ଡକାୟତି ଯୋଜନା ବେଳେ ୪ ଧରାପଡ଼ିଲେ

ଖୋର୍ଦ୍ଧା ଅଫିସ,୨୨।୨: ଦୁଇଦିନ ତଳେ ଖୋର୍ଦ୍ଧା ସବ୍‌ଜେଲରୁ ଜାମିନରେ ଆସି ୪ ଅଭିଯୁକ୍ତ ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳିଟାଙ୍ଗୀର ସୁନୀଲ କୁମାର ପ୍ରଧାନ(୨୭), ପିଙ୍କୁ ଓରଫ ଶୁଭେନ୍ଦୁ ସାମନ୍ତରାୟ, ବାରଘରାପାଟଣାର ଶିବ ଓରଫ ଶିବସୁନ୍ଦର ଦାସ(୧୯) ଏବଂ ଜଟଣୀ ଥାନା ଅରଗୁଳର ଆଦିତ୍ୟ ସାହୁ ଓରଫ ପପୁ (୨୧)। ଏମାନଙ୍କଠାରୁ ୪ଟି ବାଇକ, ଖଣ୍ଡା, କଟୁରି, ୨ପ୍ୟାକେଟ ଚିଲି ପାଉଡର, ବ୍ୟାଗରେ ଥିବା ୮ଟି ବୋମା, ୨ଟି ଲାଠି ଏବଂ ୫ଟି ମୋବାଇଲ ଫୋନ୍‌ ସମେତ ନଗଦ ୨୧ ହଜାର ୩୫୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପେସାଦାର ଅପରାଧୀ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ସଙ୍ଗିନ ମାମଲା ରହିଛି ବୋଲି ରବିବାର ଖୋର୍ଦ୍ଧା ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ସଦର ଥାନା ଏସ୍‌ଆଇ ମୁକେଶ କୁମାର ବେହେରା ଟିମ୍‌ ସହ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧ଟାରେ ତାପଙ୍ଗ ଛକ ନିକଟରେ ସେମାନେ ଖବର ପାଇଲେ ଯେ, ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଏକ ଗ୍ୟାଙ୍ଗ ବଡଧରଣର ଡକାୟତି ଯୋଜନା କରୁଛନ୍ତି। ସଦର ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନାଧିକାରୀ ଅନିତା ସାହୁ, ଜଙ୍କିଆ ଥାନାଧିକାରୀ ସତ୍ୟବ୍ରତ ଲେଙ୍କା ଏବଂ ସ୍ପେଶାଲ ସ୍କ୍ବାଡ୍‌ ସେଠାରେ ଚଢ଼ାଉ କରିଥିଲେ। ତେବେ ଦୌଡ଼ି ଖସିଯିବାକୁ ଉଦ୍ୟମ କରିବାବେଳେ ୪ଜଣଙ୍କୁ ପୋଲିସ ମାଡ଼ିବସିଥିଲା। ଅଭିଯୁକ୍ତମାନଙ୍କୁ ଜେରାବେଳେ ସେମାନେ ଅନ୍ୟ ମାମଲାରେ ଜଡ଼ିତ ଥିବା ଜଣାପଡ଼ିିଛି। ଏସ୍‌ଆଇ ପ୍ରଧାନଙ୍କ ଅଭିଯୋଗ କ୍ରମେ ଥାନାରେ ଆଇପିସି ଦଫା ୩୯୯, ୪୦୨, ଆର୍‌ଡବ୍ଲ୍ୟୁ ଆର୍ମ ଆକ୍ଟ ୩, ୪ ଇଏସ୍‌ ଆକ୍ଟରେ କେସ୍‌ ନଂ. ୨୦/୨୧ ରୁଜୁ କରାଯାଇଛି। ସୁନୀଲଙ୍କ ନାମରେ ସଦର ଥାନାରେ ୧୪ ଓ ଜଙ୍କିଆ ଥାନାରେ ଗୋଟିଏ ମାମଲା ରହିଛି। ଆଦିତ୍ୟଙ୍କ ନାମରେ ସଦର ଥାନାରେ ୪ ଓ ଜଙ୍କିଆରେ ଗୋଟିଏ ମାମଲା ରହିଛି। ପିଙ୍କୁଙ୍କ ନାମରେ ସଦର ଥାନାରେ ୩ ଓ ଜଙ୍କିଆ ଥାନାରେ ଗୋଟିଏ ମାମଲା ଥିବାବେଳେ ଶିବଙ୍କ ନାମରେ ସଦର ଓ ଜଙ୍କିଆ ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି। ଏମାନେ ଲୋକଙ୍କ ଆଖିରେ ଚିଲି ପାଉଡର ପକାଇ ଆକ୍ରମଣ, ଲୁଟପାଟ କରି ଫେରାର ହୋଇଯାଉଥିଲେ।
ଗତ ୧୬ ତାରିଖରେ ଗିରଫ ୪ ଅଭିଯୁକ୍ତଙ୍କ ସମେତ ଭାଲିଆବାଡ଼ିିର ସୁଶୀଲ ବଳିୟାରସିଂ ମଲିପଡାରେ ରସାନନ୍ଦ କଳାସଙ୍କ ଘରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ଟି ବାଇକ, ୨ଟି ମୋବାଇଲଫୋନ୍‌ ଏବଂ ୧୫ଲକ୍ଷ ଟଙ୍କା ଲୁଟି ନେଇଥିଲେ। ରସାନନ୍ଦଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ. ୩୨/୨୧ ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲୁଟ ବାଇକ ଓ ୧୫ ହଜାର ଟଙ୍କା ଜବତ ହୋଇଥିଲା। ଏହି ଦୁଇଜଣ ଦୁଇଦିନ ତଳେ ଜେଲରୁ ଜାମିନରେ ଆସିଥିଲେ। ଏହାପରେ ପୁଣି ଡକାୟତି ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ହାଇଓ୍ବେରେ ଲୁଟପାଟ ସହ ବିଭିନ୍ନ ଅଞ୍ଚଳରେ ଡକାୟତି ଯୋଜନା କରିଥିଲେ। ତେବେ ଯୋଜନାକୁ ସଦର ପୋଲିିସ ପଣ୍ଡ କରିଦେଇଛି।
ସେହିପରି ୧୯ ତାରିଖରେ ସଦର ଥାନା ଜଗନ୍ନାଥପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ନରଣଗଡ଼ ଛକରେ ସୁନୀଲ, ଆଦିତ୍ୟ, ପିଙ୍କୁ ଏବଂ ଶିବ ପ୍ରମୁଖ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏକ ଖାଲି କାଚବୋତଲରେ ତାଙ୍କ ମୁଣ୍ଡକୁ ପିଟିଦେଇଥିଲେ। ଏଥିସହ ସେଠାରେ ବୋମାମାଡ କରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଲୁଟପାଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?