠାରେ ବୋମାମାଡ କରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଲୁଟପାଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri