ଅପରାଧ

ଦୀର୍ଘ ୧୮ ବର୍ଷ ପରେ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତଙ୍କୁ ଦୀର୍ଘ ୧୮ ବର୍ଷ ପରେ ରବିବାର ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସାଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ ଓରଫ ଦାସ।…

ଫାଣ୍ଡି ପରିସର କାର୍‌ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ତଦନ୍ତ କରିବେ ମହିଳା ଥାନା ଇନ୍ସପେକ୍ଟର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରେ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। ପୋଲିସ ସେତେବେଳେ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ…

ଡକାୟତି ଅଭିଯୁକ୍ତ ୩୭ ବର୍ଷ ପରେ ଗିରଫ

ପାଟକୁରା,୧୪ା୩(ଡି.ଏନ.ଏ.): କମିଶନରେଟ୍‌ ପୋଲିସ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଏହି ଚର୍ଚ୍ଚା ସରି ନ ଥିବା ବେଳେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ପୋଲିସ ଜଣେ ଡକାୟତଙ୍କୁ…

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ଘର ବାଡ଼ିପଟ ୩ଟି କବାଟ ଓ ଗ୍ରୀଲ ତାଡ଼ି ଦୁର୍ବୃତ୍ତମାନେ…

ବାଇକ୍‌ ଡିକିରୁ ୧ ଲକ୍ଷ ଲୁଟ୍‌, ମିଳିଛି ସିସିଟିଭି ଫୁଟେଜ୍‌; ମିଳୁନି ସୁରାକ

ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍‌ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ସେଥିରେ ଘଟଣା ବେଳର ଦୃଶ୍ୟ ରେକର୍ଡ ହୋଇଛି। ହେଲେ…

ଶାଶୁ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ସୋରଡ଼ା, ୧୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର କୌଶଲ୍ୟା ଗଉଡ଼। ତେବେ କୌଶଲ୍ୟାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରକାଶ ଯେ,…

କୋରାପୁଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୨।୩,(ସ୍ବ.ପ୍ର): କୋରାପୁଟ ଜିଲା ପୋଲିସକୁ ଶୁକ୍ରବାର ବଡ ସଫଳତା ମିଳିଛି। ଜିଲାର ପୃଥକ ପୃଥକ ଦୁଇଟି ସ୍ଥାନରୁ ପୋଲିସ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୧ କୋଟି ୯ ଲକ୍ଷ ଟଙ୍କା…

୬୦ ବସ୍ତା କାଠ ଅଙ୍ଗାର ଜବତ, ୨ ଗିରଫ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ବନବିଭାଗ ଗୁରୁବାର ଅଟେଇ ସରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା ଏକ କାଠ ଅଙ୍ଗାର (କୋଇଲା) ବୋଝେଇ ପିକଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଏହି ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି।…

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା

କେସିଙ୍ଗା, ୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ ଯୁବତୀଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା। ଯୁବତୀଙ୍କ ମା’ ଝିଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର…

ରାଜଧାନୀରେ ପିକ୍‌ଅପ୍‌ ଭ୍ୟାନ୍‌ରେ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

ଭୁବନେଶ୍ୱର,୮।୩(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଟ ଓରଫ ଟୁକୁନା ଦାସଙ୍କୁ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୁଇ ଭାଇ ସୁଧୀର ପୃଷ୍ଟି ଓ…

ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ: ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍‌

ଭୁବନେଶ୍ୱର,୭।୩(ବ୍ୟୁରୋ): ଦିନକୁଦିନ ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ବିଶେଷକରି ଏହି ଲୁଟେରାମାନେ ମହିଳାମାନଙ୍କୁ ଟାର୍ଗେଟ କରି ଛିନ୍‌ତାଇ କରୁଛନ୍ତି। ରବିବାର ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ। ଆଜି ସକାଳେ ଜଣେ ମହିଳା ଫୁଲ ତୋଳିବାକୁ ଘରୁ ବାହାରକୁ ଯାଇଥିବା…

ନକଲି ପୋଲିସ ପୋଷାକ ପିନ୍ଧି କରୁଥିଲେ ଡକାୟତି ଯୋଜନା, ଧରିଲା ଅସଲି ପୋଲିସ

ବାଲିଗୁଡ଼ା,୬।୩(ଡି.ଏନ୍‌.ଏ): ବାଲିଗୁଡ଼ା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛ। ଘଟଣାରେ ଦୁଇଜଣ ନକଲି ପୋଲିସ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲିଗୁଡ଼ା ପୋଲିସ ରାତ୍ରିକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?