କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା ମୁଖିଆଙ୍କୁ ବ୍ରହ୍ମପୁର ପୋଲିସ ଗୁରୁବାର କୋଲକାତାରୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ଦିନେଶ ରାଠୀ (୪୬) । ସ୍ଥାନୀୟ ଏସିଏମ୍‌ଏମ୍‌ କୋର୍ଟରେ ହାଜର କରି ପୋଲିସ ଶୁକ୍ରବାର ବ୍ରହ୍ମପୁର ଆଣିଥିଲା ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ଦିନେଶ ହେଉଛନ୍ତି ଆଇପିଏଲ ବେଟିଂର ସିଣ୍ଡିକେଟ ମୁଖିଆ। ଦିନେଶଙ୍କ ବିଭିନ୍ନ ଆକାଉଣ୍ଟରେ ଥିବା ୭୨ଲକ୍ଷ ୯୬ ହଜାର ଟଙ୍କା ସିଜ କରାଯାଇଥିବା ଏସ୍‌ପି କହିଛନ୍ତି । ଶୁକ୍ରବାର ଦିନେଶଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ । ଏଥିସହ ୩ଦିନିଆ ରିମାଣ୍ଡରେ ପୋଲିସ ନେବା ପାଇଁ ଏସଡ଼ିଜେଏମ ନିକଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି। ଗତ ଆଇପିଏଲ ସିଜନ ଆରମ୍ଭରୁ ପୋଲିସ ବ୍ରହ୍ମପୁରରେ ଏହି ବେଟିଂ ଚଳାଉଥିବା ରାକେଟ ଉପରେ ପୋଲିସ ନଜର ରଖିଥିଲା । ଗତ ଅକ୍ଟୋବର ୨୯ ତାରିଖରେ ବୁକି ବ୍ରହ୍ମପୁରର ଆର. ଲଲୀ ଆଚାରୀ ଓ କେ . ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା, ମୋବାଇଲ ଫୋନ, ସିମ୍‌ କାର୍ଡ ଓ ଲ୍ୟାପ୍‌ଟପ ଜବତ କରାଯାଇଥିଲା । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଏହି ଆଇପିଏଲ ବେଟିଂ ରାକେଟର ସିଣ୍ଡିକେଟ ମୁଖିଆ ଦିନେଶଙ୍କୁ ଧରିବା ପାଇଁ ପ୍ରଥମେ ଲାଲୀ ଆଚାରୀ ଠାରୁ ଜବତ ମୋବାଇଲ ଟ୍ରାକିଂରୁ ସୁରାକ ମିଳିଥିଲା । ଏହାକୁ ଆଧାର କରି ଦିନେଶଙ୍କୁ ଧରିବା ପାଇଁ ପୋଲିସକୁ ୫ମାସ ଲାଗିଯାଇଥିଲା ବୋଲି ଏସ୍‌ପି କହିଛନ୍ତି । ତଦନ୍ତ ଏବେ ଜାରି ରହିଛି ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri